ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସୂର୍ଯ୍ୟ ମନ୍ଦିରରେ ସଂସଦୀୟ ଦଳ

କୋଣାର୍କ ୨୦।୧୦ ରବିବାର କେନ୍ଦ୍ର ସରକାରଙ୍କ ଜନମଙ୍ଗଳ, ଅନୁସୂଚିତ ଜାତି ଓ ଜନଜାତି ସମ୍ବନ୍ଧୀୟ ସଂସଦୀୟ ଦଳର ଅଧ୍ଯକ୍ଷ ସାଂସଦ ଡଃ କୂଲସ୍ତେ ଫୁଗୁନ ସିଂଙ୍କ ଅଧକ୍ଷତାରେ ଏକ ୧୬ ଜଣିଆ ସଂସଦୀୟ ଦଳ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ । ସଂସଦୀୟ ଦଳ ଏଠାରେ ପହଂଚିବା ପରେ ସ୍ଵୀକୃତିପ୍ରାପ୍ତ ଗାଇଡ଼ ବିଶେଶ୍ୱର ଦାଶ   ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ବିଶଦ ଭାବେ ବୁଝାଇ ଥିଲେ । ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଏହି ଦଳ ବିମୋହିତ ହୋଇଥିଲେ। ଏହି କମିଟି ସମାଜରେ ଅନୁନ୍ନତ ବର୍ଗର ଲୋକଙ୍କ ଉତଥାନ ପାଇଁ କାର୍ଯ୍ୟ କରିବା ସହ ସମାଜରେ ସମସ୍ତ ବର୍ଗ ମଧ୍ୟରେ ସମାନତା ଆଣିବା ପାଇଁ କାର୍ଯ୍ୟ କରୁଥିବା କମିଟିର ଅଧ୍ୟକ୍ଷ ଶ୍ରୀ ସିଂ କହିଥିଲେ। ସଂସଦୀୟ ଦଳ ଗସ୍ତ ସମୟରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.