ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି , ସଂସଦରେ ଏହି ଦିନ ହେବ ସ୍ବତନ୍ତ୍ର ସ୍କ୍ରିନିଂ

Published By : prameya | March 25, 2025 11:59 AM

ମୁମ୍ବାଇ,୨୫/୦୩:  ‘ଛାବା’ ଦେଖିବେ ମୋଦି। ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ । ଅଭିନେତା ବିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଛାବା’କୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ରିଲିଜର ୪୦ ଦିନ ପରେ ବି ବକ୍ସ ଅଫିସରେ  ଧମାଲ ମଚାଉଛି ଫିଲ୍ମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିବା ବେଳେ ଏବେ ସେ ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।ସଂସଦ ‘ଛାବା’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମରେ ବିକି କୌଶଳଙ୍କ ଫିଲ୍ମ ‘ଛାବା’ ଦେଖିବେ। ଏଥିରେ  ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ  ଭାଜପା ମନ୍ତ୍ରୀ ଏବଂ ଏମ୍‌ପି ମଧ୍ୟ ଉପସ୍ଥିତ ରହିବେ। ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବିକି କୌଶଳ,ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜନ ମଧ୍ୟ ଏହି ସ୍ବତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ। 

ଏହା ମଧ୍ୟ ପଢନ୍ତୁ-  ସମନ୍ଥାଙ୍କୁ ଅଫର୍‌ ଥିଲା ୨୦୦ କୋଟି ଭରଣପୋଷଣ, ପ୍ରତ୍ୟାଖ୍ୟାନ କରିଥିଲେ ଅଭିନେତ୍ରୀ

ଗତ ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ‘ଛାବା’। ବିକି କୌଶଳଙ୍କ ଫିଲ୍ମ ରିଲିଜ ହେବାର ୪୦ ଦିନ ବିତିବା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି।  ୬୦୦ କୋଟି କ୍ଲବରେ ସାମିଲ ହେବା ସହ ଭାରତରେ ଏପର୍ଯ୍ୟନ୍ତ ୫୯୭.୬୬ କୋଟି ଟଙ୍କା ରୋଜଗାର କରିସାରିଛି ‘ଛାବା’ । 








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.