ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

LAC ରେ ୪ବର୍ଷର ପୁରୁଣା ସ୍ଥିତି ପୁଣି ଫେରିଲା ; ଚୀନ ଓ ଭାରତ ମଧ୍ୟରେ କେମିତି ହେଲା ବୁଝାମଣା , କହିଲେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ : ସୋମବାର ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଏଲଏସିରେ ଗତିରୋଧ ଶେଷ କରିବା ଦିଗରେ ସହମତି ହୋଇଛି। ଏହି ବୁଝାମଣା ଉଭୟ ସେନାଙ୍କ ମଧ୍ୟରେ ଗସ୍ତକୁ ନେଇ ହୋଇଛି। ଏହାକୁ ପୂର୍ବ ଲଦ୍ଦାଖରେ ପାଖାପାଖି ୪ବର୍ଷରୁ ଜାରି ସେନା ଗତିରୋଧର ସମାଧାନ ଦିଗରେ ଏକ ବଡ଼ ସଫଳତା ଭାବେ ଦେଖା ଯାଉଛି। ଏହିପରି ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ୨୦୨୦ ପୂର୍ବର ସ୍ଥିତି ବଜାୟ ରହିଛି। ୨୦୨୦ରେ ଗଲୱାନ ଘାଟୀରେ ଭାରତ ଓ ଚୀନର ସେନା ସାମ୍ନା ସାମ୍ନି ଆସି ଯାଇଥିଲେ। ସଂଘର୍ଷରେ ଉଭୟ ପଟରୁ ସୈନିକଙ୍କ ଜୀବନ ଯାଇ ଥିଲା।

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତ ଓ ଚୀନର ସେନାଙ୍କ ମଧ୍ୟରେ ଏଲଏସିକୁ ନେଇ ହୋଇଥିବା ସହମତି ଉପରେ କହିଛନ୍ତି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ସ୍ଥିତି ମଇ ୨୦୨୦ର ପୂର୍ବର ସ୍ଥିତି ହୋଇ ଯାଇଛି।ଏହି ସହମତିକୁ ଆମେ ଉଭୟ ଦେଶ ଖୁବ୍‌ ପଜିଟିଭ ଭାବେ ଦେଖୁଛୁ। ଏବେ ଦେଖିବାର ଅଛି ଭବିଷ୍ୟତରେ ଏହି ସ୍ଥିତି ଜାରି ରହୁଛି ନା ନାହିଁ। ଏହା ପୂର୍ବରୁ ଭାରତ କହିଥିଲା କି ଚୀନ୍‌ ସହ ନୂଆ ଦିଲ୍ଲୀର ସମ୍ୱନ୍ଧ ସେତେବେଳେ ସାମାନ୍ୟ ହେବ , ଯେବେ ବାସ୍ତବିକ ସୀମାରେ ସ୍ଥିତି ୨୦୨୦ଭଳି ହୋଇଯିବ। 

ଜୟଶଙ୍କର କହିଛନ୍ତି କି, ଲଦ୍ଦାଖରେ କିଛି ଏମିତି କ୍ଷେତ୍ର ଥିଲା , ଯାହାଙ୍କୁ ୨୦୨୦ ପରେ ଉଭୟ ପକ୍ଷ ଗସ୍ତ ପାଇଁ ଅବରୁଦ୍ଧ କରି ଦିଆଯାଇ ଥିଲା। ଉଭୟ ଦେଶ ଏବେ ଏକ ବୁଝାମଣା ଉପରେ ପହଞ୍ଚି ଯାଇଛନ୍ତି,ଯେଉଁଥିରେ ଗସ୍ତର ଅନୁମତି ସାମିଲ ରହିଛି। ଏହି ବୁଝାମଣା ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଗସ୍ତ ସହ ସମ୍ୱନ୍ଧିତ । ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି କି ଭାରତ ଓ ଚୀନର କୂଟନୀତିଜ୍ଞ ଏବଂ ସେନା ବାର୍ତ୍ତାକାର ଗତ ଅନେକ ସପ୍ତାହରୁ ବିଭିନ୍ନ ପ୍ଲାଟଫର୍ମରେ ପରସ୍ପରର ସଂପର୍କରେ ରହିଛନ୍ତି। 

ଏଏନଆଇ ଏନଡିଟିଭିର ଏକ କାର୍ଯ୍ୟକ୍ରମରେ ଜୟଶଙ୍କରଙ୍କ ମୁତାବିକ କହିଛି , ବିଦେଶ ସଚିବ ଯାହା କହିଛନ୍ତି , ତାହା ମଧ୍ୟ କହୁଛି କି ଆମେ ଗସ୍ତକୁ ନେଇ ଏକ ବୁଝାମଣା ଉପରେ ପହଞ୍ଚିଛୁ। ଏହାସହ ଆମେ ୨୦୨୦ର ସ୍ଥିତିକୁ ଫେରି ଆସିଛୁ। ଏହା ପୂର୍ବ ଲଦ୍ଦାଖରେ ଏମିତି ସ୍ଥିତି , ଯାହା ୨୦୨୦ ପରେ ବିଭିନ୍ନ କାରଣକୁ ନେଇ ଉତ୍ତେଜନା ସୃଷ୍ଟି କରୁଥିଲା। ପ୍ରଥମେ ସେମାନେ ଆମକୁ ରୋକିଲେ, ଏଥିପାଇ ଆମେ ତାଙ୍କୁ ରୋକିଲୁ। ଏହି ବୁଝାମଣା ବହୁତ ହିଁ ଧୈର୍ଯ୍ୟ ଓ କୂଟନୀତିର ପରିଣାମ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.