ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବଢ଼ିଲା ବାତ୍ୟା ଭୟ: ଆଜିଠୁ ୬ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ୨୪ ଓ ୨୫ରେ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଗୋପାଳପୁର,୨୧/୧୦: କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ପରେ ଏହା ବାତ୍ୟାର ରୂପ ନେଇ ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ତାର ପ୍ରଭାବରେ ଗଞ୍ଜାମ ଜିଲ୍ଲାକୁ ସୋମବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଡ଼ଘଡ଼ି, ବିଜୁଳି ସହ କେତେକ  ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।   

୨୩ରେ ଜିଲ୍ଲାକୁ ୟେଲୋ ଏବଂ ୨୪ ଓ ୨୫ରେ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଏଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରହିବ । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପ୍ରଶାସନ । ଗୋପାଳପୁର ଏନ୍‌ଏସି କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । 

ଏନେଇ ଗୋପାଳପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ କହିଛନ୍ତି, ବାତ୍ୟା ଯୋଗୁଁ  ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ତା’ସହ  ବାତ୍ୟା ଆଶ୍ରୟସ୍ଥଳୀକୁ ସଫା, ଆଲୋକୀକରଣ ଓ ପାନୀୟ ଜଳ ସୁବିଧା କରାଯାଇଛି । ଆବଶ୍ୟକସ୍ଥଳେ ନୂତନ ବସଷ୍ଟାଣ୍ଡକୁ ବ୍ୟବହାର କରାଯିବ । 


  • PrameyaOdia
  • prameya
  • Weather Forecast
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.