ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍, ଘର ମାଲିକଙ୍କ ବେକରେ ଭୁଜାଲି ଲଗାଇ ସୁନାଗହଣା ନେଇଗଲେ ଭଡାଟିଆ

ଚାନ୍ଦବାଲି, ୨୧/୧୦ : ପୁରା ଫିଲ୍ମ ଷ୍ଟାଇଲରେ ଲୁଟ୍। ଆଗେ ଘର ଭଡ଼ା ନେଲେ, ପରେ ସୁଯୋଗ ଦେଖି ମଲିକ ଓ ମାଲିକାଣୀ ବେକରେ ଭୁଜାଲି ଲଗାଇ ସୁନାଗହଣା ଓ ଟଙ୍କା ଲୁଟି ନେଲେ ଭଡ଼ାଟିଆ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଲୁଟ୍ ହୋଇଛି। 

ସୂଚନାନୁଯାୟୀ, ଚାନ୍ଦବାଲି ଥାନା ଦିଗଛିଆ ପେଟ୍ରୋଲ ପମ୍ପ ରାସ୍ତାକଡ଼ରେ ସଜନୀ ରାଉତ ଓ ଜୟଦେବ ରାଉତଙ୍କ ଘର। ୨ ଦିନ ତଳେ ଧାମରା ରେଳ ଲାଇନରେ ସିକୁରିଟ ଗାର୍ଡ କାମ କରୁଥିବା କହି ୩ ଜଣ ଯୁବକ ଭଡାରେ ରହିଥିଲେ। ସେମାନଙ୍କ ଠିକଣା ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ବୋଲି କହିଥିଲେ ଓ ଘରକୁ ଗଲେ ଆଧାର କାର୍ଡ ଆଣିକି ଦେବେ ବୋଲି କହିଥିଲେ। ସୁଯୋଗ ଦେଖି ଭଡାଟିଆ ଜଣଙ୍କ ଗତକାଲି ରାତିରେ ଘର ମାଲିକ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ବେକରେ ଭୁଜାଲି ଲଗାଇ ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଓ ୨ଟି ମୋବାଇଲ୍ ଲୁଟି ନେଇଛନ୍ତି। ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.