ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ଓ ଅନ୍ୟାନ୍ୟ ମାମଲାରେ ସାମିଲ ୧ ଲକ୍ଷ ଇନାମୀ ସହ ତିନି ମାଓବାଦୀ ଗିରଫ

Published By : Prameya | December 31, 2024 9:40 PM

ମାଲକାନଗିରି,୩୧/୧୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଦ୍ୱାରା ଏକ ଲକ୍ଷ ଇନାମୀ ମାଓବାଦୀଙ୍କ ସହ ତିନି ମାଓବାଦୀ ଗିରଫ କରିଛନ୍ତି । ତଥ୍ୟ ଅନୁଯାୟୀ ବିଜାପୁର ଜିଲ୍ଲା ପାମେଡ ଥାନା ପୋଲିସ ଓ ସିଆରପିଏଫ ଜବାନ ମିଳିତ ଭାବେ ଧର୍ମାରମ ଓ ଜିଡପଲ୍ଲୀ ଅଂଚଳରେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜିଡପଲ୍ଲୀ ଅଂଚଳରୁ ଏକ ଲକ୍ଷ ଇନାମୀ ଡିକେ ଏମଏସ୍ ଅଧ୍ୟକ୍ଷ ରାମବାବୁ ପୁନେମଙ୍କୁ ଗିରଫ କରିଥିବାବେଳେ ମିଲିସିଆ ଡେପୁଟି କମାଣ୍ଡର ଲଖମା ମାଡକାମି ଓ ହିଡମା ମାଡବିଙ୍କୁ ଗିରଫ କରିଛି । ଏହି ତିନି ଜଣ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ, ହତ୍ୟା ଅପହରଣ ଲୁଟ୍ ମାମଲାରେ ସାମିଲ ଥିବା ପୋଲିସ ପ୍ରକାଶ କରିଛି । ଏହି ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.