ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ମୁହଁରେ ନିଶକୁ ନେଇ ପ୍ରାଚୀ ହୋଇଥିଲେ ମଜାକର ଶିକାର, ତାଙ୍କୁ ସିଏମ୍ ଯୋଗୀଙ୍କ ହାତରୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୨୯/୬ : ସିଏମ ଯୋଗୀ ଆଦିତ୍ୟନାଥ ଶନିବାର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟର ମେଧାବୀ ଛାତ୍ର ଏବଂ ଛାତ୍ରୀଙ୍କ ସମ୍ମାନିତ କରିଛନ୍ତି । ୟୁପି  ବୋର୍ଡ଼ ୧୦ମର ଟପ୍ପର ପ୍ରାଚୀ ନିଗମ ବି ଏଥିରେ ସାମିଲ ଅଛନ୍ତି । ତାଙ୍କୁ ସାର୍ଟିଫିକେଟ, ଟ୍ୟାବଲେଟ ଏବଂ ୧ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ଯାହାକୁ ପାଇ ସେ ବହୁତ ଖୁସି ନଜର ଆସୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ୟୁପି ବୋର୍ଡ଼ରେ ୧୦ମର ଟପ୍ପର ରହିଥିବା ପ୍ରାଚୀ ନିଗମ ସୀତାପୁରର ସୀତା ବାଳ ବିଦ୍ୟା ମନ୍ଦିର ଇଣ୍ଟର କଲେଜର ଛାତ୍ରୀ ଅଟନ୍ତି । ସେ ୯୮.୫ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ପର ହୋଇଥିଲେ, ତାଙ୍କ ସଫଳତାକୁ ଗୋଟିଏ ପଟେ ଲୋକେ ସଲାମ କରିଥିଲେ ତ ଅନ୍ୟପଟେ ଟ୍ରୋଲରମାନେ ମୁହଁରେ ଚୁଟିକୁ ନେଇ ତାଙ୍କୁ ଟ୍ରୋଲ୍ କରିଥିଲେ । ପ୍ରାଚୀ କିନ୍ତୁ ସେମାନଙ୍କୁ ଉଚିତ୍ ଜବାବ ଦେଇ ତାଙ୍କର ମୁହଁ ବନ୍ଦ କରି ଦେଇଥିଲେ । ପ୍ରାଚୀ କହିଥିଲେ କି, ଟ୍ରୋଲରଙ୍କୁ ତାଙ୍କ ଭାବନା ପାଇଁ ସ୍ବାଗତ, ସଫଳତା ହିଁ ମୋ ପରିଚୟ ଅଟେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲୋକଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ମେଧାବୀ ଛାତ୍ର ଏବଂ ଛାତ୍ରୀଙ୍କୁ ସମ୍ମାନୀତ କରିଛନ୍ତି । ହାଇସ୍କୁଲ ଏବଂ ଇଣ୍ଟରମିଡିଏଟର ମେରିଟରେ ସ୍ଥାନ ପକ୍କା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୭୦ ଅଟେ । ଯେଉଁଥିରେ ଛାତ୍ର ୫୮ଅଛନ୍ତି ଏବଂ ଛାତ୍ରୀ ୧୧୨ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.