ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଭାରତ ନେଲା ପ୍ରତିଶୋଧ: ଇଂଲଣ୍ଡକୁ ୬୮ ରନ୍‌ରେ ହରାଇ ତୃତୀୟ ଥର ଫାଇନାଲ୍‌ରେ ରୋହିତ ବାହିନୀ

ଗାଏନା,୨୮/୦୬: ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଇ ଭାରତ ଏଥର ଫାଇନାଲ୍‌ରେ ପ୍ରବେଶ କରିଛି । ବର୍ଷା ମଧ୍ୟ ଭାରତର ବିଜୟକୁ ଅଟକାଇ ପାରି ନଥିଲା । ଗୁରୁବାର ଦ୍ୱିତୀୟ ସେମି ଫାଇନାଲ୍‌ରେ ଭାରତ ୬୮ ରନ୍‌ରେ ଇଂଲଣ୍ଡକୁ ହରାଇଥିଲା । ପ୍ରେଭିଡେନ୍ସ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ୱିକେଟ୍‌ ବିନିମୟରେ ୧୭୧ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । 

ଶେଷ ଥର ପାଇଁ ଭାରତ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ଖେଳିଥିଲା । ଟାଇଟଲ ଲଢ଼େଇଦେଳ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । ଏହାପରେ ଭାରତ ୨୦୧୬ ଓ ୨୦୨୨ ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ପରାଜିତ ହୋଇ ଫାଇନାଲରୁ ବଞ୍ଚିତ ହୋଇଥିଲା । 




ଗୁରୁବାର ସକାଳୁ ବର୍ଷା ହେବାରୁ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ।  ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ବିରାଟ କୋହଲି ୧୯ ରନ୍‌ ସଂଗ୍ରହ କରିଥିଲେ । କୋହଲି ପୁଣି ଥରେ ବିଫଳ ହୋଇଥିଲେ ଏବଂ ୯ ରନ୍‌ କରି ପାଭିଲିୟନ ଫେରିଥିଲେ । ରିଷଭ ପନ୍ତ(୪) ମଧ୍ୟ ନିରାଶ କରିଥିଲେ । ମାତ୍ର ରୋହିତଙ୍କୁ ଅଟକାଇବା କଷ୍ଟକର ହୋଇଥିଲା । ଅନ୍ୟ ପଟରେ ସୂର୍ଯ୍ୟକୁମାର ଯୋଗ ଦେବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । 

୮ ଓଭର ସୁଦ୍ଧା ଦଳୀୟ ସ୍କୋର ୨/୬୫ରେ ପହଞ୍ଚିବା ପରେ ପୁନର୍ବାର ବର୍ଷା ହୋଇ ପାଖା ପାଖି ୧ଘଣ୍ଟା ପର୍ଯ୍ୟନ୍ତ ଖେଳ ସ୍ଥଗିତ ରହିଥିଲା । ଏଥର ପ୍ରବଳ ଖରା ହୋଇଥିଲା ଓ ଉଭୟ ଅପରାଜିତ ବ୍ୟାଟର ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ରୋହିତ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୧୧୩ ବେଳେ ରୋହିତଙ୍କୁ ଆଉଟ୍‌ କରି ଆଦିଲ ରସିଦ ଇଂଲଣ୍ଡ ଶିବିରକୁ ଆଶ୍ୱସ୍ତ କରିଥିଲେ । ସେ ୩୮ଟି ବଲ୍‌ରୁ ୬ଚୌକା ଓ ୨ଛକା ବଳରେ ୫୭ ରନ୍‌ କରିଥିଲେ । ପରେ ସୂର୍ଯ୍ୟକୁମାର ୪୭(୪ଚୌକା, ୨ଛକରା) ରନ କରି ବିଦାୟ ନେଇଥିଲେ । ଅନ୍ତିମ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍‌ରୁ ୨୩ ରନ୍‌ ଓ ରବିନ୍ଦ୍ର ଜାଡେଜା ଅପରାଜିତ ୧୭ ରନ୍‌ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୭୧ରେ ପହଞ୍ଚିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । 

ଜବାବରେ ଇଂଲଣ୍ଡ ଓପନର ଜୋସ ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୩ଓଭରରେ ଇଂଲଣ୍ଡ ୨୬ ରନ ସଂଗ୍ରହ କରିବା ପରେ ରୋହିତ ତୁରନ୍ତ ଅକ୍ଷରଙ୍କୁ ବୋଲିଂ କରାଇଥିଲେ । ସେ ପ୍ରଥମ ବଲ୍‌ରେ ବଟଲର(୨୩)ଙ୍କୁ ଆଉଟ୍‌ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ପରବର୍ତ୍ତୀ ଓଭରରେ ବୁମରା ଅନ୍ୟ ଓପନର ଫିଲ ସଲ୍ଟ(୫)ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ । ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ଜନି ବେୟାରଷ୍ଟୋ(୦)ଙ୍କୁ ବୋଲ୍ଟ କରି ଅକ୍ଷର ଉନ୍ମାଦନା ଖେଳାଇ ଦେଇଥିଲେ । ମୋଇନ ଅଲି(୮) ମଧ୍ୟ ଅକ୍ଷରଙ୍କ ଶିକାର ସାଜିଥିଲେ । ସାମ କୁରାନ(୨)ଙ୍କୁ କୁଲଦୀପ ଆଉଟ୍‌ କରିବା ସହ ଇଂଲଣ୍ଡ ୪୯ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲା । ହ୍ୟାରୀ ବ୍ରୁକ୍‌(୨୫) କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ ହେଁ ଶେଷରେ କୁଲଦୀପଙ୍କ ବଲ୍‌ରେ ଆଉଟ୍‌ ହେବା ସହ ଭାରତର ବିଜୟ ପଥ ପରିଷ୍କାର ହୋଇଯାଇଥିଲା । ଅନ୍ତିମ ଭାଗରେ ଜୋଫ୍ରା ଆର୍ଚର ୨୧ ରନ୍‌ କରିଥିଲେ । ଅନ୍ୟ କେହି ଭାରତୀୟ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଶେଷରେ ଇଂଲଣ୍ଡ ୧୦୩ ରନ୍‌ କରି ଅଲ ଆଉଟ୍‌ ହୋଇ ଯାଇଥିଲା । ଭାରତ ପକ୍ଷରୁ ପକ୍ଷର ଓ କୁଲଦୀପ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.