ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଋଷିଆରୁ କମୁଥିବା ତୈଳ ବିପଣନକୁ ବଢାଇବ ଭାରତ; ତୈଳ ରିଫାଇନରମାନେ ଦେଲେ ସୂଚନା

Published By : Bijay Swain | March 24, 2025 11:07 PM

ନୂଆଦିଲ୍ଲୀ: ଭାରତୀୟ ତୈଳ ରିଫାଇନରମାନେ ଆସନ୍ତା ମାସଗୁଡ଼ିକରେ ଅଶୋଧିତ ତୈଳ କ୍ରୟ ପାଇଁ କମ୍ ପରିମାଣରେ ଟେଣ୍ଡର ଜାରି କରିବାକୁ ଯାଉଛନ୍ତି। ସୋମବାର ବିଭିନ୍ନ ତୈଳ ବିପଣନ କମ୍ପାନୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଖବର ମୁତାବକ, ରୁଷର ତୈଳ ଉତ୍ତୋଳନକାରୀ କମ୍ପାନୀ ଗୁଡିକ ଉପରୁ ଯୁଦ୍ଧ ପାଇଁ ଲାଗିଥିବା କଟକଣା ହଟିବାକୁ ଯାଉଛି। ଏଣୁ ଋଷକୁ ଆଉ ଅନ୍ୟଦେଶ ଗୁଡିକ ସହ ତୈଳ ଯୋଗାଣରେ ଅସୁବିଧା ନଥିବାରୁ ଭାରତୀୟ ତୈଳ କମ୍ପାନୀ ମାନେ ଏହିପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। 

ଭାରତୀୟ ରାଷ୍ଟ୍ରାୟତ୍ତ ରିଫାଇନାରୀଗୁଡ଼ିକ କିଛି ବର୍ଷ ହେବ ସ୍ପଟ ଟେଣ୍ଡର ଜାରି କରିବା ପ୍ରାୟତଃ ବନ୍ଦ କରି ଦେଇଥିଲେ। କାରଣ ରୁଷିଆରୁ ରିହାତି ଦରରେ ଭାରତୀୟ କମ୍ପାନୀ ଗୁଡିକ ତୈଳ ମିଳୁଥିଲା। ୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଗତ ଜାନୁଆରୀରେ ଆମେରିକାର ବିତ୍ତ ବିଭାଗ ମସ୍କୋର ୧୮୩ଟି ତୈଳ ପରିବହନ ଜାହାଜ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲା। 

ଏହା ପରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଭଳି ଭାରତୀୟ କମ୍ପାନୀଗୁଡ଼ିକ ରୁଷିଆରୁ ତୈଳ ଯୋଗାଣକୁ ବଦଳାଇ ସ୍ପଟ ବଜାରର ଆଶ୍ରୟ ନେଇଥିଲେ। ବିଭିନ୍ନ ରିଫାଇନାରିମାନେ ଖବର ସରବରାହ ସଂସ୍ଥା ରୟଟର୍ସକୁ କହିଛନ୍ତି ଯେ, ବ୍ୟବସାୟୀମାନେ ପୁଣି ଅଣ-ପ୍ରତିବନ୍ଧିତ ଟ୍ୟାଙ୍କର ଜରିଆରେ ରୁଷିଆନ ତୈଳ ବିକ୍ରି କରିବା ଆରମ୍ଭ କରିଛନ୍ତି। ତେଣୁ ସେମାନେ ଏବେ କମ୍ ସ୍ପଟ ଟେଣ୍ଡର ଜାରି କରିବାକୁ ଯୋଜନା କରିଛନ୍ତି।  

ମାର୍ଚ୍ଚ ମାସରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ ଭାବେ ରୁଷିଆରୁ ତୈଳ ଆମଦାନୀକୁ ବୃଦ୍ଧି କରିଛି। ତୈଲ ଆମଦାନୀରେ ତିନି ମାସର ହ୍ରାସ ପରେ ଚଳିତ ମାସରେ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଦୁଇଦେଶ ମଧ୍ୟରେ କାର୍ଗୋ ପରିବହନ ପୁନର୍ବାର ଆରମ୍ଭ ହୋଇଛି। ଋଷିଆ ତୁର୍କୀକୁ ଯୋଗାଉଥିବା ତୈଳକୁ ଫୁଣି ଭାରତକୁ ଯୋଗାଇବ ବୋଲି ଘୋଷଣା କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.