ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଚିମିଡିପାଲି ଷ୍ଟେସନ ନିକଟରେ ଅଘଟଣ, ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ୍

କୋରାପୁଟ ୨୧/୧୦: ଚିମିଡିପାଲି ଷ୍ଟେସନ ନିକଟରେ ଅଘଟଣ। ରେଳଧାରଣାରୁ ତଳକୁ ଖସିଲା ମାଲ ବୋଝେଇ ଟ୍ରେନ୍। ମାଲବାହୀ ଟ୍ରେନ୍ ଦୁର୍ଘଟଣା ଫଳ‌ରେ କୋରାପୁଟ-କୋତାୱ୍ବାଲସା ରେଳପଥରେ ରେଳ ଚଳାଚଳ ବନ୍ଦ ରହିଛି।

ସୂଚନା ଯୋଗ୍ୟ ଯେ, ଏକ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ ବିଶାଖାପାଟଣା ଯାଉଥିବା ବେଳେ ଚିମିଡିପାଲି ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହୋଇଛି। ଆଗ ପଟୁ ୫ ନଂ ବଗି ଟ୍ରକରୁ ଖସିପଡିଥିବା ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଟିମ ପହଞ୍ଚି ଥିବା ଜଣାପଡିଛି। ରେଳ ବିଭାଗ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.