ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଲେ ନବୀନ, 'ସମସ୍ତଙ୍କୁ ମିଳିବ କ୍ଷତିପୂରଣ'

Published By : Prameya | December 31, 2024 2:50 PM

ପୁରୀ, ୩୧/୧୨ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁକଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା। ନବୀନ ପଟ୍ଟନାୟକ ସତ୍ୟବାଦୀରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ସହ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ସୂଚନାନୁଯାୟୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସତ୍ୟବାଦୀ ବ୍ଲକ ସୁକଳରେ ପହଞ୍ଚି ଚାଷ କ୍ଷୟକ୍ଷତି ଆକଳନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ନବୀନଙ୍କୁ ଗଜା ଧାନ ଦେଖାଇଛନ୍ତି। ପରିଦର୍ଶନ ସମୟରେ ନବୀନ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ଗଞ୍ଜାମ ଭଳି ସତ୍ୟବାଦୀରେ ବି ସମାନ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷାରେ ପ୍ରବଳ କ୍ଷତି ହୋଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଚାଷ ଉଜୁଡ଼ିଥିବାରୁ ଚାଷୀ ଆତ୍ମହତ୍ୟା ଏବେ ଗୋଟିଏ ବଡ଼ ସମସ୍ୟା ହୋଇ ସୃଷ୍ଟି ହୋଇଛି। ତେଣୁ ବିଜେଡି ସରକାର ଚାଷୀଙ୍କ ପାଖରେ ଯେମିତି ପହଞ୍ଚୁଥିଲା ବିଜେପି ସରକାର ସେମିତି ପହଞ୍ଚିବା ଜରୁରୀ ହୋଇପଡିଛି। 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.