ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମଙ୍କ ଉପରେ ବର୍ଷିଲେ ରୋହିତ, କହିଲେ ମସ୍କିଷ୍କ ଦ୍ୱାର ଖୋଲନ୍ତୁ

ଗାଏନା,୨୭/୦୬: ଭାରତୀୟ ଦଳ ଉପରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ  ଇଞ୍ଜାମାମ ଉଲ୍‌-ହକ୍‌ଙ୍କୁ ଟିମ ଇଣ୍ଡିଆ ଅଧିନାୟକ ତୀବ୍ର ସମାଲୋଚନା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଇଞ୍ଜାମାମ ଏକ ଟିଭି କାର୍ଯ୍ୟକ୍ରମ ଅବସରରେ ଭାରତୀୟ ବୋଲରଙ୍କ  ଉପରେ ଆପତ୍ତି ଉଠାଇଥିଲେ । ସେ କହିଥିଲେ ଅର୍ଶଦୀପ ସିଂହ ୧୫ତମ ଓଭରରେ ବଲ୍‌କୁ ରିଭର୍ସ ସୁଇଂ କରାଇଥିଲେ । ମାତ୍ର  ୧୫ ଓଭର ପୁରୁଣା ବଲ୍‌ ରିଭର୍ସ ସୁଇଂ ହେବା ଆଶ୍ଚର୍ଯ୍ୟର ବିଷୟ ।  ଅମ୍ପାୟାରମାନେ ଆଖି ଖୋଲା ରଖିବା ଆବଶ୍ୟକ । ପାକିସ୍ତାନ  ବୋଲର ରିଭର୍ସ ସୁଇଂ କରିଥିଲେ ବିବାଦରେ ଛନ୍ଦି ହୋଇଥାନ୍ତେ । ଭାରତ ପାଇଁ ଅମ୍ପାୟାରଙ୍କ ଆଖି ସର୍ବଦା ବନ୍ଦ ରହୁଛି ।  

ବୁଧବାର ସମ୍ବାଦିକ ସମ୍ମିଳନୀ ଅବସରରେ ଇଞ୍ଜାମାମଙ୍କ  ଆପତ୍ତି ବିଷୟରେ ପ୍ରଶ୍ନ କରାଯାଇଥିଲା। ଜବାବରେ ରୋହିତ ବିରକ୍ତି ପ୍ରକାଶ କରି କହିଥିଲେ,ଏଭଳି ପ୍ରଶ୍ନର କି  ଉତ୍ତର ଦେବି? ଏଠାରେ ତାପ ମାତ୍ରା ଅଧିକ ରହିଛି । ଶୁଷ୍କ ଜଳବାୟୁରେ ବଲ୍‌ ରିଭର୍ସ ସୁଇଂ କରିବା ନୂଆ କଥା ନୁହେଁ । ପ୍ରତ୍ୟେକ ଦଳର ବୋଲର ରିଭର୍ସ ସୁଇଂ କରୁଛନ୍ତି । ବର୍ତ୍ତମାନ ଅପତ୍ତି ଉଠାଉଥିବା ଲୋକଙ୍କୁ ମସ୍ତିଷ୍କ ଖୋଲିବା ଆବଶ୍ୟକ। ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ନୁହେଁ, ବିଶ୍ୱକପ୍‌ ୱେଷ୍ଟ ଇଣ୍ଡିଜରେ ଖେଳାଯାଉଛି । 

ସୂଚନାଯୋଗ୍ୟ, ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ  ଅପରାଜେୟ ରହିଛି । ୬ଟି ମ୍ୟାଚ୍‌ ଜିତି ଭାରତ ସେମିରେ  ପ୍ରବୋ କରିଛି । ଅର୍ଶଦୀପ ଚମତ୍କାର ବୋଲିଂ କରୁଛନ୍ତି  ଓ ଇତି ମଧ୍ୟରେ ସେ ୧୫ଟି ୱିକେଟ୍‌ ନେଇ ସାରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.