ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଆଜି ଢେଙ୍କାନାଳ ଲକ୍ଷ୍ମୀପୂଜା ବୁଲିବେ ମୁଖ୍ୟମନ୍ତ୍ରୀ, ମହାବୀର ବଜାର ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବୁଲି ସମାରୋହରେ ଯୋଗଦେବେ

ଢେଙ୍କାନାଳ,୨୧/୧୦: ସୋମବାର ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ  ପୂଜା ବୁଲିବା ସହ ମହାବୀର ବଜାର ପୂଜା  ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବୁଲି ସମାରୋହରେ  ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ, ପ୍ରଶାସନସ୍ତରରେ ପ୍ରସ୍ତୁତି ଜୋରଦାର  କରାଯାଇଛି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା  ତାଙ୍କର ପ୍ରଥମ ଢେଙ୍କାନାଳ ଗସ୍ତ ହୋଇଥିବାରୁ  ବିଜେପି ଶିବିର ଉତ୍ସାହିତ ହୋଇଉଠିଛି ।  

ଚୂଡ଼ାନ୍ତ ଗସ୍ତସୂଚୀ ଆସି ନ ଥିବା ବେଳେ  ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଅପରାହ୍ଣ ୫ଟାରେ ହେଲିକେପ୍ଟରରେ ଆସି ଢେଙ୍କାନାଳ  ମୁଖ୍ୟ ଷ୍ଟାଡିୟମ୍‌ରେ ଅବତରଣ କରିବେ ।  ସେଠାରୁ ସିଧାସଳଖ ସର୍କିଟ୍‌ ହାଉସ୍‌କୁ ଯିବେ । ସେଠାରୁ ବାହାରି ସର୍କିଟ୍‌ ହାଉସ୍‌ ନିକଟରେ  ଥିବା ବସଷ୍ଟାଣ୍ଡ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ  କରିବେ । ପରେ ଗଣେଶ ବଜାର, ମହାବୀର  ବଜାର, ଜବାହରଚୌକ, ଲକ୍ଷ୍ମୀବଜାର,  ମୀନାବଜାର, ଆନନ୍ଦ ବାଜାର, ବାଜିଚୌକ୍‌  ହୋଇ ଚନ୍ଦନ ବଜାର ପୂଜା ପ୍ରତିଷ୍ଠାନ ପର୍ଯ୍ୟନ୍ତ  ପ୍ରାୟ ୧୦ରୁ ଅଧିକ ମଣ୍ଡପ ବୁଲିବେ । ଚାଲିଚାଲି  ବୁଲିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି ।  

ଚନ୍ଦନ ବଜାରରୁ ଜଗନ୍ନାଥ ରୋଡ୍‌ରେ ଆସି  ମହାବୀର ବଜାର ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌  ଜୁବୁଲି ସମାରୋହରେ ଯୋଗଦେବେ । ପରେ  ସ୍ଥଳ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ପୁଲିସ ପକ୍ଷରୁ  ଲକ୍ଷ୍ମୀପୂଜାରେ ୨୩ ପ୍ଲାଟୁନ୍‌ ଫୋର୍ସ ମୁତୟନ  କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ଅଧିକ ୧୫ ପ୍ଲାଟୁନ୍‌ ଫୋର୍ସ ବଢ଼ାଯାଇଛି ।  ଏଏସ୍‌ଆଇ, ଏଏସଆଇଙ୍କ ସମେତ ଅତିରିକ୍ତ  ୫୦ ଜଣ ଅଫିସର ଦାୟିତ୍ୱରେ ରହିବେ। ବିଜେପି  ପକ୍ଷରୁ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ  କରି ପୋଷ୍ଟର, ହୋର୍ଡିଂ ଲଗାଯାଇଛି । କର୍ମକର୍ତ୍ତା  ଗସ୍ତକୁ ସଫଳ କରିବାକୁ ପ୍ରସ୍ତୁତିରେ ଲାଗିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.