ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା

ନୂଆଦିଲ୍ଲୀ ୩୦/୦୬: ବିରାଟ କୋହଲି ଓ ଅକ୍ଷର ପଟେଲଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ  ଏବଂ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ଘାତକ ବୋଲିଂକୁ ପାଥେୟ କରି ଭାରତ ୭ ରନ୍‌ରେ ଦକ୍ଷିଣ  ଆଫ୍ରିକାକୁ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଚାମ୍ପିଅନ ହୋଇଛି । ୨୦୦୭ରେ ଭାରତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ପ୍ରଥମ  ଥର ଚାମ୍ପିଅନ ହୋଇଥିଲା । ରୋହିତ ଶର୍ମା ଦ୍ୱିତୀୟ ଟାଇଟଲ  ଭେଟି ଦେଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌  ହରାଇ ୧୭୬ ରନ୍‌ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୮  ୱିକେଟ୍‌ ହରାଇ ୧୬୯ ରନ୍‌ରେ ସୀମିତ ରହିଥିଲା । 

କ୍ରିକେଟ୍‌  ପ୍ରଶଂସକଙ୍କୁ ଚକିତ କରି ଭେଟେରାନ ବିରାଟ କୋହଲି ଓ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଧରିବା ପରେ କୋହଲି ଏବଂ ମ୍ୟାଚ୍‌ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ନିଜ ନିଜର ଅବସର ବିଷୟରେ ସୂଚନା ଦେଇଥିଲେ ।  

ବିଶ୍ୱକପ୍‌ ସେମି ଫାଇନାଲ ପର୍ଯ୍ୟନ୍ତ କୋହଲିଙ୍କ ପ୍ରଦର୍ଶନ ସେଭଳି ଭଲ ନଥିଲା । ତଥାପି ପ୍ରଶଂସକ ଆଶା ରଖିଥିଲେ,  ଫାଇନାଲରେ କୋହଲିଙ୍କ ଚମକ ଦେଖିବାକୁ ମିଳିବ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପୂର୍ବରୁ ଏ କଥା କହିଥିଲେ । ତାହା ହିଁ ହେଲା, ପ୍ରାରମ୍ଭିକ  ବିପର୍ଯ୍ୟୟ ସତ୍ତେ୍ୱ କୋହଲି ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ (୭୬) ପାଳି ଖେଳିଲେ । ଯାହା  ବେଶ ଗୁରୁତ୍ୱପୂଣ୍‌ର୍ ରହିଥିଲା । ଶେଷରେ ଭାରତ  ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଚାମ୍ପିଅନ ହେଲା । ବିଶ୍ୱ ଟାଇଟଲ ତୋଳି ଧରିବାର ଶେଷ ଇଚ୍ଛା ଥିଲା କୋହଲିଙ୍କର । ଆଉ ଚାମ୍ପିଅନ ହେବା ପରେ ସେ ନିଜର ସନ୍ନ୍ୟାସ ଘୋଷଣା କରି କହିଥିଲେ, ‘ଏହା  ଥିଲା ମୋର ଶେଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ।’ ଯାହା ସମସ୍ତଙ୍କୁ ଚକିତା ଏବଂ ବିସ୍ମିତ କରି ଦେଇଥିଲା । ଅର୍ଥାତ ଏହାପରେ କୋହଲିଙ୍କୁ ଆଉ  ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଦେଖିବାକୁ ମିଳିବ  ନାହିଁ । ଦାୟିତ୍ୱପୂର୍ଣ୍ଣ ଇନିଂସ ପାଇଁ ସେ ଫାଇନାଲରେ  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।  ବଡ଼ ଖେଳାଳି, ବଡ଼ ମ୍ୟାଚ୍‌ରେ ତାଙ୍କର ଚମକ  ଦେଖାଇଦେଲେ । 

