ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

କେଉଁଠି ଖୁସି ତ କେଉଁଠି ଦୁଃଖ… ବିଶ୍ବ ଚାମ୍ପିୟନ ଅଧିନାୟକ ରୋହିତଙ୍କ ଉପରେ ରିତିକା ଦେଖାଇଲେ ଭଲପାଇବା, ମିଲରଙ୍କୁ ସମ୍ଭାଳିଲେ ସ୍ତ୍ରୀ

ନୂଆଦିଲ୍ଲୀ,୩୦/୬ : ଭାରତ ସାଉଥ ଆଫ୍ରିକାକୁ ହାରାଇ ଟି-୨୦ବିଶ୍ବକପର ତାଜ୍ ନିଜ ନାଁରେ କରି ନେଇଛି । ଟିମ୍ ଇଣ୍ଡିଆ ୧୭ବର୍ଷ ପରେ ଫର୍ମାଟରେ ଚାମ୍ପିୟନ ହୋଇଛି । ପ୍ରଥମ ଥର ୨୦୦୭ରେ ଟ୍ରଫି ଉଠାଇବାକୁ ସୁଯୋଗ ମିଳିଥିଲା । ଭାରତ ୨୦୧୧ ପରେ କୌଣସି ବିଶ୍ବକପ ଜିତିବାରେ ସଫଳ ହୋଇନଥିଲା । ସେହିଭଳି ରୋହିତ ଶର୍ମାଙ୍କ ଟିମ୍ ୧୧ବର୍ଷରୁ ଅପେକ୍ଷା କରିଥିବା ଆଇସିସି ଟ୍ରଫିକୁ ସୁଖରେ ସମାପ୍ତ କରିଛି । ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ମିଳିଥିଲା ।

ବାରବାଡୋସରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ ପରେ ଖେଳାଳୀଙ୍କ ଇମୋସନ ସାମ୍ନାକୁ ଆସିଛି । ଉଭୟ ଟିମର ଖେଳାଳୀ କାନ୍ଦୁଥିବା ନଜର ଆସିଥିଲା । ଫରକ ଏତିକି ଥିଲା କି କିଏ ଖୁସି ରେ ତ କିଏ ଦୁଃଖରେ କାନ୍ଦୁଥିଲା । ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲୀ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନ୍ୟ ଖେଳାଳୀ ଆଖିର ଲୁହକୁ ସମ୍ଭାଳି ପାରିନଥିଲେ । ଟି-୨୦ ବିଶ୍ବକପ ଜିତିବା ପରେ ରୋହିତ ମାଟିରେ ପଡ଼ିଯାଇଥିଲେ ଏବଂ ଭାବୁକ ହୋଇଯାଇଥିଲେ । ସେ ସେଠାରୁ ଉଠିବା ପରେ ସାଥି ଖେଳାଳୀଙ୍କ ସହ କାନ୍ଧ ମିଳାଇଥିଲେ ଏବଂ ପରେ ସ୍ତ୍ରୀ ରିତିକା ସଜଦେହଙ୍କୁ ଷ୍ଟାଣ୍ଡରୁ ପଡ଼ିଆକୁ ଡକାଇଥିଲେ ।

ରିତିକା ପଡ଼ିଆକୁ ଆସିବା କ୍ଷଣି ଉଭୟେ ଭାବୁକ ଥିଲେ ପରେ ରୋହିତଙ୍କୁ ଆଲିଙ୍ଗନ କରିଥିଲେ । ନଭେମ୍ବର ୨୦୨୩ରେ ବି ଉଭୟେ ଦିନିକିଆ ଫାଇନାଲ ପରେ କାନ୍ଦୁଥିବା ନଜର ଆସିଛନ୍ତି । କିନ୍ତୁ ସେତେବେଳେ ପରାଜୟର ଥିଲା । ଏଥର କିନ୍ତୁ ଖୁସିର ଲୁହ ଥିଲା । ରିତିକା ପୂରା ଟୁର୍ଣ୍ଣାମେଣ୍ଟ ସମୟରେ ଭାରତୀୟ ଟିମକୁ ଚିୟର କରୁଥିବା ନଜର ଆସିଛନ୍ତି । ତାଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଅନ୍ୟପଟେ ପରାଜୟ ପରେ ଦକ୍ଷିଣ ଆଫ୍ରିକାର ଖେଳାଳୀ କାନ୍ଦୁଥିବା ନଜର ଆସିଛନ୍ତି।  ଡେଭିଡ ମିଲର ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଥିଲେ । ସେ ମ୍ୟାଚକୁ ଶେଷ କରିପାରିଲେ ନାହିଁ । ଏହାର ଅବଶୋଷ ତାଙ୍କୁ ଜୀବନ ସାରା ରହିବ । ମିଲରଙ୍କୁ ତାଙ୍କ ସ୍ତ୍ରୀ କ୍ୟାମିଲା ହ୍ୟାରିସ ଆଲିଙ୍ଗନ କରି ସମ୍ଭାଳିଥିଲେ । ଅଧିନାୟକ ଏଡେନ ମାର୍କରମ, ହେନରିଚ କ୍ଲାସେନ ଜ୍ୟାସେ ଖେଳାଳୀ ବି କାନ୍ଦୁଥିବା ନଜର ଆସିଥିଲେ । କ୍ଲାସେନ ଶାନଦାର ଅର୍ଦ୍ଧଶତକ ଲଗାଇଥିଲେ କିନ୍ତୁ ଟିମକୁ ବିଜୟୀ କରିପାରିଲେ ନାହିଁ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.