ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଶ୍ରୀଲଙ୍କା ସୈନ୍ୟ କମାଣ୍ଡରଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ବ୍ରିଟେନ, ମାନବାଧିକାର ଉଂଲ୍ଲଘନର ରହିଥିଲା ଅଭିଯୋଗ...

Published By : Prameya | March 25, 2025 5:52 PM

ନୂଆଦିଲ୍ଲୀ: ବ୍ରିଟେନ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କାର ଶୀର୍ଷ ସାମରିକ କମାଣ୍ଡରଙ୍କ ସମେତ ଚାରି ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ସାମରିକ କମାଣ୍ଡର ମାନେ ୨୦୦୯ ମସିହାରେ LTTE ବିରୁଦ୍ଧରେ ସାମରିକ ଅଭିଯାନ ସମୟରେ ଗମ୍ଭୀର ମାନବାଧିକାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ବ୍ରିଟେନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ବିବୃତ୍ତି ଅନୁଯାୟୀ, ଯେଉଁ ସାମରିକ କମାଣ୍ଡର ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି, ସେମାନଙ୍କ ମଧ୍ୟରେ ପୂର୍ବତନ ଶ୍ରୀଲଙ୍କା ସଶସ୍ତ୍ର ବାହିନୀର ପୂର୍ବତନ ମୁଖ୍ୟ ଶୈବେନ୍ଦର ସିଲଭା, ପୂର୍ବତନ ନୌସେନା କମାଣ୍ଡର ବସନ୍ଥା କରନାଗୋଡା ଏବଂ ପୂର୍ବତନ ଶ୍ରୀଲଙ୍କା ସେନା କମାଣ୍ଡର ଜଗତ ଜୟସୁରିଆ ସାମିଲ।

ଏମାନଙ୍କ ବ୍ୟତୀତ, ପୂର୍ବତନ LTTE ଉପନେତା ବିନୟମୂର୍ତ୍ତି ମୁରଲୀଧରନଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ବିନୟମୂର୍ତ୍ତି LTTE ବିରୋଧରେ ବିଦ୍ରୋହ କରିଥିଲେ ଏବଂ ପରେ ଶ୍ରୀଲଙ୍କା ସରକାରରେ ମନ୍ତ୍ରୀ ହୋଇଥିଲେ। ଏହି ପ୍ରତିବନ୍ଧକ ଅନୁଯାୟୀ, ଏହି ଚାରି ଜଣଙ୍କୁ ବ୍ରିଟେନ ଯାତ୍ରା କରିବା ପାଇଁ ନିଷେଧ କରାଯିବ ଏବଂ ବ୍ରିଟେନରେ ଥିବା ସେମାନଙ୍କର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ ଯେଉଁମାନଙ୍କୁ ନିଷିଦ୍ଧ କରାଯାଇଛି ସେମାନେ ଶ୍ରୀଲଙ୍କାର ଗୃହଯୁଦ୍ଧ ସମୟରେ ଗମ୍ଭୀର ମାନବାଧିକାର ଉଲ୍ଲଂଘନ କରିଥିଲେ। ଏହି ଲୋକମାନେ ନ୍ୟାୟିକ ହାଜତରେ ହତ୍ୟା, ନିର୍ଯାତନା ଏବଂ ଯୌନ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ।

ସୂଚନାଥାଉକି, ଶ୍ରୀଲଙ୍କାରେ, ଲିବରେସନ ଟାଇଗର୍ସ ଅଫ୍ ତାମିଲ ଏଲମ୍ (LTTE) ନେତୃତ୍ୱରେ ତାମିଲ ଲୋକ ମାନେ ଏକ ସ୍ୱତନ୍ତ୍ର ଦେଶ ଦାବି କରୁଥିଲେ। LTTE ତିନି ଦଶନ୍ଧି ଧରି ଏଥିପାଇଁ ଲଢ଼ିଥିଲା, ଯେଉଁଥିରେ ୨୦ ହଜାରରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ ଏବଂ ଏହି ଗୃହଯୁଦ୍ଧ ସମୟରେ ଅତି କମରେ ଏକ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୧୮ ମଇ ୨୦୦୯ରେ LTTE ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ମୃତ୍ୟୁ ସହିତ ଏହି ଗୃହଯୁଦ୍ଧର ଅନ୍ତ ଘଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.