ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନକୁ ୯ ଓ୍ବିକେଟ୍‌ରେ ହରାଇ ଫାଇନାଲ୍‌ରେ ମାକ୍ରମ ବାହିନୀ

ଟାରୌବା,୨୭/୦୬ : ସଫଳ ହେଲା ସ୍ୱପ୍ନର ଯାତ୍ରା। ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଲା ପ୍ରବେଶ ।  ସେପଟେ ଆଫଗାନିସ୍ତାନର ଫାଇନାଲ ଆଶା ଧୂଳିସାତ୍ । ସେମି ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୯ ଓ୍ବିକେଟ୍‌ରେ ପରାସ୍ତ ହୋଇଛି । ଏହାସହିତ ରାସିଦ ସେନାର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି ।




ସେମି ମୁକାବିଲାରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଆଶା ଅନୁସାରେ କରିପାରିନଥିଲା ବ୍ୟାଟିଂ ପ୍ରଦର୍ଶନ। ଲିଗ୍ ଏବଂ ସୁପର-୮ ଷ୍ଟେଜ୍‌ରେ  ବିରୋଧୀଙ୍କ ବୋଲରଙ୍କ ପାଇଁ ଟେନସନ୍ ସାଜିଥିବା ଗୁରବାଜଙ୍କୁ ଶୀଘ୍ର ଶୀକାର କରିଥିଲେ ଦକ୍ଷିଣ ଆଫ୍ରିକା ବୋଲର । ଆଉ ଏହାପରେ ପଡିଚାଲିଲା ଆଫଗାନୀ ବ୍ୟାଟରଙ୍କ ଓ୍ୱିକେଟ୍ । ଅଜ୍‌ମତୁଲ୍ଲାଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ବି କରିପାରିନଥିଲେ । ଶେଷରେ ମାତ୍ର ୧୩ ଓଭର ବ୍ୟାଟିଂ କରି ଦଳ ୫୬ ରନ୍‌ର ଅଲ୍ଆଉଟ୍ ହୋଇଯାଇଥିଲା । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନ୍ସେନ୍ ଏବଂ ସାମ୍‌ସି ସର୍ବାଧିକ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ରାବାଡ଼ା ଏବଂ ନୋର୍ଟଜି ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ବାକି କେଶବ ମହାରାଜ କେବଳ ଜଣେ ବୋଲର ଯାହାଙ୍କ ଖାତା କୌଣସି ବି ଓ୍ୱିକେଟ୍ ଯାଇନାହିଁ । 

ଅନ୍ୟପଟେ ୫୭ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ସମସ୍ତେ ଭାବୁଥିଲେ କି ପୂର୍ବ ମ୍ୟାଚ୍ ପରି ଆଫାଗାନୀ ବୋଲର ସଂଘର୍ଷ କରିବେ । ଆଉ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ । ହେଲେ କିଛି ସମୟ ପାଇଁ ମ୍ୟାଚ୍‌ରେ ରୋମାଞ୍ଚକର ଥିଲା । କାହିଁକି ୨ୟ ଓଭରରେ ଫଜଲ ଫାରୁକି କ୍ୱିଣ୍ଟନ ଡି କକ୍‌ଙ୍କ  ଓ୍ୱିକେଟ୍ ନେଇ ମ୍ୟାଚ୍‌ରେ ରୋମାଞ୍ଚ ବଢାଇଥିଲେ । ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟର ତାହା କରିବାକୁ ଦେଇଥିଲେ । ଆଉ କାମ ଦେଇନଥିଲା ଆଫାଗାନୀ ସ୍ପିଡ୍ ଏବଂ ଫିର୍କୀ । ଶେଷରେ ହେନ୍‌ରିକ୍ସଙ୍କ ୨୯ ରନ୍ ଏବଂ ମାକ୍ରମଙ୍କ ୨୩ ରନ୍‌ ବଳରେ ସେମି ମ୍ୟାଚ୍ ଜିତିଯାଇଛି ଦକ୍ଷିଣ ଆଫ୍ରିକା । ମାତ୍ର ୯ ଓଭରରେ ଖେଳରେ ଏହି ଛୋଟିଆ ଟାର୍ଗେଟକୁ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର ।


  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.