ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଷ୍ଟ୍ରବେରୀ ଚାଷର ମଙ୍ଗ ଧରିଛନ୍ତି ଆଦିବାସୀ ମହିଳା, ଆୟ କରୁଛନ୍ତି ଏକର ପିଛା ୨୦ ଲକ୍ଷ...

ଭୁବନେଶ୍ୱର,୧୫/୦୬: ଚନ୍ଦ୍ରମା  ପ୍ରଧାନ । କନ୍ଧମାଳ ଜିଲ୍ଲା ବେରଡାକିଆ ଗାଁର ଜଣେ କନ୍ଧ ମହିଳା । ଦୁଇ ବର୍ଷ ତଳେ ଚନ୍ଦ୍ରମାଙ୍କୁ କେହି ଜାଣି ନଥିବା ବେଳେ ଆଜି କିନ୍ତୁ ଷ୍ଟ୍ରବେରୀ  ଚାଷୀ ଭାବେ ଜିଲ୍ଲାରେ ତାଙ୍କର ସ୍ୱତନ୍ତ୍ର ପରିଚିତି ଅଛି । କେବଳ ସେତିକି ନୁହେଁ ପେଟ ପାଟଣା ପାଇଁ ସଂଘର୍ଷ କରୁଥିବା ଚନ୍ଦ୍ରମା ଓ ତାଙ୍କ ପରିବାର ଆଜି ତାଙ୍କ ଭଳି ୯ ଟି ମହିଳାଙ୍କ ପରିବାରକୁ  ସ୍ୱରୋଜଗାରର ରାସ୍ତା ଦେଖାଇ ପାରିଛନ୍ତି । ଯେଉଁମାନେ କି ଆଜି ଚନ୍ଦ୍ରମାଙ୍କ ସହ ମିଶି ଭଳି ଏକର ପିଛା ଷ୍ଟ୍ରବେରୀ ଚାଷରୁ ୧୫ ଲକ୍ଷ ଟଙ୍କା ଆୟ କରି ପାରୁଛନ୍ତି । 

ଅନ୍ନପୂର୍ଣ୍ଣା ନାମକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହେଲେ ଏହି ମହିଳାମାନେ ।  ଯେଉଁମାନେ କି ଜୈବିକ ଉପାୟରେ ଖତ ସାର ଦେଇ ଷ୍ଟ୍ରବେରୀ ଚାଷ କରୁଛନ୍ତି । କେବଳ ଅନ୍ନପୂର୍ଣ୍ଣ  ମହିଳା ସ୍ୱୟଂ ସହାୟକ ସଂଘର ମା’ମାନେ ନୁହଁନ୍ତି³  ପାଖ ବାରେପଙ୍ଗା ଗାଁର ମହିଳା ସ୍ୱୟଂ ସହାୟକ  ଗୋଷ୍ଠୀ ଆଶୀର୍ବାଦର ମା’ ମାନେ ମଧ୍ୟ ଗତ ଦୁଇ  ବର୍ଷ ହେବ ଷ୍ଟ୍ରବେରୀ ଚାଷରୁ ଭଲ ଦୁଇ ପଇସା  ଲାଭ କରି ପାରୁଛନ୍ତି । 

ଦୁଇ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଏହି ଦୁଇ ନିପଟ ମଫସଲ ଗାଁର ମା’ ମାନେ  ଷ୍ଟ୍ରବେରୀ ଭଳି ଏକ ନୂଆ ଚାଷ ବିଷୟରେ ମିଶନ  ଶକ୍ତି ଦ୍ୱାରା ଜାଣିବାକୁ ପାଇଥିଲେ । ଏଥିପାଇଁ  ସମାନଙ୍କୁ ସରକାରୀ ଅଧିକାରୀଙ୍କ ଦ୍ୱାରା ଓ ଅଭିଜ୍ଞ  ବିଶେଷଜ୍ଞଙ୍କ ସହାୟତାରେ ତାଲିମ ଦିଆଯାଇଥିଲା  ବୋଲି କହନ୍ତି ଚନ୍ଦ୍ରମା । 

