ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମଣିଷକୁ ବାର୍ଡ ଫ୍ଲୁ, ଅଷ୍ଟ୍ରେଲିଆରେ ପ୍ରଥମ ସଂକ୍ରମିତ ଚିହ୍ନଟ

କାନ୍‌ବେରା,୨୩/୦୫: ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ମଣିଷ ଦେହରେ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍‌ନାକୁ ଆସିଛି । ଜଣେ ଶିଶୁ ଶରୀରରେ ଏଚ୍‌୫ଏନ୍‌୧ ଭୂତାଣୁ ଚିହ୍ନଟ ହୋଇଛି । ଶିଶୁ ଜଣକ ନିକଟରେ ଭାରତରୁ ଅଷ୍ଟ୍ରେଲିଆ ଫେରିଥିଲେ । ଗତ ମାର୍ଚ୍ଚରେ ସେ ଅସୁସ୍ଥ ହୋଇଥିଲେ । ସେତେବେଳେ ସେ ଗମ୍ଭୀର ଭାବେ ଏହି ଭୂତାଣୁଜନିତ ସଂକ୍ରମଣର ଶିକାର ହୋଇଥିଲେ । ଏବେ ସେ ସୁସ୍ଥ  ଅଛନ୍ତି । ତାଙ୍କ କଣ୍ଟାକ୍ଟ ଟ୍ରେସିଂରୁ ଅନ୍ୟ କୌଣସି ସଂକ୍ରମିତ ଚିହ୍ନଟ ହୋଇ ନ  ଥିବା ଜଣାପଡ଼ିଛି । ତେବେ ଶିଶୁ ଜଣକ ଭାରତରୁ ସଂକ୍ରମିତ ହୋଇ ଯାଇଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ । 

ଆଶ୍ଚର୍ଯ୍ୟକର କଥା ହେଉଛି ଅଷ୍ଟ୍ରେଲିଆରେ କୌଣସି  ପକ୍ଷୀଙ୍କଠାରେ ଏହି ଭୂତାଣୁ ସଂକ୍ରମଣ ମିଳିନାହିଁ । ତେବେ ମେଲବର୍ନରେ ଏକ  ଅଣ୍ଡା ଫାର୍ମରେ ବାର୍ଡ ଫ୍ଲୁର ଏକ ନୂଆ ଷ୍ଟ୍ରେନ ମିଳିଛି । ଏହା ଏଚ୍‌୭ ଷ୍ଟ୍ରେନ୍‌ ବୋଲି କୁହାଯାଇଛି । ଆଭିଅନ ଫ୍ଲୁ’ର ଏଚ୍‌୫ଏନ୍‌୧  ଷ୍ଟ୍ରେନ୍‌ ସାରା ବିଶ୍ୱରେ ପକ୍ଷୀଙ୍କଠାରେ ଘାତକ  ସଂକ୍ରମଣ ପାଇଁ ଦାୟୀ । ଅନ୍ୟ କୌଣସି  ବ୍ୟକ୍ତିଙ୍କଠାରେ ସଂକ୍ରମଣ ଚିହ୍ନଟ ହୋଇ  ନ ଥିବାରୁ ଏହା ସେତେ ଚିନ୍ତାଜନକ ନୁହେଁ  ବୋଲି ଡାକ୍ତର ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.