ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବଡଗାମ ଆସନରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଦୁଇଟି ଆସନରେ କରିଥିଲେ ପ୍ରତିଦ୍ବନ୍ଦିତା...

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇ ସରକାର ଗଠନ ବି ହୋଇସାରିଛି । ନ୍ୟାସନାଲ କନଫରେନ୍‌ସ ଏବଂ କଂଗ୍ରେସର ମିଳିତ ମଞ୍ଚ ସରକାର ଗଠନ କରିଛନ୍ତି। ଏହି ନିର୍ବାଚନରେ ନ୍ୟାସନାଲ କନଫରେନ୍‌ସ ନେତା ଓମାର ଅବଦୁଲ୍ଲା ଦୁଇଟି ବିଧାନସଭା ଆସନ ବଡଗାମ ଏବଂ ଗାଣ୍ଡେରବାଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଉଭୟ ଆସନରୁ ଜିତିଥିଲେ । ତେବେ ନିର୍ବାଚନରେ ଜିତିବା ପରେ ଓମାର ଅବଦୁଲ୍ଲା ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ ଏବେ କେଉଁ ଆସନରୁ ଇସ୍ତଫା ଦେବେ ତାହା ମଧ୍ୟ ସ୍ଥିର କରିଛନ୍ତି ।

ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡଗାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଗାଣ୍ଡରବାଲ ବିଧାନସଭା ଆସନରୁ ବିଧାୟକ ରହିବେ । ସୂଚନା ଅନୁଯାୟୀ, ଗାଣ୍ଡରବାଲ ବିଧାନସଭା ଆସନ ନ୍ୟାସନାଲ କନଫରେନ୍‌ସ ଏବଂ ଅବଦୁଲ୍ଲା ପରିବାରର ଗଡ଼ ବୋଲି ବିବେଚନା କରାଯାଏ। ଏହି କାରଣରୁ ଓମାର ଅବଦୁଲ୍ଲା ଏହି ଆସନ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ନ୍ୟାସନାଲ କନଫରେନ୍‌ସ ନେତା ଓମାର ଅବଦୁଲ୍ଲା ୫୪ ବର୍ଷ ବୟସରେ ଦ୍ୱିତୀୟ ଥର ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସୂଚନାଥାଉକି ଯେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସିଏମ ଥିବାବେଳେ ଓମାର ଅବଦୁଲ୍ଲା ଗାଣ୍ଡରବାଲ ଆସନରୁ ବିଧାୟକ ଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.