ପ୍ରମୂଖ ଖବର
  • ମାଛ ଭାଗବଣ୍ଟାରୁ ଗଡ଼ିଲା ମୁଣ୍ଡ, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ବାଇକ୍ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ଗୁୁରୁତର
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା
  • ||
  • ଜୟପୁର: ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ ଏ.ରାଜୁ, ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି
  • ||
  • କାଳବୈଶାଖୀ ବର୍ଷା ଯୋଗୁଁ ଶିମିଳିପାଳ ୨ ଦିନ ବନ୍ଦ, କେବଳ ରାତ୍ରୀ ରହଣି ପାଇଁ ଅନୁମତି
  • ||
  • ପଞ୍ଜାବ ପୋଲିସକୁ ବଡ଼ ସଫଳତା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୁଖ୍ୟାତ ଅପରାଧି ଗିରଫ
  • ||
  • ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ, ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍
  • ||
  • ଚେନ୍ନାଇ ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବେ ବିଜେଡି, କଂଗ୍ରେସ,ତାମିଲନାଡୁ ଗସ୍ତରେ ଭକ୍ତ, ସଂଜୟ, ଅମର
  • ||
  • ୟୁନିଟ-୩ରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡକୁ ଆୟତ୍ତ କଲେ ଫାୟାର ଫାଇଟର୍, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
  • ||
  • ଆଇପିଏଲ୍ ମହାସମର ୨୦୨୫: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍‌, ଆଜି କେକେଆର୍‌- ଆର୍‌ସିବି ଉଦ୍‌ଘାଟନୀ ମ୍ୟାଚ୍‌
  • ||
  • କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

Gaza: ଗାଜା ଷ୍ଟ୍ରିପ ଉପରେ ପୁଣି ଥରେ ଆକ୍ରମଣ କଲା ଇସ୍ରାଏଲ; ୮୫ ଜଣଙ୍କ ମୃତ୍ୟୁ

Published By : Bijay Swain | March 20, 2025 10:37 PM

Image courtesy: indiatoday

ନୂଆଦିଲ୍ଲୀ: ଗୁରୁବାର ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଉପରେ ପୁଣି ଥରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ରେକର୍ଡ ମୁଖ୍ୟ ଜାହେର ଅଲ-ୱାହେଦି କହିଛନ୍ତି ଯେ ଅସ୍ତ୍ରବିରତି ଭଙ୍ଗ ହେବା ପରଠୁ ଗତ ମଙ୍ଗଳବାରଠୁ ଏଯାଏ ଇସ୍ରାଏଲ ସେନାର ଅକ୍ରମଣରେ ମୃତ୍ୟୁ ସଂଖ୍ୟା ୫୯୨ ରେ ପହଞ୍ଚିଛି। 

ତେବେ ଏହି ନୂଆ ଆକ୍ରମଣ ବିଷୟରେ ଇସ୍ରାଏଲୀ ସେନା ପକ୍ଷରୁ କୌଣସି ବିବୃତି ଜାରି କରାଯାଇ ନାହିଁ। ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସ୍ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ହମାସ ମଧ୍ୟ ଏ ଆକ୍ରମଣର ପ୍ରତି ଆକ୍ରମଣରେ ଇସ୍ରାଏଲ ଉପରେ ତିନୋଟି ରକେଟ ମାଡ଼ କରିଛି। ଖବର ମୁତାବକ, ଗତ ମଙ୍ଗଳବାର ଦିନ ଗାଜାରେ ଇସ୍ରାଏଲ ଅତର୍କିତ ଭାବେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଅତର୍କିତ ଆକ୍ରମଣରେ ମୋଟ୍ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଥିଲା। 

ସୂଚନା ଅନୁଯାୟି, ବର୍ତ୍ତମାନ ଦକ୍ଷିଣ ଗାଜାରେ ଇସ୍ରାଏଲି ସେନା ବ୍ଲକେଜ ଆରମ୍ଭ କରିଦେଇଥିବା ଜଣାପଡିଛି। ଯାହାଫଳରେ ଗାଜାର ପ୍ରମୁଖ ସହର ଗୁଡିକୁ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଲୋକମାନଙ୍କୁ ମୁଖ୍ୟ ରାଜପଥ ଛାଡି ଅନ୍ୟପଥରେ ଯାତାୟତ କରିବାକୁ ବାଧ୍ୟ କରାଯାଉଛି। ତେବେ କେବଳ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଯାତାୟତ କରିବାକୁ ଅନୁମତି ରହିଥିବା ନେଇ ଜଣାପଡିଛି। ଏହାସହ ଇସ୍ରାଏଲୀ ସେନା ମଧ୍ୟ ଉତ୍ତର ଗାଜାରେ ପୂର୍ବରୁ ଧ୍ୱଂସପ୍ରାପ୍ତ ବେଇଟ୍ ଲାହିଆ ସହର ନିକଟରେ ଏକ ଅତିରିକ୍ତ ସ୍ଥଳ ଅଭିଯାନ ଘୋଷଣା କରିଛି। ଯେଉଁଠାରେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରମଣରେ ଡଜନେ ଲୋକ ପ୍ରାଣ ହରାଇଛନ୍ତି।

ଜାନୁଆରୀ ମାସରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବା ପରେ ଲକ୍ଷ ଲକ୍ଷ ପାଲେଷ୍ଟାଇନୀ ରହିବା ପାଇଁ ଉତ୍ତର ଗାଜାକୁ ଫେରି ଆସିଥିଲେ। ତେବେ ଯୁଦ୍ଧ ବିରତିରେ ହୋଇଥିବା ଚୁକ୍ତି ମୁତାବକ ହମାସ ନିଜ ପାଖରେ ଥିବା ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ରାଜି ହୋଇନାହିଁ। ଏହାର ଜବାବରେ ମଙ୍ଗଳବାରଠୁ ଇସ୍ରାଏଲ ଗାଜାରେ ବ୍ୟାପକ ବିମାନ ଆକ୍ରମଣ ଆରମ୍ଭ କରିଦେଇଛି।

ଆପଣଙ୍କୁ ଜଣାଇରଖୁ ଯେ, ପ୍ରଥମେ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା। ଏହି କାରଣରୁ ଉଭୟ ଦେଶ ୨୦୨୩ ମସିହା ଅକ୍ଟୋବର ୭ ତାରିଖରୁ ପରସ୍ପର ସହ ଯୁଦ୍ଧ କରିଆସୁଛନ୍ତି। ଯାହାର ପରିଣାମସ୍ୱରୂପ ପ୍ରାୟ ଏହି ଯୁଦ୍ଧରେ ପ୍ରାୟ ୧୨୦୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ତେବେ ଆମେରିକା ସହାୟତାରେ ଉଭୟ ଦେଶ ଯୁଦ୍ଧବିରତି ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ହମାସର ମନୋମୁଖି କାର୍ଯ୍ୟକଳାପ ଦୁଇଦେଶକୁ ଫୁଣି ଆଉ ଏକ ଯୁଦ୍ଧ ଆଡକୁ ଟାଣି ନେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.