ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ରାଜ୍ୟସ୍ତରୀୟ ବୃହତ୍ତ ତାଳତେଲ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ

ବେତନଟୀ, ୦୩/୦୮ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଧନପୁର ଗ୍ରାମରେ ଥିବା ପତଞ୍ଜଳୀ ଫୁଡସ୍ ଲିଃ ତାଳତେଲ ନର୍ସରୀରେ ରାଜ୍ୟସ୍ତରୀୟ ବୃହତ୍ତ ତାଳତେଲ (ଅଏଲପାମ୍) ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଶନିବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦାଃ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଓ ଉଦ୍ୟାନକୃଷି ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁକାନ୍ତ କୁମାର ସୁବୁଦ୍ଧି, ଉପ ଉଦ୍ୟାନକୃଷି ନିର୍ଦେଶକ ସୁବ୍ରତ କୁମାର ଚାନ୍ଦ, ଉପ ଉଦ୍ୟାନକୃଷି ନିର୍ଦେଶକ ମୟୂରଭଞ୍ଜ ଟଙ୍କଧର କାଲୋ ପ୍ରମୁଖ ଅତିଥି ଅଧିକାରୀଗଣ ଉତ୍ସବରେ ଯୋଗ ଦେଇଥିଲେ।

ଉଦଘାଟନୀ ଉତ୍ସବରେ ଅତିଥିମାନେ ତାଳତେଲର ଉତ୍କର୍ଷତା ଏବଂ ଅର୍ଥକାରୀ ଫସଲ ଚାଷ ଫଳରେ ଚାଷୀମାନେ କିପରି ଆତ୍ମନିର୍ଭରଶୀଳ, ସ୍ଵାବଲମ୍ବୀ ଏବଂ ରୋଜଗାରକ୍ଷମ ହେବେ ତାହା ବିଷୟରେ ଅଭିଭାଷଣ ରଖିଥିଲେ । ଆମ ରାଜ୍ୟର ୨୦ଟି ଜିଲ୍ଲାରେ ୧୧ଗୋଟି ତାଳତେଲ କମ୍ପାନୀର ସହଯୋଗରେ ଏହି ଫସଲର କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥ‌ିରେ ୧୧ ଗୋଟି ତାଳତେଲ କମ୍ପାନୀ ନିଜ ନିଜର ସାମଗ୍ରୀଗୁଡିକୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏହି ଲାଭଜନକ ଫସଲର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକମାନଙ୍କୁ ଜାତୀୟ ଖାଇବାତେଲ ମିଶନ ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରୋସାହନ ପ୍ରଦାନ କରାଯାଉଅଛି। ରାଜ୍ୟସ୍ତରୀୟ ବୃହତ ତାଳତେଲ (ପାମ ଅଏଲ) ବୃକ୍ଷରୋପଣ ଅଭିଯାନ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକରୁ ଅନ୍ୟୁନ ୩୦୦୦ରୁ ଉର୍ଦ୍ଧ୍ୱ ଚାଷୀଭାଇ ଓ ଭଉଣୀମାନେ ଯୋଗଦାନ କରିଥିଲେ। ପରିଚାଳନାରେ କୃଷି ଓ ଉଦ୍ୟାନକୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ସକ୍ରିୟ ଦାୟିତ୍ୱ ସମ୍ପାଦନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ସୁପରିଚାଳନା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.