ପ୍ରମୂଖ ଖବର
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ, ଜିମ୍‌ ମାଲିକଙ୍କୁ ଗିରଫ

ଭୁବନେଶ୍ୱର,୨୨/୧୦: ଜଣେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଏକ ଜିମ୍‌ ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ତୀର୍ଥଙ୍କର ପରିଡ଼ା(୩୯) । ଘର  ଭିମଟାଙ୍ଗୀ ହାଉସିଂବୋର୍ଡ କଲୋନୀ । 

ପୁଲିସ ସୂଚନା ଅନୁଯାୟୀ, ତୀର୍ଥଙ୍କର  ଭୀମଟାଙ୍ଗୀ ସାଇ କଂପ୍ଲେକ୍ସରେ ଏକ ଜିମ୍‌  କରିଛନ୍ତି । ତାଙ୍କ ପାଖରେ ଭକ୍ତରଞ୍ଜନ  ନାମକ ଜଣେ ଯୁବକ ଟ୍ରେନର ଭାବେ କାମ କରୁଥିଲେ । ଉକ୍ତ  ଜିମ୍‌କୁ ଅଭିନେତ୍ରୀ ଜଣଙ୍କ ଯାଆନ୍ତି । ଯିବାଆସିବା ଭିତରେ  ଟ୍ରେନର ଭକ୍ତରଞ୍ଜନଙ୍କ ସହ ଅଭିନେତ୍ରୀଙ୍କର ପ୍ରେମ ସଂପର୍କ  ଗଢ଼ି ଉଠିଥିଲା । ହେଲେ ପରବର୍ତ୍ତୀ ସମୟରେ ଭକ୍ତରଞ୍ଜନ  ବିବାହିତ ବୋଲି ଅଭିନେତ୍ରୀ ଜାଣିବା ପରେ ତାଙ୍କଠାରୁ  ଦୂରେଇ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭକ୍ତରଞ୍ଜନ  ଅଭିନେତ୍ରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ  ଦେଇଥିଲେ। ଏନେଇ ଅଭିନେତ୍ରୀ ଜଣଙ୍କ  ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । 

ଗତକାଲି ଅଭିନେତ୍ରୀ ଜଣଙ୍କ ଯାଉଥିବା ବେଳେ  ବାଟରେ ତାଙ୍କୁ ତୀର୍ଥଙ୍କର କିଛି ସହଯୋଗୀଙ୍କ  ସହ ଅଟକାଇ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଅଭିନେତ୍ରୀ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ତୀର୍ଥଙ୍କରଙ୍କୁ ଗିରଫ  କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.