ମିଶନ ଶକ୍ତି ଦ୍ୱାରା ରାଜ୍ୟର ଏକ ଲକ୍ଷ  ଆଦିବାସୀ ମହିଳାଚାଷୀଙ୍କ ଆୟ ଦୁଇ ଗୁଣ  କରିବାକୁ ସରକାର ଯୋଜନା କରିଥିବା ବେଳେ  କନ୍ଧମାଳ ଜିଲ୍ଲା ଏହା ଅଧୀନରେ ଆସୁଛି । ପୁଣି  ଷ୍ଟ୍ରବେରୀ ଚାଷ ରାଜ୍ୟ ସରକାରଙ୍କ ଓର୍‌ମାସ୍‌,  ଉଦ୍ୟାନ କୃଷି ବିଭାଗ ଓ ଓଏଲ୍‌ଏମ୍‌ର ମିଳିତ  ତତ୍ତ୍ୱାବଧାନରେ କରାଯାଉଛି । ଯେହେତୁ କନ୍ଧମାଳ  ଜିଲ୍ଲାରେ କରାଯାଉଥିବା ଷ୍ଟ୍ରବେରୀ ଚାଷ ଜୈବିକ  କୃଷି ପଦ୍ଧତିରେ କରାଯାଉଛି ତେଣୁ ଏହାର  ବ୍ୟବସାୟ ଓର୍‌ମାସ ସାହାଯ୍ୟରେ କରାଯାଉଛି । 

ଏ ବାବଦରେ କନ୍ଧମାଳ ଜିଲ୍ଲା ଦାୟୀତ୍ୱରେ  ଥିବା ଓଏଲ୍‌ଏମ୍‌ର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ  କୁମାର ରଥ କହିଛନ୍ତି³ ଗତ ଶୀତମାସରେ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଯେଉଁ  ଷ୍ଟ୍ରବେରୀ ଚାରା ଦିଆଯାଇଥିଲା ତାହା ମହାରାଷ୍ଟ୍ରର  ମହାବଳେଶ୍ୱରର ଏକ ନର୍ସରୀରୁ ଅଣାଯାଇଥିଲା ।  ଏଥିପାଇଁ ପାଖାପାଖି ୨୨୦୦୦ ଚାରା ଆମେ  ଆଣଇଥିଲୁ । ପ୍ରତି ଚାରା ପିଛା ୧୩ ଟଙ୍କା ଖର୍ଚ୍ଚ  କରାଯାଇଥିଲା । ଏସବୁ ଏକ ଏକର ଜାଗାରେ  ଲାଗିଥିଲା । ସେଥିରୁ ପ୍ରାୟତଃ ୨୦% ଚାରା  ମରି ଯାଇଥିବା ବେଳେ ଏକ ଏକର ଜାଗାରେ  ୧୯ ହଜାର ଚାରା ବଞ୍ଚିଥିଲା ଓ ଗୋଟେ ଗଛ  ପିଛା ଚାଷୀଙ୍କୁ ୩୦୦ରୁ ୪୦୦ ଗ୍ରାମର ଷ୍ଟ୍ରବେରୀ  ଅମଳ ମିଳିଥିଲା । 

