ବୃଦ୍ଧି ପାଇଛି ଶୀର୍ଷ ୨୫ ସେଲିବ୍ରିଟିଙ୍କ ବ୍ରାଣ୍ଡ ଭାଲ୍ୟୁ । ୨୦୨୩ରେ ୧୫.୫ ପ୍ରତିଶତ ବୃଦ୍ଧି ପାଇ ୧.୯ ଡଲାରରେ ପହଞ୍ଚିଛି। ତେବେ ଏଥିରେ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତଙ୍କ ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇଥିବା ବେଳେ ସବୁଠୁ ଆଗରେ ଅଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି । ଭାରତୀୟ କ୍ରିକେଟ ଜଗତରେ ଫେମସ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଭାରତୀୟ ଦଳର ସେ ଜଣେ ଚର୍ଚ୍ଚିତ ଖେଳାଳି। ବିରାଟ ସର୍ବଦା ନିଜର ଷ୍ଟାଇଲ ଓ ନିଜର ଭିନ୍ନ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ହୃଦୟ କିଣନ୍ତି। ଏବେ କିନ୍ତୁ କ୍ରିକେଟ ପଡିଆରେ ଗୋଟିଏ ପର ଗୋଟିଏ ରେକର୍ଡ ଭାଙ୍ଗୁଥିବା ରେକର୍ଡ ମ୍ୟାନ କୋହଲି ଏବେ ବିଜ୍ଞାପନ ବଜାରରେ ଚହଳ ପକାଇଛନ୍ତି । କ୍ରୋଲର ସେଲିବ୍ରିଟି ରିପୋର୍ଟ ଅନୁଯାୟୀ, ବ୍ରାଣ୍ଡ ଭାଲ୍ୟୁ ରାକିଂ ତାଲିକାରେ ସମସ୍ତ ସେଲିବ୍ରିଟିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ବିରାଟ । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୨୭.୯ କୋଟି ଆମେରିକୀୟ ଡଲାର । ଏହି ରିପୋର୍ଟ ଭାରତର ସବୁଠୁ ପ୍ରଭାବଶାଳୀ ସେଲିବ୍ରିଟିଙ୍କୁ ସେମାନଙ୍କ ବ୍ରାଣ୍ଡ ବିଜ୍ଞାପନ ଜରିଆରେ ଆକଳନ କରେ।
ସେହିପରି କୋହଲିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବଲିଉଡ ଅଭିନେତା ରଣବୀର ସିଂ। ତାଙ୍କର ୨୦.୩୧ କୋଟି ଡଲାର ବ୍ରାଣ୍ଡ ଭାଲ୍ୟୁ ରହିଛି। ଗତ ୪ ବର୍ଷ ହେଲା ଅଭିନେତାଙ୍କ ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ପ୍ରାୟ ଦ୍ୱିଗୁଣିତ ହୋଇଛି। ୨୦୨୦ ରେ ୧୦୨.୯ ମିଲିୟନ ଡ଼ଲାର ଥିବା ବେଳେ ୨୦୨୩ ରେ ୨୦୩.୧ ମିଲିୟନ ଡ଼ଲାରରେ ପହଞ୍ଚିଛି। ସେହପରି ବଲିଉଡ ବାଦଶାହ ଶାହରୁଖ ଖାନ ୧୨.୦୭ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଅକ୍ଷୟ କୁମାର ୧୧.୧୭ ଡଲାର ବ୍ରାଣ୍ଡ ଭାଲ୍ୟୁ ସହିତ ସେ ଚତୁର୍ଥ ସ୍ଥାନକୁ ଖସିଛନ୍ତି । ଗତଥର ସେ ତୃତୀୟ ସ୍ଥାନରେ ଥିଲେ ।
ଆଲିଆ ଭଟ୍ଟ ୧୦.୧୧ ବ୍ରାଣ୍ଡ ଭାଲ୍ୟୁ ସହିତ ରହିଛନ୍ତି ପଞ୍ଚମ ସ୍ଥାନରେ। ତେବେ କ୍ରୋଲରେ ଭାଲ୍ୟୁମେଣ୍ଟ୍ ଆଡଭାଇଜରୀ ସର୍ଭିସେସ୍ ର ପରିଚାଳନା ନିର୍ଦ୍ଦେଶକ ଆଭିରାଲ୍ ଜେନା, ଶ୍ରେଷ୍ଠ ୨୦ ସେଲିବ୍ରିଟିଙ୍କ ଦ୍ବାରା ୧୪% ବୃଦ୍ଧି ଉପରେ ନଜର ରଖିଛନ୍ତି । ଡିଜିଟାଲ ମିଡିଆ, ଅନଲାଇନ୍ ଗେମିଂ ଏବଂ ଆନିମେସନ୍ ଦ୍ୱାରା ପରିଚାଳିତ ୨୦୨୩ ମସିହାରେ ଭାରତର ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ୧୧.୪% ଅଭିବୃଦ୍ଧି ଘଟି ୨୮ ବିଲିୟନ ଡ଼ଲାରରେ ପହଞ୍ଚିଛି । ତେଣୁ ୨୦୨୫ ପର୍ଯ୍ୟନ୍ତ ୩୪ ମିଲିୟନ ଡଲାର ପହଞ୍ଚିବାର ଅନୁମାନ କରାଯାଉଛି।