ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଚନ୍ଦ୍ରଯାନ-୧; ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ

ନୂଆଦିଲ୍ଲୀ,୨୨/୧୦: ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଚନ୍ଦ୍ରଯାନ-୧ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା । ନଭେମ୍ବର ୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଆଉ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିଲା ।

ତେବେ ୨୦୦୮ ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଚନ୍ଦ୍ରଯାନର ପ୍ରକ୍ଷେପଣ କରାଯାଇଥିଲା । ଏହା ପରେ ୨୩ ଅକ୍ଟୋବରରୁ ୪ ନଭେମ୍ବର ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା । ସେହିପରି ୮ ନଭେମ୍ବର ଅପରାହ୍ନ ୪ଟା ୫୧ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ବେଳେ ନଭେମ୍ବର ୯ ରୁ ୧୨ ନଭେମ୍ବର  ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା । ଏହାପରେ ୧୪ ନଭେମ୍ବର ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହେଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା "ମୁନ୍ ଇମ୍ପାକ୍ଟ ପ୍ରୋବ" । ସେହିପରି ଅଗଷ୍ଟ ୨୯ ତାରିଖରେ କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ହେଇପାରିଲା ନାହିଁ ଛ. ତେଣୁ ଆନୁଷ୍ଠାନିକ ଭାବେ ଏହି ଅଭିଯାନର ସମାପ୍ତି ଘୋଷଣା କରାଯାଇଥିଲା ।

ସୂଚନା ଥାଉକି, ୨୦୦୩ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅଭିଭାଷଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରଯାନ ଅଭିଯାନ ସମ୍ବନ୍ଧରେ ଘୋଷଣା କରିଥିଲେ । ଚନ୍ଦ୍ରପୃଷ୍ଠକୁ ଭାରତର ଏକ ବୈଜ୍ଞାନିକ ଅଭିଯାନର ପରିକଳ୍ପନା ୧୯୯୯ ମସିହାରେ ପ୍ରଥମେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଭାରେ ହୋଇଥିଲା । ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଚନ୍ଦ୍ର ଅଭିଯାନ ପାଇଁ ବିଶଦ ବିଶ୍ଳେଷଣ ଏବଂ ଅଧ୍ୟୟନରୁ ଜଣାପଡିଥିଲା ଯେ ଇସ୍ରୋର ବୈଷୟିକ ଜ୍ଞାନ ଏଭଳି ଅଭିଯାନ ପାଇଁ ସମର୍ଥ ଅଟେ । ୨୦୦୩ ମସିହାରେ ପଦାର୍ଥ, ରସାୟନ, ମହାକାଶ ଭଳି ବିଭିନ୍ନ ବିଭାଗର ପାଖାପାଖି ୧୦୦ ଜଣ ବୈଜ୍ଞାନିକ ଚନ୍ଦ୍ର ଅଭିଯାନ ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ସେହି ବର୍ଷ ନଭେମ୍ବରରେ ଭାରତ ସରକାର ଏହି ଅଭିଯାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।








  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.