ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

କଙ୍ଗୋ ଗଣରାଜ୍ୟରେ ବୋଟ୍ ଟ୍ରାଜେଡି: କ୍ୱା ନଦୀରେ ବୁଡ଼ି ୮୦ରୁ ଅଧିକ ଲୋକଙ୍କ ଚାଲିଗଲା ପ୍ରାଣ

କିନ୍‌ସାସା,୧୩/୦୬: କେନ୍ଦ୍ରୀୟ  ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ବୁଧବାର ଡଙ୍ଗା ବୁଡ଼ି ୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମାଇନଡୋମ୍ବେ ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦  କିଲୋମିଟର ଦୂର କ୍ୱା ନଦୀରେ ଏହି ଘଟଣା ଘଟିଛି । ରାଷ୍ଟ୍ରପତି ଫେଲିକ୍ସ  ସିସିକେଡି ଏହି ଘଟଣା ବାବଦରେ ସୂଚନା ଦେବା ସହ ଏ ନେଇ ଶୋକବ୍ୟକ୍ତ କରିଛନ୍ତି । ଏଥିସହ କେଉଁ କାରଣରୁ ଏହି ଡଙ୍ଗା ବୁଡ଼ି ଘଟଣା ଘଟିଲା, ତାହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । 

ମାଇନଡୋମ୍ବେ ପ୍ରଦେଶର ଗଭର୍ଣ୍ଣର ରିଟା  ବୋଲା ଡୁଲା କହିଛନ୍ତି, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ  ଏଭଳି ଘଟଣା ଘଟିଛି । ଯେତେ ବାରଣ କରାଗଲେ ବି ଦେଶରେ ଏହା ବାରମ୍ବାର  ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧିକାଂଶ ଜଙ୍ଗଲ ଥିବା ବେଳେ ସଡ଼କ ସଂଯୋଗ  ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.