ନୂଆଦିଲ୍ଲୀ – ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ରେ ବାରମ୍ୱାର ନୂଆ ଫିଚର ସବୁ ସାମିଲ କରି ଏହାକୁ ସମୟାନୁସାରେ ପରିବର୍ତ୍ତନ କରାଯାଉଛି। ଗତ ଦିନରେ ୟୁଜରଙ୍କୁ ଏଚ୍ଡି କ୍ୱାଲିଟିରେ ଫଟୋ ସେୟାର କରିବାର ବିକଳ୍ପ ଦିଆ ଯାଇଛି। ନୂଆ ଫିଚର ସହ ହ୍ୱାଟ୍ସଆପ୍ରେ ପଠାଉ ଥିବା ଫଟୋର କ୍ୱାଲିଟି ଉପରେ ପ୍ରଭାବ ପଡ଼ି ନଥାଏ। ୟୁଜରମାନେ ଭିଡ଼ିଓ ପାଇଁ ମଧ୍ୟ ଏମିତି ଫିଚରର ଆବଶ୍ୟକତା କରୁଥିଲେ । ଏବେ କମ୍ପାନୀ ସେମାନଙ୍କ କଥା ଶୁଣିଛି। ହ୍ୱାଟ୍ସଆପ୍ରେ ଏଚଡି ଭିଡ଼ିଓ ପଠାଇବାର ନୂଆ ଫିଚର ଦିଆଯାଉଛି।
ଏହାସହ ମଧ୍ୟ ପଢ଼ନ୍ତୁ - ହ୍ୱାଟ୍ସଆପ୍ରେ ଭୁଲ୍ ମେସେଜ ଚାଲିଗଲେ ଏମିତି କରନ୍ତୁ ଏଡିଟ୍ ,…
ମେଟାର ମାଲିକାନାରେ ଥିବା ମେସେଜିଂ ଆପ୍ରେ ଏଚଡି ଭିଡ଼ିଓ ସେୟାରିଂର ସପୋର୍ଟ ଏବେ ଦିଆଯାଇଛି। ଅର୍ଥାତ୍ ଏବେ ୟୁଜରମାନେ 720p ରିଜୋଲ୍ୟୁସନରେ ଫଟୋ ସେଣ୍ଡ ଓ ରିସିଭ୍ କରିପାରିବେ। ଏହା ପୂର୍ବ ତୁଳନାରେ ଦୁଇ ଗୁଣା ରିଜୋଲ୍ୟୁସନ କ୍ୱାଲିଟି। ନୂଆ ଏଚଡି ଭିଡ଼ିଓ ଫିଚର ଆଗାମୀ କିଛି ସପ୍ତାହରେ ସବୁ ଆପ୍ ୟୁଜରଙ୍କ ପାଇଁ ଗ୍ଲୋବାଲି ରୋଲଆଉଟ୍ କରିଦିଆ ଯିବ। ଉକ୍ତ ଫିଚରକୁ iOS, ଆଣ୍ଡ୍ରଏଡ୍ ଓ ୱେବ୍ ଭର୍ସନ ଆଦି ସବୁର ଅଂଶ କରାଯିବ ଏବଂ ୟୁଜରମାନେ ହାଇ-କ୍ୱାଲିଟି ଭିଡ଼ିଓ ସେୟାର କରି ପାରିବେ।
{"width":647,"height":485}
ଏଚଡି ଭିଡ଼ିଓ ପଠାଇବାର ଉପାୟ –
wp:list- ହ୍ୱାଟ୍ସଆପ୍ରେ କୌଣସି ବି ଏଚଡି କ୍ୱାଲିଟିରେ ପଠାଇବା ପାଇଁ ସେହି କଣ୍ଟାକ୍ଟର ଚ୍ୟାଟ୍ ୱିଣ୍ଡୋ ଓପେନ କରନ୍ତୁ, ଯାହାକୁ ଭିଡ଼ିଓ ପଠାଇବାର ଅଛି ।
- ଏହାପରେ ଆଟାଚମେଣ୍ଟ ଆଇକନରେ ଟ୍ୟାପ୍ କରିବା ପରେ ସେହି ଭିଡ଼ିଓ ସିଲେକ୍ଟ କରନ୍ତୁ , ଯାହାକୁ ହାଇ-କ୍ଲାଲିଟିରେ ପଠାଇବାକୁ ଚାହୁଁଛନ୍ତି ।
- ଏବେ ଆପଣଙ୍କୁ ଡ଼ାହାଣକୁ ଓ ସବୁଠୁ ଉପରେ ଦେଖା ଯାଉଥିବା ଏଚଡି ବଚନରେ ଟ୍ୟାପ୍ କରିବାକୁ ହେବ ଏବଂ ଭିଡ଼ିଓ ହାଇ ଡେଫିନେସନ କ୍ୱାଲିଟିରେ ପଠାଯିବ।
- ଶେଷରେ ସେଣ୍ଡ ବଟନ ଉପରେ ଟ୍ୟାପ୍ କରିବାକୁ ହେବ ଏବଂ ଏହି ଭିଡ଼ିଓ ରିସିଭ୍ କରୁଥିବା ବ୍ୟକ୍ତିଙ୍କୁ ବି ନୋଟିଫିକେସନ ଦେଖାଯିବ କି ତାଙ୍କୁ ଏଚଡି ଭିଡ଼ିଓ ପଠାଯାଇଛି ।
ହାସହ ମଧ୍ୟ ପଢ଼ନ୍ତୁ - ହ୍ୱାଟ୍ସଆପ୍ରେ ଆସିଲା ୫ ନୂଆ ଫିଚର , ତୁରନ୍ତ ଏହାକୁ କରନ୍ତୁ ବ୍ୟବହାର