କୋହଲି କହିଥିଲେ, ‘ ଏହା ଥିଲା ମୋର  ଶେଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଏହା ହିଁ ଆମେ ହାସଲ  କରିବାକୁ ଚାହୁଁଥିଲୁ । ଈଶ୍ୱର ହେଉଛନ୍ତି ବଡ଼।  ଦଳ ପାଇଁ ଯାହା ଆବଶ୍ୟକ ହେଉଥିଲା, ତାହା  କରିଛି । ଏହା ମୋର ଦେଶ ପାଇଁ ଶେଷ ଟି-ଟ୍ୱେଣ୍ଟି ।  ବିଶ୍ୱକପ୍‌ ତୋଳି ଧରିବାକୁ ଚାହିଁଥିଲି। ସମୟ  ଆସିଛି, ପରବର୍ତ୍ତୀ ପିଢ଼ିଙ୍କୁ ବାଟ ଛାଡ଼ିବାର । କିଛି  ପ୍ରତିଭାବାନ ପିଲା ଦଳକୁ ଆସିବେ ଏବଂ ଦଳର  ସଫଳତାକୁ ଆହୁରି ଆଗେଇ ନେବେ । 

ବିରାଟଙ୍କ ସହ ଯୋଗ ଦେଇ ରୋହିତ ଶର୍ମା  ମଧ୍ୟ ଟି-ଟ୍ୱେଣ୍ଟି ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ୍‌ ବିଜୟ ଥିଲା ଏକମାତ୍ର ସ୍ୱପ୍ନ । ଯାହା ଆଜି ପୂରଣ ହେଲା । ଅବସର ପାଇଁ  ସବୁଠୁ ଭଲ ସମୟ ବୋଲି ରୋହିତ ପ୍ରକାଶ  କରିଥିଲେ । ସାମ୍ବାଦିକ ସମ୍ମିଳନୀ ଅବସରରେ  ରୋହିତ କହିଥିଲେ, ଆଜି ମୋର ମଧ୍ୟ ଶେଷ  ଟି-ଟ୍ୱେଣ୍ଟି(ଅନ୍ତର୍ଜାତୀୟ) ମ୍ୟାଚ୍‌ ରହିଥିଲା । ଏହି  ଫର୍ମାଟ୍‌ ଖେଳିବା ସମୟରେ ପ୍ରତ୍ୟେକ ମୁହର୍ତ୍ତକୁ  ଉପଭୋଗ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜରିଆରେ  ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲି । ଆଜି ଟ୍ରଫି ସହ ଯାତ୍ରା ଶେଷ କରୁଛି । କେବଳ ଟ୍ରଫି  ଜିତିବା ସ୍ୱପ୍ନ ଥିଲା । ମୁଁ ଏହି ଟ୍ରଫି ପାଇଁ ସର୍ବଦା  ସ୍ୱପ୍ନ ଦେଖୁଥିଲି । ବର୍ତ୍ତମାନର ଖୁସିକୁ ଭାଷାର  ରୂପ ଦେବା କଷ୍ଟକର । ବହୁ ପ୍ରୟାସ ପରେ ଆମେ  ଟାଇଟଲ ଜିତି ପାରିଛୁ ।  

୨୦୧୦ ଜୁନ ୧୨ ତାରିଖରେ କୋହଲି ଜିମ୍ବାୱେ  ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।  ବିଶ୍ୱକପ୍‌ରେ ଚାମ୍ପିଅନ ହେବା ସହ ଦୀର୍ଘ ୧୪  ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେ  ୧୨୫ଟି ମ୍ୟାଚ୍‌ ଖେଳି ୪୧୮୮ ରନ୍‌ କରିଛନ୍ତି ।  ଯେଉଁଥିରେ ଗୋଟିଏ ଶତକ ଏବଂ ୩୮ଟି  ଅର୍ଦ୍ଧଶତକ ସାମିଲ ହୋଇଛି ।  

ରୋହିତ ଟି-ଟ୍ୱେଣ୍ଟିରେ ସର୍ବାଧିକ  ରନ୍‌(୪୨୩୧) ଓ ସର୍ବାଧିକ ଶତକ(୫) ର ରେକର୍ଡ ସହ ଅବସର ନେଇଛନ୍ତି । ତାଙ୍କ  କ୍ୟାରିୟରରେ ୨ଟି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଡି  ହୋଇଛି । ପଦାର୍ପଣରେ ୨୦୦୭ ଓ ଅଧିନାୟକ  ଭାବେ ୨୦୨୪ ବିଶ୍ୱକପ୍‌ । ଏଥର ବିଶ୍ୱକପ୍‌ରେ ସେ ୧୫୬.୭୦ ଷ୍ଟ୍ରାଇକ ରେଟ୍‌ରେ ଦ୍ୱିତୀୟ ସର୍ବାଧିକ  ୨୫୭ ରନ୍‌ ସଂଗ୍ରହ କରିଥିଲେ । 

