ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆଓମା ଗୁରୁକୂଳ ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରଜ ଉତ୍ସବ

ମାଲକାନଗିରି, ୧୪/୬ :  ମାଟି ଓ ମଣିଷର ନିବିଡ ସଂପର୍କ ବସୁଧା ମା’ର ଆରାଧନା ପର୍ବ ହେଉଛି ରଜ ଉତ୍ସବ । ଏହା ଏକ ମହାନ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଉପକୂଳବର୍ତ୍ତି ଅଚଂଳବାସୀଙ୍କ ପରି ଏବେ ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ଆଜିଠାରୁ ତିନି ଦିନ ଧରି ପାଳନ ହେଉଛି ରଜପର୍ବ । ଆଜିଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଆଡ଼ମ୍ବର ସହକାରେ ଆରମ୍ଭ ହୋଇଯାଇଛି ରଜ ଉତ୍ସବ । ଆଜି ଥିଲା ପହିଲି ରଜ ପର୍ବ । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଅଲ ଓଡ଼ିଶା ମାର୍ଶାଲ ଆର୍ଟ ଏକାଡେମୀ ଆଓମା ଗୁରୁକୁଳର ଅନ୍ତେବାସୀ ଓଡ଼ିଆର ପରମ୍ପରାକୁ ବଞ୍ଚାଇବା ପାଇଁ ନିଆରା ଢଙ୍ଗରେ ପାଳିଛନ୍ତି ରଜ ପର୍ବ । ଗଛରେ  ଦୋଳି ଲଗାଇ ଝିଅ ପିଲାମାନେ ଦୋଳି ଖେଳିବା ସହ ପୁଚି ପ୍ରତିଯୋଗୀତା ଓ ପୁଅ ପିଲାମାନେ କବାଡ଼ି ପ୍ରତିଯୋଗିତା ସହ ରଜ ଦୋଳି ଗୀତର ତାଳେ ତାଳେ ନୃତ୍ୟ କରିଥିଲେ । 

ନିଜ ନିଜ ମଧ୍ୟରେ ଓଡିଆର ପାରମ୍ପାରିକ ପୋଡ ପିଠା, ମଣ୍ଡାପିଠା, ଆମ୍ବ, ପଣସ ଖୁଆଖୋଇ ହୋଇ ରଜର ମଜା ନେଇଥିଲେ । ସଭ୍ୟ ଶିକ୍ଷିତ ସମାଜର ଲୋକେ ଧିରେ ଧିରେ ଓଡିଆର ପରମ୍ପରା ପର୍ବପର୍ବାଣୀ ଗୁଡିକୁ ଭୁଲି ଯାଉଥିବା ବେଳେ ଆଓମା ଗୁରୁକୁଳର କୁନିକୁନି ଛାତ୍ରଛାତ୍ରୀମାନେ ଏହାକୁ ନ ଭୁଲି ଓଡିଆର ପରମ୍ପରା ଅନୁସାରେ ୪ ଦିନ ଯାକ ରଜ ପର୍ବ ପାଳନ କରିବା ସହିତ ଓଡିଆର ସମସ୍ତ ପରମ୍ପରା, ପର୍ବ ପର୍ବାଣି ଗୁଡିକୁ ପାଳନ କରିବାପାଇଁ ଶପଥ କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୃଗମ ଅପହଁଚ ଅଞ୍ଚଳର ବାପା ମା’ଛେଉଣ୍ଡ ଅନାଥ ପିଲାମାନେ ଏହି ଆଓମା ଗୁରୁକୁଳରେ ରହି ଅଧ୍ୟୟନ କରିବା ସହ ଆତ୍ମରକ୍ଷା କୌଶଳ ସହିତ ଜୁଡୋ ଚାଲିମ ନେଇ ରାଜ୍ୟ ଓ ଜାତୀୟସୂର ପ୍ରତି ଯୋଗତାରେ ଭାଗ ନେଇ ପୁରସ୍କୃତ ହୋଇପାରିଛନ୍ତି । ସେମାନେ ଯେପରି ନିଜକୁ ଅନାଥ ବୋଲି ନଭାବିବେ ତେଣୁ ସେମାନଙ୍କ ସାଥିରେ ଆଓମା ଗୁରୁକୁଳର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ଓ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ସଭାପତି ରତ୍ନାକର ଦାଶ ଉପସ୍ଥିତ ରହି ରଜ ଉତ୍ସବ ମନାଇଛନ୍ତି । 

ଆଜି ପହିଲି ରଜରେ ବିଭନ୍ନ ଗାଁର ଯୁବକମାନେ ବାଗୁଡ଼ି ଖେଳରେ ମାତି ଥିବାବେଳେ ମାଲକାନଗିରି ସହର ସହ ଗାଁ ଗହଳିରେ ଆମ୍ବ, ତେନ୍ତୁଳି, ମହୁଲ ଗଛମାନଙ୍କରେ ବାଉଁଶ ଓ ଦୌଡ଼ିରେ ଦୋଳି ବାନ୍ଧି ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଯୁବତୀମାନେ ଦୋଳି ଖେଳର ମଜା ନେବା ସହିତ ଘରେ ଘରେ ପିଠାପଣାର ସ୍ଵାଦ ନେଇଛନ୍ତି । ଆଉ କେତକ ଆଦିବାସୀ ଗାଁରେ ରଜପର୍ବ ପାଇଁ ଜେମସା ନାଚ ଓ କ୍ରିକେଟ, ବାଗୁଡି, ଲୁଡୁ, ପୁଚି, ତାସ ଖେଳର ପ୍ରତିଯୋଗୀତା ଆଜି ଠାରୁ ଆରମ୍ଭ ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.