ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ରୋହିତ ଶର୍ମା ଭାଙ୍ଗିବେ ବିରାଟ କୋହଲୀଙ୍କ ମହା ରେକର୍ଡ଼, ଜାଣନ୍ତୁ କେତେ ରନ୍ କଲେ ରଚିବେ ଇତିହାସ

ନୂଆଦିଲ୍ଲୀ,୨୯/୬ :  ରୋହିତ ଶର୍ମା ଟି-୨୦ ବିଶ୍ବକପ ୨୦୨୪ରେ ଜୋରଦାର ଫର୍ମରେ ଅଛନ୍ତି । ଯେତେବେଳେ ଟିମ୍ ଇଣ୍ଡିଆ ଫଶିଛି ସେତେବେଳେ ରୋହିତଙ୍କ ବ୍ୟାଟ୍ ଚାଲିଛି । ବିଶେଷ କଥା ଏହି କି ଯେ, ଯଦି ଆମେ ନଜର ପକାଇବା ତେବେ ନିଜ ବ୍ୟାଟିଂ ସମୟରେ ରୋହିତ କେବେ ନିଜ ରେକର୍ଡ଼ ବିଷୟରେ ଭାବି ନାହାନ୍ତି ।

ରୋହିତଙ୍କ ବ୍ୟାଟ୍ ଯେତେବେଳେ ଚାଲିଥାଏ ତ ସମ୍ପୂର୍ଣ୍ଣ ଭାବେ ତୁଫାନୀ ଅନ୍ଦାଜରେ ସେ ନଜର ଆସନ୍ତି । ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜିତ ହୋଇଥିବା ଟି-୨୦ ବିଶ୍ବକପ୍ ୨୦୨୪ର ଯାତ୍ରା କିଭଳି ଥିଲା ? ରୋହିତ ଶର୍ମା ଏହି ଟି-୨୦ ବିଶ୍ବକପରେ ଏବେ ପର୍ଯ୍ୟନ୍ତ ୭ମ୍ୟାଚ‌ରେ ୨୪୮ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ଆଭରେଜ ୪୧.୩୩ ଏବଂ ଷ୍ଟ୍ରାଇକ୍ ରେଟ୍ ୧୫୫.୯୭ ଅଟେ । ଯଦି ସେ ଫାଇନାଲରେ ୭୨ରନ କରୁଛନ୍ତି ତ  ତେବେ ସେ କୌଣସି ଟି-୨୦ବିଶ୍ବକପରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ହୋଇଯିବେ । 

ବିରାଟ କୋହଲୀ ବାଙ୍ଗଲାଦେଶରେ ୨୦୧୪ବିଶ୍ବକପରେ ୩୧୯ରନ୍ କରିଥିଲେ ଏବଂ ଏହାପରେ ଅଷ୍ଟେ୍ରଲିଆରେ ୨୦୨୨ବିଶ୍ବକପ ସିଜିନରେ ୨୯୬ରନ କରିଛନ୍ତି । ୨୦୧୪ରେ ତାଙ୍କ ଦ୍ବାରା କରାଯାଇଥିବା ୩୧୯ରନ୍ ୧୦୬.୩୩ର ଆଭରେଜରେ ଆସିଥିଲା । ଯାହା କୌଣସି ବି ବ୍ୟାଟର ଦ୍ବାରା ଗୋଟିଏ ବିଶ୍ବକପ ସିଜିନରେ ସର୍ବାଧିକ ରନ୍ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.