ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାଂଲାଦେଶରେ ବଢୁଛି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର; ଋଣ ଶୁଝି ନପାରିବାରୁ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ

Published By : Bijay Swain | June 30, 2025 6:02 PM

ଢାକା: ବାଂଲାଦେଶର କୁମିଲ୍ଲା ଜିଲ୍ଲାର ମୁରାଦନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷକକାରୀ ଘଟଣା। ଯେଉଁଠିମାତ୍ର ୩୫,୦୦୦ ଟଙ୍କା ଋଣ ପରିଶୋଧ ନକରିପାରିବାରୁ ଜଣେ ୨୧ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ଅଭିଯୁକ୍ତମାନେ ନିର୍ମମ ଭାବେ ମାଡ଼ମାରିବା ସହ ଦୁଷ୍କର୍ମ କରିଥିବା ଜଣା ପଡିଛି। ଏହି ଘଟଣା ଗତ ଜୁନ ୨୬ ତାରିଖରେ ରାମଚନ୍ଦ୍ରପୁର ପଞ୍ଚକିଟ୍ଟା ଗାଁରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫଜର ଆଲୀ ଜଣେ ସ୍ଥାନୀୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ବୋଲି ଜଣାପଡିଛି।  

ସୂଚନା ମୁତାବକ, ଉକ୍ତ ମହିଳାଙ୍କ ସ୍ୱାମୀ ଦୁବାଇରେ କାମ କରନ୍ତି। ମହିଳାଙ୍କ ପରିବାରକୁ ଆବଶ୍ୟକ ଥିବାରୁ ଫଜଲ ୩୫,୦୦୦ ଟଙ୍କା ଋଣ ଦେଇଥିଲେ। ତେବେ ନିକଟରେ ମହିଳା ଜଣଙ୍କ ନିଜ ପିତାଙ୍କ ଘରେ ହରି ସେବା ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଫଜର ଆଲୀ ଦେଇଥିବା ଋଣର ଅର୍ଥ ଫେରାଇବା ପାଇଁ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଘରେ ପହଞ୍ଚିଥିଲେ। ମହିଳା ଦ୍ୱାର ନଖୋଲିବାରୁ ଫଜର ଦ୍ୱାର ଭାଙ୍ଗି ଘର ଭିତରେ ପଶିବା ସହ ଛୁରୀ ଦେଖାଇ ହତ୍ୟା ଧମକ ଦେଇ ତାଙ୍କ ସହ ବଳାତ୍କାର କରିଥିଲେ। 

ଖାଲି ଏତିକି ନୁହେଁ, ଏହାସହ ଫଜର ମହିଳାଙ୍କୁ ନିର୍ମମ ଭାବେ ମାଡ଼ ମଧ୍ୟ ମାରିଥିଲେ ଏବଂ ସମସ୍ତ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଫଜରକୁ କାବୁ କରିଥିଲେ, କିନ୍ତୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ପୁଲିସ ତାଙ୍କୁ ଢାକାର ସାୟଦାବାଦ ଅଞ୍ଚଳରୁ ଗିରଫ କରିଥିଲା। 

ଏହି ଘଟଣାରେ ପୋଲିସ ପକ୍ଷରୁ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ଫଜଲକୁ ଭିଡିଓ ରେକର୍ଡିଂ କରିବା ଓ ସୋସିଆଲ ମିଡିଆରେ ପ୍ରସାରଣ କରିବାରେ ସାହାଯ୍ୟ କରିଥିଲେ। ଢାକା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ହିନ୍ଦୁ ସମୁଦାୟ ଏହି ଘଟଣାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। 

ଏହି ଘଟଣା ବାଂଲାଦେଶରେ ରହୁଥିବା ହିନ୍ଦୁ ଅଲ୍ପସଂଖ୍ୟକ ସମୁଦାୟ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଉପରେ ଆଲୋକପାତ କରିଛି। ଅନ୍ୟପଟେ ବାଂଲାଦେଶର ବିଭିନ୍ନ ମାନବାଧିକାର ସଂଗଠନ ଏହି ଘଟଣାର ନିନ୍ଦା କରି ଅଲ୍ପସଂଖ୍ୟକ ସମୁଦାୟଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.