ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ବାଂଲାଦେଶରେ ପୁଣି ହୋଇପାରେ କି ସରକାର ପରିବର୍ତ୍ତନ ? ସୈନିକଙ୍କୁ ଢାକାରେ ଏକାଠି ହେବାକୁ ନିର୍ଦ୍ଦେଶ ଦେଲେ ସେନାମୁଖ୍ୟ

Published By : Prameya | March 22, 2025 2:49 PM

ଢାକା,୨୨।୩:  ବାଂଲାଦେଶରେ ଶେଖ୍ ହସିନା ସରକାରଙ୍କ ପତ୍ତନ ପରେ ସ୍ଥିତି ଏବେ ବି ଅସମାନ୍ୟ। ଏବେ କିନ୍ତୁ ଖବର ମିଳିଛି ଯେ, ଦେଶରେ ପୁଣିଥରେ ହେବାକୁ ଯାଉଛି ସରକାର ପରିବର୍ତ୍ତନ। ସୈନିକଙ୍କୁ ଢାକାରେ ଏକାଠି ହେବାକୁ ନିର୍ଦେଶ ଦେଇଛନ୍ତି ସେନା ମୁଖ୍ୟ। ତେବେ ଏହି ନିର୍ଦେଶ କ’ଣ ପାଇଁ ତାହା ସ୍ପଷ୍ଟ ହୋଇପାରିନି।

ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଆସନ ଟଳମଳ।  ନୁଆ ସରକାର ହେବାପରେ ଲାଗୁଥିଲା ଦେଶର ସ୍ଥିତିରେ ସୁଧାର ହେବ। ତେବେ ମହମ୍ମଦ ୟୁନୁସ୍ ସରକାର ଏଥିରେ ହୋଇଛନ୍ତି ସମ୍ପୂର୍ଣ୍ଣ ବିଫଳ। ତାଙ୍କ କାର୍ଯ୍ୟକାଳରେ ଭାରତ ଓ ଆମେରିକା ସହ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ଏଭଳି ସ୍ଥିତିରେ ସେନା ମୁଖ୍ୟ ସୈନିକଙ୍କୁ ଢାକାରେ ଏକାଠି ହେବାକୁ ନିର୍ଦେଶ ଦେଇଛନ୍ତି। ହେଲେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନି। ତେବେ ଗତ କିଛି ସପ୍ତାହର ଘଟଣାକ୍ରମ ଦେଖିଲେ ଲାଗୁଛି କିଛି ବଡ଼ ଘଟଣାର ସଙ୍କେତ ହୋଇପାରେ।

ନର୍ଥଇଷ୍ଟ ନ୍ୟୁଜର ରିପୋର୍ଟ ଅନୁସାରେ, ବାଂଲାଦେଶ ସେନା ପ୍ରତ୍ୟେକ ବ୍ରିଗେଡରୁ ୧୦୦ ସୈନିକଙ୍କୁ ଢାକା ଡକାଇଛି। ତା ଛଡା ନିକଟରେ ଏଭଳି ଦୁଇଟି ଘଟଣା ଘଟିଛି, ଯାହା ପାଇଁ ଏହି ନିର୍ଦେଶ ଦିଆଯାଇପାରେ। କିଛି ଦିନ ତଳେ ଗ୍ରାମୀଣ ବିକାଶ ଓ ସହକାରିତା ମନ୍ତ୍ରଣାଳୟ ପରାମର୍ଶଦାତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ସେ କହିଥିଲେ ସେନା ମୁଖ୍ୟ ଜେନେରାଲ ଓ୍ବକାର-ଉଦ୍-ଜମାନ୍‌ଙ୍କ ଇଚ୍ଛା ନଥିଲା ୟୁନୁସ କ୍ଷମତାକୁ ଆସନ୍ତୁ। ଏହା ପୂର୍ବରୁ ଛାତ୍ରନେତା ହସନାତ ଅବଦୁଲ ୧୧ ମାର୍ଚ୍ଚରେ ଜେନେରାଲ ଜମାନ୍‌ଙ୍କ ସହ ଗୁପ୍ତ ବୈଠକ କରିଥିଲେ। ପରେ ସେ ସାର୍ବଜନୀନ ରୂପରେ ସେନା ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାର ଧମକ ଦେଇଥିଲେ। ଏଭଳି ସ୍ଥିତିରେ କୁହାଯାଉଛି ସେନା ମୁଖ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। 

ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ସେନା ମୁଖ୍ୟ ୟୁନୁସ୍ ପ୍ରଶାସନକୁ ବାଂଲାଦେଶର ପରିସ୍ଥିତିକୁ ନିୟନ୍ତ୍ରରେ ଆଣିବାକୁ ଲଗାତାର ଚେତାବନୀ ଦେଉଛନ୍ତି। ଏଭଳି ପରିସ୍ଥିତିରେ, ଛାତ୍ର ନେତାମାନେ ଭୟ କରୁଛନ୍ତି ଯେ ସେନା ମୁଖ୍ୟ ପୁଣି ଥରେ ଶେଖ ହାସିନାଙ୍କ ଆୱାମୀ ଲିଗ୍ ପାଇଁ ବାଟ ଖୋଲୁଛନ୍ତି। ଏହି କାରଣରୁ ବାଂଲାଦେଶରେ ବର୍ତ୍ତମାନ କ୍ଷମତାରେ ଥିବା ଲୋକମାନେ ସେନାର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଧ୍ୟାନରେ ରଖି, ଭବିଷ୍ୟତରେ ଯେକୌଣସି ବଡ଼ ଆନ୍ଦୋଳନର ମୁକାବିଲା ପାଇଁ ସେନା ମୁଖ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଢାକାରେ ସୈନିକଙ୍କୁ ଏକାଠି କରିବା ପାଇଁ ନିର୍ଦ୍ଦେଶକୁ ଏକ ପ୍ରସ୍ତୁତି ଭାବରେ ଦେଖାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.