ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ରେ ରେକର୍ଡ କରିବେ ରୋହିତ, କୋହଲି

ବ୍ରିଜଟାଉନ,୨୯/୦୬: ଆଜି ଭାରତୀୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବା ସହ ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯିବ । ଉଭୟ ସର୍ବାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଖେଳିବାରେ ରେକର୍ଡ ସ୍ଥାପନ କରିବେ । ଉଭୟଙ୍କ କ୍ୟାରିୟର୍‌ରେ ଏହା ଅଷ୍ଟମ ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ହେବ ।

ରୋହିତ ୨୦୦୭ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌, ୨୦୧୩ ଚାମ୍ପିଅନ୍ସ ଟ୍ରଫି, ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୨୧  ବିଶ୍ୱ ଟେଷ୍ଟ ଚାମ୍ପିଅନସିପ, ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଓ ଦିନିକିଆ ଫାଇନାଲ୍‌ ଖେଳିଛନ୍ତି । ସେହିପରି କୋହଲି ୨୦୧୧ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ସମେତ ୨୦୧୩ ଚାମ୍ପିଅନ୍ସ ଟ୍ରଫି, ୨୦୧୪  ଟି-ଟ୍ୱେଣ୍ଟି ବିଶ୍ୱକପ, ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୨୧ ଓ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌, ୨୦୨୩  ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ଖେଳିସାରିଛନ୍ତି । 

ସେହିପରି ରବିନ୍ଦ୍ର ଜାଡେଜା ସପ୍ତମ ଆଇସିସି  ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ଖେଳିବାକୁ ଯାଉଛନ୍ତି । ପୂର୍ବରୁ ଯୁବରାଜ ସିଂହ ସର୍ବାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ  ଫାଇନାଲ୍‌ ଖେଳିବାରେ ରେକର୍ଡ କରିଥିଲେ । ସେ ୨୦୦୦ ଚାମ୍ପିଅନ୍ସ ଟ୍ରଫି, ୨୦୦୨ ଚାମ୍ପିଅନ୍ସ ଟ୍ରଫି, ୨୦୦୩ ବିଶ୍ୱକପ୍‌, ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୧୧ ବିଶ୍ୱକପ୍‌, ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଓ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ ଓ ରିକି ପଣ୍ଟିଂ ୬ଟି ଲେଖାଏଁ ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.