ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ମିଳିଲା ୨୦ କୋଟି ବର୍ଷ ତଳର ଡାଇନୋସର ପଦଚିହ୍ନ, ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡର ଗ୍ରାମାଞ୍ଚଳରେ ସ୍ଥିତ ଏକ ସ୍କୁଲରେ ଠାବ

Published By : Prameya | March 23, 2025 2:46 PM

ନୂଆଦିଲ୍ଲୀ ୨୩/୦୩: ବୈଜ୍ଞାନିକମାନେ ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡର ଗ୍ରାମାଞ୍ଚଳରେ ସ୍ଥିତ ଏକ ସ୍କୁଲରେ ଅନ୍ୟତମ ସବୁଠୁ ଅଧିକ ଡାଇନୋସର ପଦଚିହ୍ନ ଆବିଷ୍କାର କରିଛନ୍ତି । ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ପଥର ସେଠାରେ ପଡ଼ିରହିଛି । କ୍ୱିନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ଜୀବାଶ୍ମ ବିଜ୍ଞାନୀ ଆନ୍ଥୋନି ରୋମିଲିଓ କହିଛନ୍ତି, ସ୍କୁଲ ଦ୍ୱାରଦେଶରେ ପଥରଟି ପଡ଼ିଥିବା ମିଳିଥିଲା । ଏଥିରେ ପ୍ରାୟ ୧ ବର୍ଗ ମିଟର ବିସ୍ତୃତ ୬୬ ଡାଇନୋସର ପଦଚିହ୍ନ ଠାବ କରାଯାଇଛି । ଏହି ଆବିଷ୍କାର ପ୍ରାରମ୍ଭିକ ଜୁରାସିକ୍‌ କାଳର ଅଭୂତପୂର୍ବ ଝଲକ୍‌ ପ୍ରଦାନ କରିଛି । ଏହି ଦେଶରେ ଅଦ୍ୟାବଧି ଗୋଟିଏ ବି ଡାଇନୋସର ହାଡ଼ ମିଳିନଥିବାରୁ ସଦ୍ୟ ଆବିଷ୍କାର ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ସମଗ୍ର ବିଶ୍ୱରେ ଡାଇନୋସର ଜୀବାଶ୍ମ ମାତ୍ରା ଅଷ୍ଟ୍ରେଲିଆରେ ଅଧିକ ବୋଲି ରୋମିଲିଓ କହିଛନ୍ତି । ମିଳିଥିବା ପଦଚିହ୍ନ ୨୦ କୋଟି ବର୍ଷ ପୁରୁଣା । ଏଥିରୁ ଜଣାପଡୁଛି, ସେମାନେ ଛୋଟ ଶରୀରବିଶିଷ୍ଟ ଦୁଇଗୋଡ଼ିଆ ଡାଇନୋସର ଥିଲେ । ଏମାନେ ତୃଣଭୋଜୀ ଜୀବ ଥିଲେ । ଆନୋମୋପସ୍‌ ସ୍କାମ୍ବସ୍‌ ଏମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ସବୁଠୁ ବଡ଼ ଚିହ୍ନ ପ୍ରାୟ ୩୦ ଇଞ୍ଚର ରେକର୍ଡ ହୋଇଛି । ଉକ୍ତ ପଥରେ ୧୦୦ ବୃତ୍ତ ମଧ୍ୟ ରହିଛି, ଯାହା ଅମେରୁଦଣ୍ଡୀ ଓ ଦ୍ରୁତ ବେଗରେ ପ୍ରବାହିତ ନଦୀକୁ ଦର୍ଶାଉଛି । ପଙ୍କୁଆ ପାଣି ଦେଇ ଯାହା କିଛି ଆସୁଥିଲା, ଏମାନେ ତାହା ଖାଇ ବଞ୍ଚୁଥିଲେ ବୋଲି ରୋମିଲିଓ କହିଛନ୍ତି । ଏହି ଡାଇନୋସର ଜଳମାର୍ଗ ପାରି ହେଉଥିଲେ କିମ୍ବା ଏହି ସେହି ମାର୍ଗରେ ଚାଲୁଥିଲେ । ସେଥିପଇଁ ପଙ୍କୁଆ ପାଣି ଭିତରେ ସେମାନଙ୍କ ପାଦଚିହ୍ନ ରହିଥିଲା । 

ବିଲୋଲା ହାଇସ୍କୁଲରେ ମିଳିଥିବା ଏହି ଜୀବାଶ୍ମୀକୃତ ପଥର ୨୦୦୨ ମସିହାରେ କାଲାଇଡ୍‌ ଖଣିରେ ଆବିଷ୍କୃତ ହୋଇଥିଲା । ଜଣେ ଭୂବିଜ୍ଞାନୀଙ୍କ ପତ୍ନୀ ସେତେବେଳେ ଏହି ସ୍କୁଲରେ ଅଧ୍ୟାପିକା ଥିବାରୁ ସେ ଏହି ପଥରକୁ ସ୍କୁଲକୁ ଦେଇଥିଲେ । ସେବେଠୁ ପଥରର ଗୁରୁତ୍ୱ ଦୃଷ୍ଟି ଆଢୁଆଳରେ ରହିଥିଲା, ଯାହାକୁ ରୋମିଲିଓ ଏବେ ଜାଣିବାକୁ ପାଇଲେ । ସ୍କୁଲର ଉପ ପ୍ରିନ୍ସପାଲ ଏହି ଆବିଷ୍କାରକୁ ଆଶ୍ଚର୍ଯ୍ୟଚକିତ, ସର୍‌ପ୍ରାଇଜ୍‌ ଓ ଉତ୍ସାହଜନକ ବୋଲି କହିଛନ୍ତି । ରୋମିଲିଓଙ୍କ ପତ୍ରିକା ହିଷ୍ଟୋରିକାଲ ବାୟୋଲୋଜିରେ ଅଧ୍ୟୟନଟି ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.