ପ୍ରମୂଖ ଖବର
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଗୋଟିଏ ଓଭରରେ ୪୩ରନ୍… ୧୩୪ବର୍ଷରେ ପ୍ରଥମ ଥର ହେଲା ଏଭଳି

ନୂଆଦିଲ୍ଲୀ,୨୬/୬ : କ୍ରିକେଟରେ କିଛି ରେକର୍ଡ଼ ଏଭଳି ହୋଇଥାଏ କି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । କିଛି ଏଭଳି ରେକର୍ଡ଼ ଇଂଲଣ୍ଡରେ ହୋଇଛି । ଟି-୨୦ କ୍ରିକେଟର ଦୌଡ଼ରେ ଏବେ ଟେଷ୍ଟ ମ୍ୟାଚ୍ କିମ୍ବା ଫାଷ୍ଟ କ୍ଲାସ ମ୍ୟାଚରେ ବି ପ୍ଲେୟର ତୁଫାନୀ ବ୍ୟାଟିଂ କରିବାରେ ଲାଗିଛନ୍ତି । କାଉଂଟି ଚାମ୍ପିୟନଶିପର ଏକ ମ୍ୟାଚରେ ଏଭଳି ହୋଇଛି କି ଯାହାକୁ ଦେଖି ସମସ୍ତେ ଚିନ୍ତିତ ହୋଇଯାଇଛନ୍ତି । ହୋବରେ କାଉଣ୍ଟି ଗ୍ରାଉଣ୍ଡରେ ଲେଷ୍ଟରଶାୟର ବ୍ୟାଟର ଧୁମ୍ ମଚାଇଛନ୍ତି । ସେ ନିଜ ତୁଫାନୀ ପାଳିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

କ୍ରିକେଟ ଜଗତରେ ସମ୍ପୂର୍ଣ୍ଣ ଏକ ଅଜଣା ବ୍ୟାଟର ଇଂଲଣ୍ଡର ଅନୁଭବୀ ବୋଲର ଓଲୀ ରବିନ୍ସନଙ୍କୁ ଧୂଆଁଧାର ବ୍ୟାଟିଂ କରିଛନ୍ତି । ପ୍ରକାଶ ଯେ, ସସେକ୍ସ ଏବଂ ଲେଷ୍ଟରଶାୟର ମଧ୍ୟରେ ମ୍ୟାଚରେ କିଛି ଏଭଳି ହୋଇଥିଲା କି ଯାହାକୁ ଦେଖି ସମସ୍ତେ ଚିନ୍ତିତ ହୋଇଯାଇଥିଲେ । ସସେକ୍ସ ପ୍ରଥମ ପାଳିରେ ୪୪୨ ଏବଂ ଲେଷ୍ଟରଶାୟର ୨୭୫ରନ କରିଛନ୍ତି । ଦ୍ବିତୀୟ ପାଳିରେ ସସେକ୍ସର ଟିମ୍ ୬ଓ୍ବିକେଟରେ ୨୯୬ରନ୍ କରି ନିଜ ପାଳିକୁ ଘୋଷଣା କରିଦେଇଥିଲା । ଏହି ଭଳି ଭାବେ ଲେଷ୍ଟରଶାୟରକୁ ୪୬୪ରନର ବିଶାଳ ଲକ୍ଷ୍ୟ ମିଳିଥିଲା । ଲେଷ୍ଟରଶାୟରର ଟିମ୍ ୪୪୫ରନରେ ସୀମିତ ହୋଇଯାଇଥିଲା । ରୋମାଞ୍ଚକ ମୁକାବିଲାରେ ତାକୁ ୧୮ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଲା ।

ପ୍ରଥମ ପାଳିରେ ଲେଷ୍ଟରଶାୟରଙ୍କ ବ୍ୟାଟିଂକୁ ଦେଖି କାହାକୁ ବି ବିଶ୍ବାସ ନଥିଲା କି ୪୬୪ରନର ଟାର୍ଗେଟର ପାଖାପାଖି ବି ଏହି ଟିମ୍ ବି ପହଞ୍ଚିବ । ଏପରିକି ଗୋଟିଏ ସମୟରେ ଟିମ୍ ୧୭୫ରନରେ ୭ଓ୍ବିକେଟ ହରାଇଦେଇଥିଲା । ଲେଷ୍ଟରଶାୟରଙ୍କ ବ୍ୟାଟିଂ ଲୁଇସ କିମ୍ବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ସେ ୬୨ବଲରେ ଶତକ ଲଗାଇଥିଲେ । ସେ ନିଜ ପାଳିରେ ୧୨୭ବଲରେ ୨୪୩ରନ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ୨୦ଚୌକା ଏବଂ ୨୧ଛକ୍କା ବାହାରିଥିଲା ।

୨୭ବର୍ଷୀୟ କିମ୍ବର ଇଂଲଣ୍ଡ ଲାଗି ୨୦ଟେଷ୍ଟ ମ୍ୟାଚ୍ ଖେଳିସାରିଥିବା ସସେକ୍ସର ବୋଲର ଓଲୀ ରବିନ୍ସନର ଓଭରରେ ୪୩ରନ୍ କରିଛନ୍ତି । ଏହି କାଉଣ୍ଟି ଚାମ୍ପିୟନଶିପରେ ୧୩୪ବର୍ଷର ଇତିହାସ‌ରେ କୌଣସି ବୋଲରଙ୍କ ଓଭରରେ ହୋଇଥିବା ସବୁଠାରୁ ଅଧିକ ରନ୍ ଅଟେ । ରବିନ୍ସନଙ୍କ ନାମରେ ଏହି ଅଲୋଡ଼ା ରେକର୍ଡ଼ ସାମିଲ ହୋଇଛି । କିମ୍ବର ୮ମ ଓ୍ବିକେଟ ଲାଗି ବେନ କାନ୍ସଙ୍କ ସହ ୧୨୫ବଲରେ ୨୦୦ରନର ଭାଗିଦାରୀ କରିଛନ୍ତି । ଲେଷ୍ଟରଶାୟରଙ୍କୁ ବିଜୟ ଲାଗି ୮୯ରନର ଆବଶ୍ୟକତା ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.