ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମିଳିଥିଲା ସୁଯୋଗ, ସାଥ୍‌ ଦେଲାନି ଭାଗ୍ୟ: ଜିମ୍ବାଓ୍ବେ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଏହି ଅଲରାଉଣ୍ଡର

Image Courtesy: tv9hindi

ନୂଆଦିଲ୍ଲୀ: ଜିମ୍ବାଓ୍ବେ ଗସ୍ତରେ ଯିବାକୁ ଥିବା ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇଛି । ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିବମ ଦୁବେ ଓ୍ବେଷ୍ଟ ଇଣ୍ଡିଜ୍‌ରେ ଜାରି ଟି-୨୦ ବିଶ୍ବକପ୍‌ ପରେ ଜିମ୍ବାଓ୍ବେ ଯିବେ ।  ଶିବମ ଦୁବେଙ୍କୁ ଜିମ୍ବାଓ୍ବେ ପାଇଁ ଟିମ୍‌ ଇଣ୍ଡିଆରେ ଏଥିପାଇଁ ସ୍ଥାନ ଦିଆଯାଇଛି କାରଣ ଅଲରାଉଣ୍ଡର ନୀତୀଷ ରେଡ୍ଡି ଆହତ ହୋଇଥିବାରୁ ଦଳରୁ ବାଦ ପଡ଼ିଛନ୍ତି ।

ନୀତୀଶ ରେଡ୍ଡିଙ୍କ ଶରୀରରେ କେଉଁଠି ଆଘାତ ଲାଗିଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଜିମ୍ବାଓ୍ବେ ବିପକ୍ଷରେ ଟି-୨୦ ସିରିଜ୍‌ ଜୁଲାଇ ୬ରୁ ଆରମ୍ଭ ହେବ । ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ନେତୃତ୍ବ ନେବେ ଶୁଭମନ ଗିଲ୍‌ । ସନରାଇଜର୍ସ ହାଇଦ୍ରବାଦ ପାଇଁ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ନୀତୀଷ ରେଡ୍ଡିଙ୍କୁ ପ୍ରଥମ ଥର ଟିମ୍‌ ଇଣ୍ଡିଆରେ ଖେଳିବାକୁ ସୁଯୋଗ ମିଳିଥିଲା । ବ୍ୟାଟିଂ ସହ ସେ ଭଲ ବୋଲିଂ କରିପାରୁଛନ୍ତି । ତାଙ୍କର ବୋଲିଂ ସ୍ପିଡ୍ ମଧ୍ୟ ୧୪୦ କିଲୋମିଟର ପ୍ରତି ଘଣ୍ଟା । ଜିମ୍ବାଓ୍ବେ ବିପକ୍ଷ ସିରିଜ୍‌ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ଏକ ପ୍ରକାର ନିଶ୍ଚିତ ଥିଲା କିନ୍ତୁ ସେ ଆହତ କାରଣରୁ ବଡ଼ ସୁଯୋଗରୁ ବଞ୍ଚିତ ହୋଇଛନ୍ତି । 

ଶିବମ ଦୁବେଙ୍କୁ ଟି-୨୦ ବିଶ୍ବକପରେ ଖେଳିବାକୁ ସୁଯୋଗ ମିଳିଛି । ତାଙ୍କୁ ମଧ୍ୟକ୍ରମରେ ବଡ଼ ଶଟ୍ ଖେଳିବାକୁ ସୁଯୋଗ ଦେଇଛି ଟିମ୍‌ ଇଣ୍ଡିଆ । ସେ ଏହି ବିଶ୍ବକପରେ ୨୬.୫୦ ଆଭରେଜ୍‌ରେ ୧୦୬ ରନ୍‌ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୦୭.୭ ରହିଛି । ଏବେ ତାଙ୍କୁ ଜିମ୍ବାଓ୍ବେ ଗସ୍ତରେ ପଠାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।  ଏହି ସମୟରେ ସେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରିବେ । 

ଜିମ୍ବାଓ୍ବେ ବିପକ୍ଷରେ ଭାରତୀୟ ଟିମ୍‌ 

ଜିମ୍ବାଓ୍ବେ ଗସ୍ତରେ ଏକାଧିକ ଯୁବ ଖେଳାଳି ଡେବ୍ୟୁ କରିପାରନ୍ତି । ଅଭିଷେକ ଶର୍ମା, ଧ୍ରୁବ ଜୁରେଲ୍, ରିୟାନ ପରାଗ, ତୁଷାର ଦେଶପାଣ୍ଡେଙ୍କୁ ପ୍ରଥମ ଥର ଟି-୨ ଟିମ୍‌ରେ ସ୍ଥାନ ମିଳିଛି । ଋତୁରାଜ ଗାଏକ୍ବାଡ୍‌, ଓ୍ବାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଖଲିଲ ଅହମ୍ମଦଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । 

ଟିମ୍‌ ଇଣ୍ଡିଆ ସ୍କ୍ବାଡ୍: ଶୁଭମନ ଗିଲ୍‌ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଅଭିଷେକ ଶର୍ମା, ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ୍‌, ଶିବମ ଦୁବେ, ଓ୍ବାଶିଂଟନ୍‌ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର ଏବଂ ତୁଷାର ଦେଶପାଣ୍ଡେ । 

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.