ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ବାଂଲାଦେଶରେ ହେବ କି କ୍ଷମତା ପରିବର୍ତ୍ତନ ? ସେନାର ଜରୁରୀ ବୈଠକକୁ ନେଇ ବଢିଲା ଚର୍ଚ୍ଚା

Published By : Prameya | March 25, 2025 6:22 PM

ନୂଆଦିଲ୍ଲୀ,୨୫।୩: ପଡୋଶୀ ଦେଶ ବାଂଲାଦେଶକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ସେଠାର ରାଜନୈତିକ ଘଟଣାକ୍ରମ ଓ ରାଜଧାନୀ ଢାକାରେ ସୈନିକ ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ମୁତୟନ ବଢିବା ପରେ ଚର୍ଚ୍ଚା ଜୋର ଧରିଛି। ସେଠାର ମହମ୍ମଦ ୟୁନୁସ୍ ସରକାରଙ୍କ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଏହି ପ୍ରସଙ୍ଗରେ ନା ତ ମହମ୍ମଦ ୟୁନୁସ୍ ଓ ନା ହିଁ ସେନା ମୁଖ୍ୟ ଭକାର ଉଜ୍ ଜମାନ୍‌ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି। ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଏଭଳି ଗୁଜବ ଓ ଚର୍ଚ୍ଚା ଆହୁରି ଜୋର ଧରିଛି। 

ଏହା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ଭକାର ଉଜ୍ ଜମାନ୍‌ ଜରୁରୀ ବୈଠକ ଡକାଇଛନ୍ତି। ଅନ୍ୟପକ୍ଷେ ଢାକା ଟ୍ରିବ୍ୟୁନ୍‌ର ରିପୋର୍ଟରେ କୁହାଯାଇଛି ଯେ, ମହମ୍ମଦ ୟୁନୁସ୍‌ ସନ୍ଧ୍ୟା ୭ଟାରେ ସମ୍ବୋଧିତ କରିବେ। ମୁଖ୍ୟ ପରାମର୍ଶଦାତା କାର୍ଯ୍ୟାଳୟଙ୍କ ପକ୍ଷରୁ କୁହାଯାଇଛି ତାଙ୍କର ସମ୍ବୋଧନ ବାଂଲାଦେଶ ଟେଲିଭିଜନ୍‌(ବିଟିଭି) ଓ ବିଟିଭି ଓ୍ବାର୍ଲ୍ଡରେ ସିଧା ପ୍ରସାରିତ କରାଯିବ।

ବାଂଲାଦେଶରେ ବଦଳୁଥିବା ଘଟଣାକ୍ରମର କେନ୍ଦ୍ରରେ ସେନା ମୁଖ୍ୟ ଭକାର ରହିଛନ୍ତି। କୁହାଯାଉଛି ଯେ, ତାଙ୍କ ଉପରେ କ୍ଷମତାକୁ ନିଜ ହାଜରେ ନେବାର ଚାପ ବଢି ଯାଇଛି। ଏହା ପୂର୍ବରୁ ସେନା ମୁଖ୍ୟ ଚେତାବନୀ ଦେଇଥିଲେ ଦେଶରେ ଆତଙ୍କୀ ଆକ୍ରମଣ ହୋଇପାରେ। ସେ କହିଛନ୍ତି ଦେଶ ଉପରେ ଇସଲାମିକ୍ ଆତଙ୍କବାଦୀଙ୍କ ବିପଦ ରହିଛି। ତାଙ୍କର ଏହି ଚେତାବନୀ ଏଭଳି ସମୟରେ ଆସିଛି, ଯେତେବେଳେ ଦେଶରେ ବହୁ ଛାତ୍ର ସଂଗଠନ ମହମ୍ମଦ ୟୁନୁସ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। 

ଆହୁରି ପଢନ୍ତୁ...  ୩୨ ଲକ୍ଷ ମୁସଲମାନଙ୍କୁ ଇଦ୍‌ରେ ଉପହାର ବାଣ୍ଟିବ ବିଜେପି, ‘ସୌଗାତ-ଇ-ମୋଦି’ କିଟ୍‌ରେ ମିଳିବ ଏହି ସବୁ ଜିନିଷ   

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.