ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

‘ଭାରତ – କାନାଡା ସମ୍ୱନ୍ଧରେ ଜୟଶଙ୍କରଙ୍କ ପ୍ରତିକ୍ରିୟା; କହିଲେ , କାନାଡାର ଦୋମୁହାଁ ନୀତି ...

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ବିଗିଡ଼ି ଥିବା ସମ୍ୱନ୍ଧକୁ ନେଇ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, କାନାଡା ଭାରତୀୟ କୂଟନୀତିଜ୍ଞଙ୍କ ସହ ଯେମିତି ବ୍ୟବହାର କରୁଥିଲା, ଏଥିପାଇଁ ଦୋମୁହାଁ ନୀତି ମଧ୍ୟ ଖୁବ୍‌ ଛୋଟ ଶବ୍ଦ ହେବ। ସେ କହିଛନ୍ତି କି , କାନାଡା ସରକାରଙ୍କର କଥାରେ ଏମିତି ଲାଗୁଛି କି, ତାଙ୍କୁ ଭାରତୀୟ କୂଟନୀତିଜ୍ଞଙ୍କ ଦ୍ୱାରା ଏହା ଜାଣିବାର ସମସ୍ୟା ହେଉଛି ଯେ, ଭାରତର ସମ୍ୱନ୍ଧରେ ସେଠାରେ କଣ ହେଉଛି। 

ଏନଡିଟିଭି ୱାର୍ଲ୍ଡ ସମ୍ମିଳନୀରେ କଥା ହୋଇ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଆମେ କାନାଡାରୁ ଆମର କୂଟନୀତିଜ୍ଞଙ୍କୁ ଡକାଇବାର ନିଷ୍ପତ୍ତି ନେବାକୁ ପଡ଼ିଲା , କାରଣ ସେ ଭାରତର ଉଚ୍ଚାୟୁକ୍ତଙ୍କର ପୁଲିସ ଯାଞ୍ଚ ପାଇଁ କହିଥିଲେ। ସେ କହିଥିଲେ ଯେ କାନାଡାକୁ ସେତେବେଳେ କୌଣସି ସମସ୍ୟା ହେଉନାହିଁ , ଯେବେ କାନାଡାର କୂଟନୀତିଜ୍ଞ ଭାରତକୁ ଆସି ଆମର ସେନା ଓ ଏଠାର ସୂଚନା ସଂଗ୍ରହ କରନ୍ତି , କିନ୍ତୁ ଭାରତର କୂଟନୀତିଜ୍ଞଙ୍କ ଉପରେ ସେଠାରେ ପ୍ରତିବନ୍ଧକ ଲଗାଇ ଦିଆଯାଏ। ତାଙ୍କର ସୁରକ୍ଷା ଉପରେ ହିଁ ପ୍ରଶ୍ନବାଚୀ ସୃଷ୍ଟି କରି ଦିଆଯାଏ । 

ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସାମଞ୍ଜସ୍ୟ ଉପରେ ସଂପର୍କ ତିଷ୍ଠି ରହିଥାଏ। ଏହି ସମ୍ୱନ୍ଧରେ ଦୋମୁହାଁ ନୀତି ଚଳି ପାରିବ ନାହିଁ। ସେ କହିଛନ୍ତି ଯେ, ଯେବେ କାନାଡାରେ ବସିଥିବା କୌଣସି ବ୍ୟକ୍ତି ଭାରତ ବିରୋଧରେ କିଛି କୁହେ ବା କାନାଡାରେ ବସି ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଖୋଲାଖୋଲି ଧମକ ଦିଏ , ଭାରତୀୟ ରାଜନେତାଙ୍କୁ ଧମକ ଦିଏ , ତ ଏହାକୁ ସେ ଫ୍ରିଡମ ଅଫ୍‌ ସ୍ପିଚ୍‌ର ନାମ ଦିଅନ୍ତି , ସେଠାରେ ଯଦି କୌଣସି ଭାରତୀୟ ସାମ୍ୱାଦିକ କହେ କି କାନାଡା ଉଚ୍ଚାୟୁକ୍ତ ଭାରତୀୟ ବିଦେଶ ମନ୍ତ୍ରାଳୟରୁ ନିରାଶରେ ବାହାରନ୍ତି ତ ଏହାକୁ ବିଦେଶୀ ହସ୍ତକ୍ଷେପ କୁହନ୍ତି । ଏହି ଦୋମୁହାଁ ନୀତି ନୁହେଁ ତ ଆଉ କଣ । 

ବିଦେଶ ମନ୍ତ୍ରୀ କହିଛନ୍ତି ଭାରତ ଓ କାନାଡାର ଲୋକଙ୍କ ମଧ୍ୟରେ ସମ୍ୱନ୍ଧ ବହୁତ ଦୃଢ, ଆମର ବାଣିଜ୍ୟ ସଂପର୍କ ମଧ୍ୟ ମଜବୁତ , କିନ୍ତୁ ରାଜନୈତିକ ଭାବେ ସଂପର୍କରେ ହ୍ରାସ ଘଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.