ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆମେରିକା ବିପକ୍ଷରେ SKYଙ୍କ ଅପରାଜିତ ଅର୍ଦ୍ଧଶତକ, ସୁପର-୮ରେ ଭାରତ

Image Courtesy: espncricinfo

ନ୍ୟୁୟର୍କ: ଆମେରିକାକୁ ହରାଇ ଟି-୨୦ବିଶ୍ବକପର ସୁପର ୮ ରେ ପ୍ରବେଶ କରିଛି ରୋହିତ ବାହିନୀ । ପ୍ରତିକୂଳ ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି । ଏହା ସହ ଆମେରିକାକୁ ୭ ଓ୍ବିକେଟର ମାତ ଦେଇଛି ଭାରତୀୟ ଟିମ୍‌ । ୧୧୧ ରନ୍‌ର ପିଛା କରିଥିବା ଭାରତୀୟ ଟିମ୍‌ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ବିରାଟ କୋହଲି ଖାତା ଖୋଲିନପାରି ପ୍ୟାଭିଲିୟନ୍‌ ଫେରିଥିଲେ । ତାଙ୍କ ପରେ ରୋହିତ ଶର୍ମା ମାତ୍ର ୩ ରନ୍‌ କରି ଆଉଟ ହୋଇଥିଲେ । ଋଷଭ ପନ୍ତ ମଧ୍ୟ ୧୮ ରନ୍‌ କରିଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବ(୫୦*) ଏବଂ ଶିବମ ଦୁବେ (୩୧*)ଙ୍କ ଯୋଡି ଦଳକୁ ବିଜୟୀ କରିଛି ।

 ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପର ୨୫ତମ ମୁକାବିଲାରେ ଭାରତ ଆମେରିକାକୁ ୭ ଓ୍ଵିକେଟରେ ହରାଇଛି । ବିଜୟ ସହ ତୃତୀୟ ଦଳ ଭାବେ ଭାରତ ଚଳିତ ବିଶ୍ଵକପରେ ସୁପର-୮କୁ ପ୍ରବେଶ କରିଛି। ଆମେରିକା ଦ୍ଵାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୮.୨ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।  

 ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ଟିମ୍‌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୧୦ ରନ୍‌ କରିଥିଲା । ଭାରତୀୟ ବୋଲରଙ୍କ ସାମ୍ନାରେ ଆମେରିକୀୟ ପ୍ଲେୟାର ଭଲ ପ୍ରଦର୍ଶନ କରିପାରି ନଥିଲେ । ନୀତିଶ କୁମାର ସର୍ବାଧିକ ୨୭ ରନ୍‌ କରିଥିବା ବେଳେ ଷ୍ଟିଭେନ ଟେଲର ୨୪ ରନ୍‌ କରିଥିଲେ । ଏହା ବ୍ୟତୀତ ଆଣ୍ଡ୍ରିସ୍‌ ଗୋସ(୨), ଆରୋନ ଜୋନସ(୧୧), କୋରି ଆଣ୍ଡରସନ୍‌ (୧୪), ହରମିତ ସିଂହ (୧୦), ସାଡଲେ ଭାନ (୧୧*) ଏବଂ ଯଶଦୀପ ସିଂହ (୨)ଙ୍କ ବଳରେ ୨୦ ଓଭରରେ ୧୦୦ ରନ୍‌ ଅତିକ୍ରମ କରିଥିଲା ଆମେରିକା ।

 ସେପଟେ ଭାରତୀୟ ଟିମର ଅର୍ଶଦୀପ ସିଂହ ବିଶ୍ବ ରେକର୍ଡ କରିବା ସହ ସର୍ବାଧିକ ୪ ଓ୍ବିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା  ୨ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ଅକ୍ତିଆର କରଥିଲେ । ତେବେ ଆଜିର ମ୍ୟାଚ୍‌ ଜିତି ଭାରତ ସୁପର ୮ରେ ପ୍ରବେଶ କରିଛି ।  

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.