ରୋହିତଙ୍କ ମାନ  ରଖିଲେ କୋହଲି 

୧୫ବର୍ଷର କ୍ୟାରିୟର ମଧ୍ୟରେ ଅନେକ ମ୍ୟାଚ୍‌,  ଅନେକ ଟ୍ରଫି ଜିତାଇଥିବା ବିରାଟ କୋହଲି  ବିଶ୍ୱକପ୍‌ ଆରମ୍ଭରୁ ନିରାଶ କରିଥିଲେ ହେଁ ସଠିକ୍‌  ସମୟରେ ଫର୍ମକୁ ଫେରି ଭାରତକୁ ଟ୍ରଫି ଭେଟି  ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ରେ ୭୬ରନ୍‌ର  ଜବରଦସ୍ତ ଇନିଂସ୍‌ ଖେଳି ଦଳକୁ ଏକ ଲଢ଼ୁଆ  ସ୍କୋର ପ୍ରଦାନ କରିଥିଲେ । ଏହି ଇନିଂସ୍‌ ବଳରେ  କୋହଲି ଅଧିନାୟକ ରୋହିତ ଶର୍ମାଙ୍କ ମାନ  ରଖିଥିଲେ । ରୋହିତଙ୍କ ଭରସା ଜିତିଥିଲେ ଏବଂ  ଭବିଷ୍ୟବାଣୀକୁ ସଠିକ୍‌ ପ୍ରମାଣିତ କରିଥିଲେ । 

କୋହଲିଙ୍କୁ ଓପନର ଭାବେ ଖେଳାଇବା ନିଷ୍ପତ୍ତି  ଭୁଲ ଥିଲା ବୋଲି ବହୁ ମତ ପ୍ରକାଶ ପାଇଥିଲା ।  ମାତ୍ର ରୋହିତ ଓ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତିରେ  ଅଟଳ ରହିଥିଲେ । କ୍ରମାନ୍ୱୟରେ ୭ଟି ମ୍ୟାଚ୍‌ରେ  ସେ ବିଫଳ ହୋଇଥିଲେ ହେଁ ତାଙ୍କ ଉପରେ ଭରସା  ଦେଖାଇଥିଲେ । ଏପରିକି ସେମି ଫାଇନାଲ୍‌ ବିଜୟ  ପରେ ରୋହିତ ନିଜେ କୋହଲିଙ୍କ ଫର୍ମକୁ ନେଇ  ଚିନ୍ତିତ ନଥିବା ସ୍ପଷ୍ଟ କରିଥିଲେ । କୋହଲି ଫାଇନାଲ୍‌  ପାଇଁ ବଡ଼ ଇନିଂସ ସାଇତି ରଖିଥିବା ରୋହିତ  ସେତେବେଳେ ମତ ଦେଇଥିଲେ । ଆଜି ଦଳ ଏବଂ  ରୋହିତଙ୍କ ଭରସା ଜିତିଥିଲେ କୋହଲି । ପ୍ରାରମ୍ଭିକ  ବିପର୍ଯ୍ୟୟରୁ ଦଳକୁ ଉଦ୍ଧାର କରି ଏକ ଲଢ଼ୁଆ  ସ୍କୋର ଗଢିବାରେ ନାୟକ ସାଜିଥିଲେ । କେବଳ  ସେତିକି ନୁହେଁ, ଅକ୍ଷର ପଟେଲଙ୍କ ସହ ଚତୁର୍ଥ  ୱିକେଟ୍‌ରେ ୭୨ ରନ୍‌ ଓ ଶିବମ ଦୁବେଙ୍କ ସହ  ପଞ୍ଚମ ୱିକେଟ୍‌ରେ ୫୭ରନ୍‌ର ଭାଗିଦାରୀ ଗଠନ  କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ । ବାକି  କାର୍ଯ୍ୟ ବୋଲରମାନେ ତୁଲାଇଥିଲେ।

  • PrameyaOdia
  • prameya
  • virat kohli
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.