ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଟି-୨୦ ବିଶ୍ବକପ୍: ଆମେରିକା ରଚିଥିଲା ପାକ୍ ବିପକ୍ଷରେ ଚକ୍ରବ୍ୟୁହ, ଆମେରିକୀୟ ଖେଳାଳି ଖୋଲିଲେ ରାଜ୍

ନୂଆଦିଲ୍ଲୀ,୨୪।୬:  ଆଇସିସି ଟି-୨୦ ବିଶ୍ବକପ୍ ୨୦୨୪ର ଲିଗ୍  ରାଉଣ୍ଡରେ ପାକିସ୍ତାନକୁ ଆମେରିକା ବିରୋଧରେ ସୁପର ଓଭରରେ ପରାଜୟ ସାମନା କରିବାକୁ ପଡିଥିଲା। ଟି-୨୦ ବିଶ୍ବକପ୍ ଇତିହାସରେ ଏହାର ସବୁଠାରୁ ବଡ ପରିବର୍ତ୍ତନ ବୋଲି କୁହାଯାଉଛି। ଏହି ମ୍ୟାଚ୍ରୁ ହାରିବା ପରେ ପାକିସ୍ତାନର ଯାତ୍ରା ଲିଗ୍ ରାଉଣ୍ଡରେ ଶେଷ ହୋଇଛି ଓ ଗ୍ରୁପ୍-ଏ’ରୁ ଇଣ୍ଡିଆ ଓ ଆମେରିକା ସୁପର-୮ ପାଇଁ କ୍ବାଲିଫାଏ ହୋଇଛି। ପାକିସ୍ତାନ ବିରୋଧରେ ମ୍ୟାଚକୁ ନେଇ ପାକିସ୍ତାନର ବଂଶୋଦ୍ଭବ ଆମେରିକୀୟ ଦ୍ରୁତ ବୋଲର ଅଲ୍ଲି ଖାନ୍ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, କେଉଁଭଳି ଟି-୨୦ ବିଶ୍ବକପ୍ ୨୦୨୪ ପୂର୍ବରୁ ପାକିସ୍ତାନ ବିରୋଧରେ ଆମେରିକା ଚକ୍ରବ୍ୟୁହ ରଚିଥିଲା। ଅଲ୍ଲି ଖାନ୍ କହିଛନ୍ତି, ପାକିସ୍ତାନ ଏଭଳି ଟିମ୍, ଯାହାକି ବିପକ୍ଷ ଟିମ୍କୁ ଧରାଶାୟୀ କରେ କିମ୍ବା ନିଜ୍ ଟିମ୍ ଧରାଶାୟୀ ହୋଇଯାଏ। ସେ ଦିନ କିନ୍ତୁ ପାକିସ୍ତାନ ଟିମ୍ ଧରାଶାୟୀ ହୋଇଯାଇଥିଲା।

ଅଲ୍ଲୀ ଖାନ୍ ଟାଇମ୍ସ ଅଫ୍ କରାଚୀରେ ପାକିସ୍ତାନର ପୂର୍ବତନ କ୍ରିକେଟର ରଶିଦ ଲତିଫ୍ଙ୍କ ସହ ଆଲୋଚନା ବେଳେ ଏହି ସବୁ କଥା କହିଥିଲେ। ରଶିଦ୍ ଲତିଫ୍ କହିଛନ୍ତି, ପୁରା ପାକିସ୍ତାନ ଆପଣଙ୍କ ଉପରେ ଅସନ୍ତୁଷ୍ଟ, ଏହାକୁ ନେଇ ଅଲ୍ଲୀ ଖାନ୍ କହିଛନ୍ତି, ପୁରା ପାକିସ୍ତାନ ସେତେବେଳେ ବି ମୋ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତା, ଯଦି ମୁଁ ସୁପର ଓଭର ପକାଇଥାନ୍ତି, କିନ୍ତୁ ସେ ମୋତେ ସୁପର ଓଭରରେ ବଲ୍ ଦେଲେନି। ତାହା ଖୁବ୍ ଭଲ ହେଲା, ନହେଲେ ପାକିସ୍ତାନ ଆସିବା ମୋର ବନ୍ଦ ହୋଇଯାଇଥାନ୍ତା। ପାକିସ୍ତାନ ମ୍ୟାଚ୍ ଖୁବ୍ ଇମୋସନାଲ ଥିଲା, ଖୁବ୍ ବଡ ଟିମ୍, ଆମେ ଏତେ ବଡ ଟିମ୍ ସହ କେବେ ଖେଳିନଥିଲୁ ଓ ସିଧା ଟି-୨୦ ବିଶ୍ବକପ୍ରେ ଖେଳିବାକୁ ଓହ୍ଲାଇଥିଲୁ।

ଅଲ୍ଲୀ ଖାନ୍ କହିଛନ୍ତି, ପ୍ରଥମେ ଆମେ କାନାଡା ସହ ଖେଳିଥିଲୁ, କିନ୍ତୁ ତାଙ୍କ ସହିତ ଆମେ ପ୍ରାୟ ସମୟ ତ ଖେଳୁଛୁ। କିନ୍ତୁ ପାକିସ୍ତାନ ବିପକ୍ଷରେ ମେନ୍ ମୁକାବିଲ ଥିଲା। ତାଙ୍କ ପାଖରେ ଏତେ ବଡ ବଡ ଖେଳାଳି ଯେପରିକି ବାବର ଆଜମ, ମହମ୍ମଦ ରିଜଓ୍ବାନ ଓ ଫଖର ଆଜମ ଓ  ଶାହିନ ଆଫ୍ରିଦି। ତାଙ୍କ ନାଁ ଶୁଣି ଭୟ ଲାଗୁଥିଲା। କିନ୍ତୁ ଟି-୨୦ ବିଶ୍ବକପ୍ ପୂର୍ବରୁ ଆମେ ବାଂଲାଦେଶ ବିପକ୍ଷରେ ସିରିଜ ଜିତିଥିଲୁ। ସେଇଠୁ ମୋତେ ଲାଗୁଥିଲା ଆମ ଟିମ୍କୁ ଖୁବ୍ କନଫିଡେଣ୍ଟ ମିଳିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.