ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆମେରିକାକୁ ଅର୍ଶଦୀପ ଅଡ଼ୁଆ, ୧୧୦ ରନ୍‌ରେ ଅଟକିଲା ଆୟୋଜକ ଦଳ

Image Courtesy: espncricinfo

ନ୍ୟୁୟର୍କ: ଟି-୨୦ ବିଶ୍ବକପ୍‌ରେ ଭାରତ ଏବଂ ଆମେରିକା ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ଗହଣରେ ଉତ୍ସାହ । ପ୍ରଥମ ଥର ଏହି ଦୁଇ  ଟିମ୍‌ ମୁହାଁମୁହିଁ ହୋଇଛନ୍ତି । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚରେ ଆୟୋଜକ ଦଳ ୧୧୦ ରନ୍‌ ସଂଗ୍ରହ କରିଛି । ଏହା ସହ ଭ୍ରମଣକାରୀ ଭାରତୀୟ ଦଳକୁ ୧୧୧ ରନ୍‌ର ଟାର୍ଗେଟ ଦେଇଛି ଆମେରିକା । ଆମେରିକା ନିଜର ପୂର୍ବ ମ୍ୟାଚ୍‌କୁ ପାକିସ୍ତାନ ଭଳି ଅନୁଭବୀ ଟିମକୁ ପରାସ୍ତ କରିଥିଲା । ସେହିଭଳି ଆଜି ଭାରତକୁ ମାତ ଦେବାକୁ ଚେଷ୍ଟା ଜାରି ରଖିଛି ଆମେରିକା । 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ଟିମ୍‌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୧୦ ରନ୍‌ କରିଛି । ଭାରତୀୟ ବୋଲରଙ୍କ ସାମ୍ନାରେ ଆମେରିକୀୟ ପ୍ଲେୟାର ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ନୀତିଶ କୁମାର ସର୍ବାଧିକ ୨୭ ରନ୍‌ କରିଥିବା ବେଳେ ଷ୍ଟିଭେନ ଟେଲର ୨୪ ରନ୍‌ କରିଛନ୍ତି । ଏହା ବ୍ୟତୀତ ଆଣ୍ଡ୍ରିସ୍‌ ଗୋସ(୨), ଆରୋନ ଜୋନସ(୧୧), କୋରି ଆଣ୍ଡରସନ୍‌ (୧୪), ହରମିତ ସିଂହ (୧୦), ସାଡଲେ ଭାନ (୧୧*) ଏବଂ ଯଶଦୀପ ସିଂହ (୨)ଙ୍କ ବଳରେ ୨୦ ଓଭରରେ ୧୦୦ ରନ୍‌ ଅତିକ୍ରମ କରିପାରିଛି ଆମେରିକା ।

 ସେପଟେ ଭାରତୀୟ ଟିମର ଅର୍ଶଦୀପ ସିଂହ ବିଶ୍ବ ରେକର୍ଡ କରିବା ସହ ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା  ୨ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ଅକ୍ତିଆର କରଛନ୍ତି । ତେବେ ଆଜିର ମ୍ୟାଚ୍‌ ଜିତିଲେ ଭାରତ ସୁପର ୮ରେ ପ୍ରବେଶ କରିବ ।  

  • india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.