ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ମହିଳା ଟେଷ୍ଟରେ ଶେଫାଳୀ ବର୍ମାଙ୍କ ଦ୍ବତୀୟ ଶତକ; ପ୍ରଥମ ଦିନରେ ଭାରତର ସ୍କୋର ୫୨୫

Image source: Cricbuzz

ନୂଆଦିଲ୍ଲୀ,୨୮/୦୬: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ର‌ଥମ ଦିନର ଖେଳ ଶେଷ ହୋଇଛି।ଏହି ଟେଷ୍ଟ ମ୍ୟାଚରେ ଭାରତର ଓପନିଂ ବ୍ୟାଟର ଶେଫାଲୀ ବର୍ମା ଚମତ୍କାର ପ୍ରଦର୍ଶନ କରି ଦ୍ୱିଶତକ ହାସଲ କରିଥିଲେ। ଶେଫାଳୀଙ୍କ ଟେଷ୍ଟ କ୍ରିକେଟ୍ କ୍ୟାରିୟରର ଏହା ପ୍ରଥମ ଦ୍ବିଶତବ୍ଦୀ ଥିଲା ଏବଂ ସେ ଏହି ବିଶେଷ ସଫଳତାକୁ ନିଜ ନାଁରେ ୫ମ ଟେଷ୍ଟ ମ୍ୟାଚ୍‌ରେ ହାସଲ କରିଥିଲେ । ୨୨ ବର୍ଷ ପରେ ମହିଳା ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଡବଲ ଶତକ ସ୍କୋର କରିବା ଆକର୍ଷଣୀୟ ଥିଲା। ତାଙ୍କ ପୂର୍ବରୁ ମିତାଲି ରାଜ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ୨୧୪ ରନ୍‌ର ଶତକୀୟ ପାଳି ଖେଳିଥିଲେ। 

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଫାଳୀ ବର୍ମା ୧୯୮ ବଲ୍‌ରେ ୨୩ ଚୌକା ଓ ୮ ଛକା ବଳରେ ଦ୍ୱିଶତକ ପୂରଣ କରିଥିଲେ ଏବଂ ସେ ମହିଳା ଟେଷ୍ଟ କ୍ରିକେଟରେ ମଧ୍ୟ ଦ୍ରୁତତମ ବ୍ୟାଟର ଥିଲେ। ଶେଫାଳୀଙ୍କ ଟେଷ୍ଟ କ୍ରିକେଟ୍ କ୍ୟାରିୟରର ଏହା ପ୍ରଥମ ଦ୍ବିଶତକୀୟ ପାଳି ଅଟେ। ଏହି ମ୍ୟାଚ୍‌ରେ ଶେଫାଳି ୧୯୭ ବଲରେ ୨୦୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ଶେଫାଳୀ ସ୍ମୃତି ମନ୍ଧାନାଙ୍କ ସହ ପ୍ରଥମ ୱିକେଟ୍ ସୁଦ୍ଧା ୨୯୨ ରନ୍‌ର ସହଭାଗୀତା କରିଥିଲେ ଏବଂ ଭାରତୀୟ ମହିଳା ଟେଷ୍ଟ କ୍ରିକେଟ୍‌ର ୯୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏକ ଓପନିଂ ଯୋଡି ୨୫୦ ରନ୍ ଭାଗିଦାରୀ କରିବାର ଗୌରବ ହାସଲ କରିଥିଲେ। ଶେଫାଲୀ ଏବଂ ସ୍ମୃତିଙ୍କ ପୂର୍ବରୁ ଅନ୍ୟ କୌଣସି ଓପନିଂ ଯୋଡ଼ି ମହିଳା ଟେଷ୍ଟ କ୍ରିକେଟ୍‌ରେ ୨୫୦ ରନ୍‌ର ଭାଗିଦାରୀ କରିନଥିଲେ। 

ସ୍ମୃତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ତାଙ୍କ ଟେଷ୍ଟ କ୍ରିକେଟ୍ କ୍ୟାରିୟରର ଦ୍ୱୀତିୟ ଶତକ ହାସଲ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ଏହି ଦଳ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ମନ୍ଧାନା ୧୬୧ ବଲ୍‌ର ସମ୍ମୁଖୀନ ହୋଇ ଗୋଟିଏ ଛକା ଓ ୨୭ ଚୌକା ବଳରେ ୧୪୬ ରନ୍ ସ୍କୋର କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ମଧ୍ୟ ସ୍ମୃତି ମନ୍ଧାନାଙ୍କ ଶ୍ରେଷ୍ଠ ଇନିଂସ ଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.