ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ପରେ ଶେଷ ହେବ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ, ଟ୍ରଫି ଜିତି ବିଦାୟ ଦେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବ୍ରିଜ୍‌ଟାଉନ,୨୯/୦୬: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ଫାଇନାଲ୍‌ ଖେଳାଯିବ । ଏହି ମ୍ୟାଚ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ରୋହିତ ବାହିନୀ ବିଶ୍ୱକପ୍‌ ଟ୍ରଫି ଜିତି ଦ୍ରାବିଡ଼ଙ୍କୁ ବିଦାୟ ଦେବାକୁ ଲକ୍ଷ୍ୟ ରଖିଛି । ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ସେ  ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିଲେ। 

କୋଚ୍‌ ଭାବେ ଶେଷ ମ୍ୟାଚ୍‌ ପୂର୍ବରୁ  ଦ୍ରାବିଡ଼ କହିଛନ୍ତି, ଭାରତୀୟ ଦଳକୁ କୋଚିଂ  ଦେବା ମୋ’ ପାଇଁ ଶିକ୍ଷଣୀୟ ରହିଥିଲା ।  ଖେଳାଳିମାନଙ୍କ ସହ ମୁଁ ଭଲ ସମ୍ପର୍କ ସ୍ଥାପନ  କରିଥିଲି । ଏହା ସବୁବେଳେ ମନେ ପଡ଼ିବ ।  ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳୀୟ ପ୍ରଦର୍ଶନକୁ  ନେଇ ମୁଁ ବହୁତ ଖୁସିି। ଶନିବାର ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବ ବୋଲି ଆଶା କରୁଛି ।  ଫାଇନାଲ୍‌ ଭେନ୍ୟୁରେ ଆମେ ପୂର୍ବରୁ  ଏକ ମ୍ୟାଚ୍‌ ଖେଳିସାରିଛୁ । ପିଚ୍‌କୁ ନେଇ  ଖେଳାଳିମାନ ଅବଗତ ଅଛନ୍ତି । 

ସେ ଆହୁରି କହିଛନ୍ତି, ବର୍ଷକ ମଧ୍ୟରେ ଆମ ଦଳ ଚତୁର୍ଥ ଆଇସିସି ଟୁର୍ଣ୍ଣାମେଣ୍ଟର  ଫାଇନାଲ୍‌ ଖେଳିବାକୁ ଯାଉଛି । ଦଳୀୟ  ପ୍ରଦର୍ଶନ ବଳରେ ଆମେ ଏଠାରେ ପହଞ୍ଚି  ପାରିଛୁ । ସବୁ ଖେଳାଳି ଦଳ ବିଜୟରେ  ଯୋଗଦାନ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାକୁ  ହରାଇବାକୁ ହେଲେ ଆମକୁ ସବୁ ବିଭାଗରେ  ଦୃଢ଼ ପ୍ରଦର୍ଶନ କରିବାକୁ ପଡ଼ିବ । ଏଥର  ଭାଗ୍ୟ ଆମ ସାଥ୍‌ ଦେବ ମୋର ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.