ପାଖ ଅଶୁଲୁମାହା ଗାଁର ଆଶାସର ମହିଳା  ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରିସକିଲା ପ୍ରଧାନ କହନ୍ତି³  ଆମେ ୨୦୦ ଗ୍ରାମର ପ୍ୟାକେଟ୍‌ ହିସାବରେ ବିକ୍ରି  କରୁଥିବା ବେଳେ କିଲୋ ପ୍ରତି ୫୦୦ ଟଙ୍କାରେ ବିକ୍ରି  କରୁଛୁ । ଓର୍‌ମାସ୍‌ କିନ୍ତୁ ଆମଠାରୁ ଅଧିକ ସାମଗ୍ରୀ  କିଣୁଛୁ ବୋଲି ୩୫୦ ଟଙ୍କା କିଲୋ ପ୍ରତି କିଣୁଛି ।  ଯାହାକୁ କି ଓର୍‌ମାସ୍‌ ରିଲାଏନ୍ସକୁ ୧୦% ଲାଭ ରଖି  ବିକ୍ରି କରୁଛି । ପ୍ରତି ସପ୍ତାହରେ ରିଲାଏନ୍ସ ୧୦୦୦  କିଲୋ ଅର୍ଥାତ ୧୦ କୁଇଣ୍ଟାଲ ଷ୍ଟ୍ରବେରୀ କିଣୁଛି । 

ଅପରପକ୍ଷେ ପ୍ରତି ଗଛରୁ ୩୦୦ରୁ ୪୦୦  ଗ୍ରାମ୍‌ର ଷ୍ଟ୍ରବେରୀ ବାହାରୁଥିବା ବେଳେ ଏକର  ପିଛା ୧୯ ହଜାର ଚାରାରୁ ୫୭୦୦ କିଲୋ  ଷ୍ଟ୍ରବେରୀ ଅମଳ ହେଉଛି । ଯଦି ବି ସବୁଠାରୁ  କମ୍‌ ଦାମ୍‌ ୩୫୦ ଟଙ୍କା କିଲୋ ହିସାବରେ  ଓର୍‌ମାସ ଚାଷୀଙ୍କଠାରୁ ଷ୍ଟ୍ରବେରୀ କିଣେ ତେବେବି  ଏକ ଏକର ଜମିରୁ ଜଣେ ଚାଷୀକୁ ୨୦ ଲକ୍ଷ  ଟଙ୍କା ମିଳିବ । 

ଏ ବାବଦରେ ଚାଷୀ କୁସୁମୀ ପ୍ରଧାନ କହନ୍ତି³  ଚାରା ସହ ଏକ ଏକର ଚାଷ କରିବା ପାଇଁ  ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯେଉଁଥିରେ  ପାଖାପାଖି ୨.୮୬ ଲକ୍ଷ ଚାରା ବାବଦକୁ ଓ ବଳକା  ଅର୍ଥ ଜୈବିକ ଖତ ବାବଦକୁ ଖର୍ଚ୍ଚ ହୋଇଥାଏ ।  ହେଲେ ସବୁଠାରୁ କମ୍‌ ଦାମ୍‌ରେ ବିକ୍ରି ପରେ  ବି ଜଣେ ଚାଷୀକୁ ଏକର ପିଛା ୧୫ ଲକ୍ଷ ଟଙ୍କା  ଲାଭ ହେଉଛି । 

କନ୍ଧମାଳ ଦାୟିତ୍ୱରେ ଥିବା ଓର୍‌ମାସର  ଡେପୁଟି ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଦୁର୍ଗା  ପ୍ରସାଦ ଭୂୟାଁ କହନ୍ତି³ ପ୍ରତିବର୍ଷ ଷ୍ଟ୍ରବେରୀ ସିଜିନ୍‌  (ଅକ୍ଟୋବରରୁ ଫେବୃୟାରୀ ଭିତରେ) ଆମେ ସବୁ  ସପ୍ତାହରେ ୨ ଟନ୍‌ ଷ୍ଟ୍ରବେରୀ ରିଲାଏନ୍ସ ଓ ଫୁଲବାଣୀ  ସ୍ଥିତ ଆଉଟ୍‌ଲେଟ୍‌ରେ ବିକ୍ରି କରିଥାଉ । ଆସନ୍ତା  ଦିନରେ ଆମେ ବିଗ୍‌ ବାସ୍କେଟ୍‌ ଓ ମଦର ଡାଏରୀ  ସହ ଅନୁବନ୍ଧିତ ହୋଇ ଏହାକୁ ଅନ୍‌ଲାଇନ୍‌ରେ  ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.