ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

Pope Francis: ହସ୍ପିଟାଲରୁ ଡିସଚାର୍ଜ ପୋପ୍ ଫ୍ରାନ୍ସିସ୍; ଭାଟିକାନ ସିଟିକୁ ଫେରି ଅନୁଗାମୀଙ୍କୁ ଜଣାଇଲେ ଅଭିବାଦନ

Published By : Bijay Swain | March 23, 2025 8:14 PM

Image courtesy: indiatoday

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍ ଆଜି ରୋମ୍‌ର ଜେମେଲି ହସ୍ପିଟାଲରୁ ଡିସଚାର୍ଜ ହୋଇ ଭାଟିକାନକୁ ଫେରିଛନ୍ତି। ୮୮ ବର୍ଷୀୟ ପୋପ୍ ଗତ ଫେବୃଆରୀ ୧୪ରୁ ଫୁସ୍‌ଫୁସ୍‌ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରମାନେ ତାଙ୍କୁ ଦୁଇ ମାସ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।

ଆଜି ମଧ୍ୟାହ୍ନରେ ପୋପ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହା ପରେ ସେ ସିଧା ଚର୍ଚ୍ଚରେ ପହଞ୍ଚି ବାଲକୋନିରୁ ଲୋକଙ୍କୁ ହାତ ହଲାଇ ଭାଟିକାନର ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ। ଭାଟିକାନ ସିଟି ଏ ସମ୍ପର୍କରେ ସୂଚନାଦେଇ କହିଛି ଯେ, ପୋପ୍‌ଙ୍କ ସ୍ଥିତି ଏବେ ସ୍ଥିର ରହିଛି। କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିବ। ପୋପ୍ ଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। 

ପୋପ୍‌ଙ୍କ ସୁସ୍ଥତା ପାଇଁ ସମଗ୍ର ବିଶ୍ୱରେ ଥିବା ତାଙ୍କ ଅନୁଗାମିମାନେ ପ୍ରାର୍ଥନା କରିଥିଲେ। ସେ ନିଜେ ମଧ୍ୟ ଡାକ୍ତର ଓ ସେବିକାମାନଙ୍କୁ ସେମାନଙ୍କ ସମର୍ପଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ସର୍ଗିଓ ଆଲଫିଏରି ତାଙ୍କ ସ୍ୱସ୍ଥ୍ୟ ସମସ୍ୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ତାଙ୍କୁ ୨୪ ଘଣ୍ଟା ଡାକ୍ତିରୀ ଚିକିତ୍ସା ସହ ଅକ୍ସିଜେନ ସପ୍ଲାଇର ଆବଶ୍ୟକତା ରହିଛି ବୋଲି କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.