ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ୟୁରୋ କପ୍‌ ୨୦୨୪: ବିଜୟରୁ ଇଂଲଣ୍ଡର ଅଭିଯାନ, ୧-୦ ଗୋଲରେ ସର୍ବିୟାକୁ ହରାଇଲା

ଗେଲସେନକିର୍ଚେନ,୧୭/୦୬: ଇଂଲଣ୍ଡ ୧-୦ ଗୋଲରେ ସର୍ବିୟାକୁ ହରାଇ  ୟୁରୋ କପ୍‌ ଗ୍ରୁପ୍‌ ସି’ରେ ବିଜୟରୁ ଅଭିଯାନ  ଆରମ୍ଭ କରିଛି । ୧୩ ମିନିଟରେ ମିଡଫିଲ୍ଡର  ଜୁଡ୍‌ ବେଲିଂହାମ ବିଜୟୀ ଗୋଲ ସ୍କୋର  କରିଥିଲେ । ଏହି ବିଜୟ ସହ ଇଂଲଣ୍ଡ  ୩ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । 

ଇଂଲଣ୍ଡ ଖେଳାଳି ଆରମ୍ଭରୁ ଘନଘନ ଆକ୍ରମଣ  କରି ସୁଯୋଗ ସୃଷ୍ଟି କରିଥିଲେ । ତେବେ ସର୍ବିୟା ଏହାର  କଡ଼ା ଜବାବ ଦେଇଥିଲା । କିନ୍ତୁ ଜୁଡ ୧୩ ମିନିଟରେ  ସବୁ ସୁରକ୍ଷା ଭେଦ କରି ବଲ୍‌ ଗୋଲପୋଷ୍ଟରେ  ପୂରାଇବାରେ ସଫଳ ହୋଇଥିଲେ । ୧-୦ ଗୋଲରେ  ଅଗ୍ରଣୀ ହୋଇ ଦଳ ସ୍ଥିତି ଦୃଢ଼ କରିଥିଲା ।  

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସର୍ବିୟା  ଗୋଲ ଖାତା ଖୋଲି ପାରିନଥିଲା ।  ଦ୍ୱିତୀୟାର୍ଦ୍ଧ ପୂର୍ବାପେକ୍ଷା ଅଧିକ  ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଖେଳ ଚିତାକର୍ଷକ  ହୋଇଥିଲା । ଫଳରେ ଏହି ଭାଗରେ ଆଉ ଗୋଲ ସମ୍ଭବ  ହୋଇନଥିଲା । ସର୍ବିୟା ଶେଷ ପର୍ଯ୍ୟନ୍ତବହୁ ପ୍ରୟାସ  କରି ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା । ସେମିତି  ଇଂଲଣ୍ଡକୁ ମଧ୍ୟ ଅଧିକ ଗୋଲ ସୁଯୋଗ ଦେଇ ନଥିଲା ।

  • PrameyaOdia
  • prameya
  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.