ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ମ୍ୟାଚ୍‌ ପରେ ହୋଟେଲରେ ଅଫିସ୍‌ କାର୍ଯ୍ୟ କରୁଛନ୍ତି ନେତ୍ରାଭଲକର, ଖୁଲାସା କଲେ ଭଉଣୀ ନିଧି

ନୂଆଦିଲ୍ଲୀ,୧୫/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅନ୍ୟତମ ଚର୍ଚ୍ଚିତ ଖେଳାଳି ଭାବେ ଉଭା ହୋଇଛନ୍ତି ୟୁଏସ୍‌ଏର ପ୍ରମୁଖ ଫାଷ୍ଟ୍‌ ବୋଲର ସୌରଭ ନେତ୍ରାଭଲକର । ସେ ପାକିସ୍ତାନ ଓ ଭାରତ ବିପକ୍ଷ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ରାତାରାତି ଷ୍ଟାର୍‌ ପାଲଟି ଯାଇଛନ୍ତି । ୟୁଏସ୍‌ଏ ପକ୍ଷରୁ କ୍ରିକେଟ୍‌ ଖେଳିବା ସହ ସେ ଅଫିସ୍‌ କାର୍ଯ୍ୟ ମଧ୍ୟ ଜାରି ରଖିଥିବା ତାଙ୍କ ଭଉଣୀ ନିଧି ସୂଚନା ଦେଇଛନ୍ତି । ନେତ୍ରାଭଲକର ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ଓରାକଲ କମ୍ପାନୀରେ ଚାକିରି କରୁଛନ୍ତି ।

ନିଧି କହିଛନ୍ତି, ବିଶ୍ୱକପ୍‌ ମ୍ୟାଚ୍‌ ଶେଷ ହେବା ପରେ ନେତ୍ରାଭଲକର ହୋଟେଲରେ ପହଞ୍ଚି ଅଫିସ୍‌ କାର୍ଯ୍ୟ କରନ୍ତି । ସେ କ୍ରିକେଟ୍‌ ଏବଂ ଚାକିରିକୁ ସମାନ ଗୁରୁତ୍ୱ ଦେଇ ଆସିଛନ୍ତି । କ୍ରିକେଟରୁ ଦୂରରେ ଥିଲେ ସେ ଚାକିରି ପାଇଁ ୧୦୦% ଦିଅନ୍ତି । ଏପରିକି ସବୁଆଡ଼େ ଲାପଟପ୍‌ ଧରି ଯାଇଥାନ୍ତି । ଭାରତ ଆସିଲେ ସେ ଲାପଟପ୍‌ରେ ଅଫିସ୍‌ କାର୍ଯ୍ୟ  କରନ୍ତି । ନେତ୍ରାଭଲକର ମୁମ୍ବାଇରେ ବଢ଼ିଛନ୍ତି । ତାଙ୍କ ନିକଟରେ ମୁମ୍ବାଇର ଜୀବନଶୈଳୀ ଏବେ ବି ରହିଛି ।’  

ସୂଚନାଯୋଗ୍ୟ, ନେତ୍ରାଭଲକର ପାକିସ୍ତାନ ବିପକ୍ଷ  ମ୍ୟାଚ୍‌ରେ ୟୁଏସ୍‌ଏର ସୁପର ଓଭର ବିଜୟରେ ମୁଖ୍ୟ  ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ୪ଓଭରରେ ୨ଟି  ୱିକେଟ୍‌ ନେଇଥିଲେ । ସୁପର ଓଭରରେ ୧୮ରନ୍‌  ଡିଫେଣ୍ଡ କରି ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି  ଦେଇଥିଲେ । ଏହି ଓଭରରେ ସେ ୧୩ରନ୍‌ ପ୍ରଦାନ  କରି ଗୋଟିଏ ୱିକେଟ୍‌ ନେଇଥିଲେ । ସେହିପରି  ଭାରତ ବିପକ୍ଷ ମ୍ୟାଚ୍‌ରେ ଷ୍ଟାର୍‌ ବ୍ୟାଟର ରୋହିତ  ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉଟ୍‌ କରିଥିଲେ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.