ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଟିମ୍ ଇଣ୍ଡିଆର ଏହି ବୋଲର ଏବେ ବ୍ୟାଟର ହେବାକୁ କରୁଛନ୍ତି ପ୍ରୟାସ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୩/୬ :   ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବେ ନିଜ ବୋଲିଂର ଯାଦୁ ଦେଖାଇବାରେ ଲାଗିଛନ୍ତି । କିନ୍ତୁ ସେ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି । ଅର୍ଶଦୀପ ସିଂହ ଲୋୟର ଅର୍ଡ଼ରର ବ୍ୟାଟର ହେବାକୁ ପ୍ରୟାସ କରୁଛନ୍ତି । ଯେଉଁଥିପାଇଁ ସେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ସହ ବହୁ ପରିଶ୍ରମ ବି କରୁଛନ୍ତି । ଅର୍ଶଦୀପ ସିଂହ ଆମେରିକା ବିପକ୍ଷ ଟି-୨୦ ବିଶ୍ବକପର ମ୍ୟାଚରେ ୯ରନ୍ ଦେଇ ୪ଓ୍ବିକେଟ ନେଇଛନ୍ତି ଏବଂ ଭାରତର ୭ଓ୍ବିକେଟରେ ବିଜୟୀରେ ମୁଖ୍ୟ ଭୂମିକା ନିଭାଇଛନ୍ତି । ଭାରତର ଏହା ଲଗାତର ତୃତୀୟ ବିଜୟ ଅଟେ ଯେଉଁଥିରେ ସେ ସୁପର-୮ରେ ନିଜ ସ୍ଥାନ ପକ୍କା କରି ନେଇଛନ୍ତି ।

ଅର୍ଶଦୀପ ସିଂହ କହିଛନ୍ତି କି, ଆମେ ସବୁବେଳେ କିଛି ନୂଆ ଶିଖିବାକୁ ପ୍ରୟାସ କରୁଛୁ । ଆମେ ସବୁ ବିଭାଗ ସେ ବୋଲର ହେଉ କିମ୍ବା ବ୍ୟାଟିଂ କିମ୍ବା ଫିଲ୍ଡିଂରେ ବହୁତ ଭଲ ହେବାକୁ ପ୍ରୟାସ କରୁଛୁ କାରଣ ଆପଣଙ୍କୁ ଜଣା ନାହିଁ କି ଟିମକୁ କେତେବେଳେ ଆପଣଙ୍କଠାରୁ କିଛି ରନର ଜରୁରୀ ପଡ଼ିଯିବ । ସେ ଦୁଇ କିମ୍ବା ଚାରି ରନ ବି ହୋଇପାରେ । ଏଥିଲାଗି ଆପଣଙ୍କୁ ନିଜର ସର୍ବଶ୍ରେଷ୍ଠ ଦେବାକୁ ହେବ । ଯେତେ ପର୍ଯ୍ୟନ୍ତ ମୋର ବ୍ୟାଟିଂ କଥା କହିବା ତ ବିକ୍ରମ ଭାଇଙ୍କ ସହ ଯେତେ ସମ୍ଭବ ହୁଏ ପରିଶ୍ରମ କରିବାକୁ ପ୍ରୟାସ କରୁଛି ।

ଅର୍ଶଦୀପ ସିଂହ ପାକିସ୍ତାନ ବିପକ୍ଷରେ ୯ଜୁନରେ ନଅ ନମ୍ବରର ବ୍ୟାଟର ରୂପରେ ଓହ୍ଲାଇ ୧୩ବଲରେ ୯ରନ୍ ପାରି ଖେଳିଥିଲେ । ବାମ ହାତର ଏହି ଦ୍ରୁତ ବୋଲର କହିଛନ୍ତି କି ଉକ୍ତ ମ୍ୟାଚରେ ସେ ହିଁ ଜସପ୍ରୀତ ବୁମରାହଙ୍କ ପୂର୍ବରୁ ବ୍ୟାଟିଂ ଲାଗି ଆଗ୍ରହ କରିଥିଲେ ।

ଅର୍ଶଦୀପ ସିଂହ କହିଛନ୍ତି କି , ଜସ୍ସି ଭାଇ ମୋ ପୂର୍ବରୁ ବ୍ୟାଟିଂ ଲାଗି ଓହ୍ଲାଇବାରେ ଥିଲା କିନ୍ତୁ ମୁଁ ରୋହିତ ଶର୍ମାଙ୍କୁ ପଚାରି ପ୍ରଥମେ ଗଲି । ସେ ଏଥିରେ ଚିନ୍ତିତ ଥିଲେ, କିନ୍ତୁ ମୁଁ ତାଙ୍କୁ କହିଥିଲି କି ଆପଣ କିଛି ବି କୁହନ୍ତୁ ପ୍ରଥମେ ବ୍ୟାଟିଂ ଲାଗି ମୁଁ ଯିବି । ମୋତେ ମୋର ବ୍ୟାଟିଂ ଉପରେ ପୁରା ବିଶ୍ବାସ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.