ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଦିନକ ପରେ ଅଁଳାନବମୀ, ଶ୍ରୀରାଧା ପାଦ ଦର୍ଶନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସାକ୍ଷୀଗୋପାଳ,୨୦/୧୧: ଆସନ୍ତା ୨୧ ତାରିଖରେ ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ  ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବେ  ଲକ୍ଷାଧିକ ଶ୍ରଦ୍ଧାଳୁ । ଏହାକୁ ନେଇ ପୁରୀ  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  ଚାଲିଛି ।  

ସାକ୍ଷୀଗୋପାଳ ମନ୍ଦିରରେ ପୂଜା ପାଉଥିବା ଶ୍ରୀରାଧାରାଣୀ ବର୍ଷତମାମ ଉତ୍ତର ଭାରତୀୟ ବେଶଭୂଷାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଠାକୁରାଣୀଙ୍କ ପଦଯୁଗଳ ପାଦପଦ୍ମ  ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ । ବର୍ଷକୁ କେବଳ ଗୋଟିଏ  ଦିନ ଅଁଳା ନବମୀରେ ଶ୍ରୀ ରାଧା ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାଆନ୍ତି । ଠାକୁରାଣୀଙ୍କ ଚରଣ ଯୁଗଳ ଦର୍ଶନ  କରିବାର ସୁଯୋଗ ମିଳିଥାଏ । ଆସନ୍ତା  ୨୦ ତାରିଖ ପୂର୍ବରାତ୍ରରୁ ଦେବନୀତି  ସମ୍ପନ୍ନ ପରେ ଶ୍ରୀରାଧାରାଣୀଙ୍କୁ ଓଡ଼ିଆଣି  ବେଶରେ ସଜ୍ଜିତ କରାଯିବ । ନାନା  ଅଳଙ୍କାରରେ ବିମଣ୍ଡିତ ହୋଇ ଠାକୁରାଣୀ  ଶୋଭା ପାଇବେ । 

ସେହିପରି ଶ୍ରୀ  ଗୋପାଳଜୀଉ ନଟବର ବେଶରେ  ସୁସଜ୍ଜିତ ହୋଇ ଦର୍ଶନ ଦେବେ ।ପ୍ରତିବର୍ଷ ଅଁଳା ନବମୀରେ ଠାକୁର ଦର୍ଶନ  ପାଇଁ ସିଂହଦ୍ୱାରଠାରୁ ସାକ୍ଷୀଗୋପାଳ  ବଜାର ରେଳଫାଟକ ପର୍ଯ୍ୟନ୍ତ ଲମ୍ବା  ୨ କିମି ଦୀର୍ଘ ଧାଡ଼ି ଲାଗିଥାଏ ।  ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ  ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର  ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ  ବାଉଁଶ ବ୍ୟାରିକେଡ୍‌ ନିର୍ମାଣ ହୋଇଛି ।  ଭକ୍ତମାନେ ଧାଡିରେ ଆସି ବ୍ୟାରିକେଡ୍‌  ଦେଇ ଦିଅଁ ଦର୍ଶନ କରିବେ । ଏହାକୁ  ବାଦ୍‌ଦେଲେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ  ମନ୍ଦିର ପରିସର ଓ ସିଂହଦ୍ୱାର ସମ୍ମୁଖରେ  ସିସିଟିଭି କ୍ୟାମେରା ଳଗାଯାଇଛି ।  ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ଅସ୍ଥାୟୀ  ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି ।  ଅସ୍ଥାୟୀ ପରିସ୍ରାଗାର ସୁବିଧା  କରାଯାଇଛି । ମନ୍ଦିର ଆଖପାଖ ଅଞ୍ଚଳ,  ବଜାର ରାସ୍ତାରେ ଆଲୋକ ବ୍ୟବସ୍ଥା  ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  ହେବ ବୋଲି ସୂଚନା ମିଳିଛି ।

Copyright © 2022 - Summa Real Media Private Limited. All Rights Reserved.