ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଟି ୨୦ ବିଶ୍ବକପ୍‌ ୨୦୨୪ର ନିର୍ଣ୍ଣାୟକ ମୁକାବିଲା; ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ

ବାର୍ବାଡୋସ୍,୨୯/୦୬: ଟି ୨୦ ବିଶ୍ବକପ୍‌ର ନିର୍ଣ୍ଣାୟକ ତଥା ଫାଇନାଲ ମୁକାବିଲା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଉ ଅଳ୍ପ ସମୟ ମଧ୍ୟରେ ବାର୍ବାଡୋସ୍‌ରେ ଖେଳାଯିବ। ତେବେ ଏହା ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ। ଆଜିର ମ୍ୟାଚ୍‌ ବାର୍ବାଡୋସର ବ୍ରିଜଟାଉନ୍ କେନ୍ସିଙ୍ଗଟନ୍‌ରେ ଖେଳାଯାଉଛି। 

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଭାରତ ଏବଂ ଆଫ୍ରିକା କୌଣସି ମ୍ୟାଚ୍ ନହାରି ଫାଇନାଲରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଏବଂ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛି। ଯେତେବେଳେ କି ଭାରତୀୟ ଦଳ ୨୦୦୭ ରେ ଟି ୨୦ ବିଶ୍ୱକପ ଇତିହାସର ପ୍ରଥମ ସିଜିନ ଜିତିଥିଲା। ମହେନ୍ଦ୍ର ସିଂ ଧୋନି ସେତେବେଳେ ଅଧିନାୟକ ଥିଲେ।

ବର୍ତ୍ତମାନ ୧୭ ବର୍ଷ ପରେ, ରୋହିତଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହେବାର ସୁଯୋଗ ଭାରତ ପାଖରେ ରହିଛି। ଏଥର ଭାରତୀୟ ଦଳ ୬୮ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ମ୍ୟାଚରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ପ୍ରଥମ ସେମିଫାଇନାଲରେ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ଦଳ ଟି ୨୦ ବିଶ୍ୱକପରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସର୍ବପ୍ରଥମେ, ଫାଇନାଲ୍ ପ୍ରଥମ ସିଜିନ୍‌ରେ ଅର୍ଥାତ୍ ୨୦୦୭ ରେ ଖେଳାଯାଇଥିଲା। ତା’ପରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ମଧ୍ୟ ଜିତିଥିଲା। ୭ ବର୍ଷ ପରେ ଅର୍ଥାତ୍ ୨୦୧୪ ସିଜିନ୍‌ରେ ଫାଇନାଲରେ ପ୍ରବେଶ କଲା। ତା’ପରେ ଶ୍ରୀଲଙ୍କା ହାତରେ ପରାଜୟ ହୋଇଥିଲା। ବର୍ତ୍ତମାନ ଏହା ହେଉଛି ଭାରତ ପାଇଁ ତୃତୀୟ ଫାଇନାଲ୍‌ ମ୍ୟାଚ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.