ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ବିରାଟ-ଜନସନଙ୍କ ଠାରୁ ରୋହିତ-ରାବଡ଼ାଙ୍କ ପର୍ଯ୍ୟନ୍ତ; ଫାଇନାଲରେ ଏହି ଖେଳାଳିଙ୍କ ପ୍ରଦର୍ଶନରୁ ନିର୍ଦ୍ଧାରିତ ହେବ ବିଜେତା

ନୂଆଦିଲ୍ଲୀ,୨୯/୦୬: ଆଜି ଟି-୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍‌ ଇଣ୍ଡିଆ ଆଗରେ ଦକ୍ଷିଣ ଆଫ୍ରିକା ରହିଛି। ଉଭୟ ଟିମ୍‌ ବାର୍‌ବାଡୋସ୍‌ରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ସାମ୍ନାସାମ୍ନି ହେବେ। ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ସେହିପରି ସେମିଫାଇନାଲରେ ଦକ୍ଷିଣ ଆଫ୍ରକା, ଆଫଗାନିସ୍ଥାନକୁ ସହଜରେ ହରାଇଦେଇଥିଲା। ତେବେ ଆଜି ଉଭୟ ଟିମ୍‌ ମଧ୍ୟରେ କଡ଼ା ଟକ୍କର ଦେଖାଦେଇପାରେ। ଏଥିସହିତ ଅନେକ ଖେଳାଳୀଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ଯାହାକି ଏହି ଟୁର୍ଣ୍ଣାମେଣ୍ଟର ବିଜେତା ଚୟନ କରିବାରେ ବିଶେଷ ଭାବେ ସହାୟକ ହେବ। 

ବିରାଟ କୋହଲି ବନାମ ମାର୍କୋ ଜନ୍‌ସନ:

ଭାରତୀୟ ବ୍ୟାଟର ବିରାଟ କୋହଲି ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଭାବେ ରନ୍ ବାହାର କରିବାକୁ ବିରାଟ କୋହଲି ସଂଘର୍ଷ କରୁଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି ଯେ, ପୂର୍ବତନ ଭାରତୀୟ ଅଧିନାୟକ କ'ଣ ଫାଇନାଲରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନର ଛାପ ଛାଡ଼ି ପାରିବେ କି? ବିରାଟ କୋହଲିଙ୍କ ପାଇଁ ଦକ୍ଷିଣ ଆଫ୍ରିକାର ବୋଲରମାନେ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି। ବିଶେଷ କରି ମାର୍କୋ ଜନସେନ୍ ବଡ଼ ସମସ୍ୟା ହୋଇପାରନ୍ତି। କହିରଖୁଛୁ ଯେ, ଏହି ଦ୍ରୁତ ବୋଲରଙ୍କ ଉଚ୍ଚତା ହେତୁ ଆବଶ୍ୟକ ଗତିଠାରୁ ବଲ୍‌ ସ୍ବିଂଗ କମ୍ବା ବାଉଂଶ ହୋଇପାରେ। ତେଣୁ ମାର୍କୋ ଜନସେନ୍‌ଙ୍କ ଦ୍ୱାରା ବୋଲିଂ ବିରାଟ କୋହଲିଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏକ ମଜାଦାର ମୁକାବିଲା ଦେଖିବାକୁ ମିଳିବ।

ରୋହିତ ଶର୍ମା ବନାମ କାଗିସୋ ରାବଡ଼ା:

ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଅଛନ୍ତି। ବିଶେଷକରି ରୋହିତ ଶର୍ମା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଓ୍ବିନିଙ୍ଗ ଇନିଂସ ଖେଳିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ କାଗିସୋ ରାବାଡା ଭାରତୀୟ ଅଧିନାୟକଙ୍କ ପାଇଁ ଏକ ବଡ଼ ବିପଦ ବୋଲି ପ୍ରମାଣିତ ହୋଇପାରନ୍ତି। କହିରଖୁଛୁ ଯେ, ରୋହିତ ଶର୍ମାଙ୍କୁ କାଗିସୋ ରାବାଡାଙ୍କ ପ୍ରାରମ୍ଭିକ ଓଭରରେ ସତର୍କ ରହିବାକୁ ପଡ଼ିବ। ଯଦି ରୋହିତ ଶର୍ମାଙ୍କ ବ୍ୟାଟ୍ ଚାଲେ, ତେବେ ଭାରତୀୟ ଦଳ ପାଇଁ ରନ୍‌ ବାହାର କରିବା ସହଜ ହେବ, କିନ୍ତୁ ଦକ୍ଷିଣ ଆଫ୍ରିକାର ପ୍ରଶଂସକମାନେ ଚାହୁଁଛନ୍ତି ଯେ କାଗିସୋ ରାବଡା ପ୍ରାରମ୍ଭିକ ଓଭରରେ ରୋହିତ ଶର୍ମାଙ୍କୁ ପାଭିଲିୟନ ପଠାନ୍ତୁ।

ଜସ୍‌ପ୍ରିତ ବୁମ୍ରା ବନାମ କ୍ବିଣ୍ଟନ୍‌ ଡି କକ୍‌: 

ଏହି ଟୁର୍ନାମେଣ୍ଟରେ ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆର ଦ୍ରୁତ ବୋଲିଂ ଆକ୍ରମଣର ଫେସ୍ ପାଲଟିଛନ୍ତି। ପ୍ରାରମ୍ଭିକ ଓଭର ପରେ ଜସପ୍ରୀତ ବୁମ୍ରା ମିଡିଲ ଓଭର ଓ ଡେଥ୍‌ ଓଭରରେ ୱିକେଟ୍ ନେଉଛନ୍ତି ଏବଂ ରୋହିତ ଶର୍ମାଙ୍କ କାମ ସହଜ ମଧ୍ୟ ହାଇଯାଉଛି। କିନ୍ତୁ ଜସପ୍ରୀତ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବାକୁ ସମର୍ଥ ହେବେ କି? ବିଶେଷକରି ପ୍ରାରମ୍ଭିକ ଓଭରରେ ଜସପ୍ରୀତ ବୁମ୍ରାଙ୍କର ଏକ ବଡ଼ ଦାୟିତ୍ବ ରହିବ। କହିରଖୁଛୁ ଯେ, ଦକ୍ଷିଣ ଆଫ୍ରିକା ଓପନର୍ କ୍ୱିଣ୍ଟନ୍ ଡି କକ୍ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ବିପଦ ହୋଇପରନ୍ତି। ତେଣୁ କ୍ୱିଣ୍ଟନ୍ ଡି କକ୍‌ଙ୍କୁ ଯଥାଶୀଘ୍ର ପାଭିଲିଅନର ରାସ୍ତା ଦେଖାଇବା ପାଇଁ ଜସପ୍ରୀତ ବୁମ୍ରାଙ୍କର ବଡ଼ ଦାୟିତ୍ବ ଥିବ।

ସୂର୍ଯ୍ୟକୁମାର ଯାଦବ ବନାମ ତବରେଜ ସାସ୍ମି:

ଭାରତୀୟ ଦଳ ପାଇଁ ମିଡିଲ ଓଭରରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ବିଶେଷ କରି ସ୍ପିନରଙ୍କ ବିପକ୍ଷରେ ଏହି ବ୍ୟାଟର ଯେଉଁଭଳି ଖେଳୁଛନ୍ତି ତାହା ପ୍ରଶଂସନୀୟ, କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ କାମ କରିବ କି? ଦକ୍ଷିଣ ଆଫ୍ରିକାରେ ତବରେଜ ଶାସ୍ମିଙ୍କ ଭଳି ସ୍ପିନର ମିଡିଲ ଓଭରରେ ଅଭିଜ୍ଞ ବୋଲର ଅଟନ୍ତି, ତେଣୁ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ରାସ୍ତା ସହଜ ହେବ ନାହିଁ ବୋଲି କୁହାଯାଉଛି।





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.