ମୁମ୍ୱାଇ : ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ ମାମଲା । ମୁମ୍ୱାଇ ପୁଲିସ ବୁଧବାର ଅଭିନେତା ଓ ତାଙ୍କର ଭାଇ ଅରବାଜ ଖାନଙ୍କ ବୟାନ ରୁଜୁ କରିଛି। ରିପୋର୍ଟସ ମୁତାବିକ , କ୍ରାଇମ୍ ବ୍ରାଞ୍ଚ ଟିମ୍ର ୪ ସଦସ୍ୟ ସଲମାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟକୁ ପଚରାପଚରି କରିବାକୁ ଯାଇଥିଲେ। ସେ ସେଠାରେ ୪ଘଣ୍ଟା ଯାଏ ସଲମାନଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିଥିଲେ ଏବଂ ସେଠାରେ ଅରବାଜଙ୍କର ଷ୍ଟେଟମେଣ୍ଟ ୨ ଘଣ୍ଟାରେ ରେକର୍ଡ କରିଥିଲେ। ରିପୋର୍ଟ ମୁତାବିକ ଷ୍ଟେଟମେଣ୍ଟ ରେକର୍ଡ ବେଳେ ସଲମାନ କହିଛନ୍ତି କି, ଯେବେ ଗୁଳି ଚାଲି ଥିଲା ସେତେବେଳେ ସେ କଣ କରୁଥିଲେ।
ପିଟିଆଇର ରିପୋର୍ଟ ମୁତାବିକ, ସଲମାନ ସେହି ଦିନ ଘରେ ଥିଲେ। ସେ ବିଳମ୍ୱିତ ରାତିରେ ଘରକୁ ଆସିଥିଲେ, ଏଥିପାଇଁ କ୍ଲାନ୍ତ ହୋଇ ଶୋଇ ଯାଇଥିଲେ। ଯେତେବେଳେ ଗୁଳି ଚାଲିଥିଲା ସେତେବେଳେ ସେ ଶୋଇଥିଲେ। ଗୁଳିର ଶବ୍ଦ ଶୁଣିବା ପରେ ସେ ଉଠି ଥିଲେ।
ସେପଟେ ଅରବାଜ କହିଛନ୍ତି କି, ଯେବେ ଏହି ଦୁର୍ଘଟଣା ହୋଇଥିଲା , ସେତେବେଳେ ସେ ନିଜର ଜୁହୁସ୍ଥିତ ଘରେ ରହିଥିଲେ। ସେ କହିଛନ୍ତି, ତାଙ୍କୁ ସଲମାନଙ୍କୁ ମିଳିଥିବା ଧମକ ବିଷୟରେ ଜଣାଥିଲା। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବିକ, ଅରବାଜ କହିଛନ୍ତି କି, ଏହା ୩ୟ ଘଟଣା ଥିଲା। ଏହା ପୂର୍ବରୁ କେହି ତାଙ୍କ ଘର ବାହାରେ ଧମକପୂର୍ଣ୍ଣ ଚିଠି ଛାଡ଼ି ଥିଲା ଏବଂ ପନୱେଲ ସ୍ଥିତ ଫାର୍ମହାଉସରେ ରେକି ମଧ୍ୟ କରିଥିଲା। ଫାୟାରିଂର ୩ୟ ଘଟଣା ଥିଲା ଏବଂ ପୁଲିସକୁ ଏହାକୁ ସିରିୟସଲି ନେବା ଉଚିତ ଥିଲା।
କ୍ରାଇମ୍ ବ୍ରାଞ୍ଚର ରିପୋର୍ଟ ମୁତାବିକ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର ନିର୍ଦ୍ଦେଶରେ ଏହି ଫାୟାରିଂ ହୋଇଥିଲା। ବିଶ୍ନୋଇ ପୂର୍ବରୁ ବି ସଲମାନଙ୍କୁ ଧମକ ଦେଇଥିଲା। ବର୍ତ୍ତମାନ ବିଶ୍ନୋଇ ସାବରମତି ଜେଲରେ। ତାର କହିବା ହେଲା କି ସେ ସଲମାନଙ୍କୁ କୃଷ୍ଣସାର ମୃଗ ମାମଲାକୁ ନେଇ ଟାର୍ଗେଟ୍ କରୁଛି। କହି ରଖୁଛୁ କି, ଏହି କେସ୍ରେ ଏହି ମାସ ମୁମ୍ୱାଇ ପୁଲିସ ୫ଜଣ ଲୋକଙ୍କୁ ଗିରଫ କରିଛି।